• Thursday, January 15, 2026

ପରିଚୟ ଦେଇଛି କାଗଜ କଳା

Subhadra Live:Bhadrak-Basudevpurs-Manjulata-behera-given-New-identity-through-paper-art
ଖବର ଓଡିଶା :30/12/2025

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କରଞ୍ଜଢ଼ିହା ଗାଁର ମଞ୍ଜୁଲତା ବେହେରା । ନିଜ ଗାଁରେ ଇଛା ଥାଇ କାମ କରିବାକୁ ସୁଯୋଗ ପାଉନଥିବା ମହିଳାଙ୍କ ପାଇଁ କିଛି ଏକ କରିବାର ଯୋଜନା କଲେ । ନିଜ ପାଖରେ ଥିଲା ହସ୍ତଶିଳ୍ପର ଜ୍ଞାନ ସାଙ୍ଗକୁ ଅନୁଭବ ଓ ଦକ୍ଷତା । ୩୦ ଜଣ ମହିଳାଙ୍କୁ ନେଇ ଗଢିଲେ ଗଙ୍ଗାମାତା ଉତ୍ପାଦିକା ଦଳ  । ଶସ୍ତା ,ସହଜ ,କମ ଖର୍ଚ୍ଚରେ ମିଳୁଥିବା ପୁରୁଣା ରଦି କାଗଜ ସଂଗ୍ରହ କରି ସେଥିରୁ ଆକର୍ଷଣୀୟ ଘର ସଜ୍ଜା ସାମଗ୍ରୀ ତିଆରି ପାଇଁ ଦଳର ସଦସ୍ୟା ମାନଙ୍କୁ ତାଲିମ ଦେଇ କାମ ଆରମ୍ଭ କଲେ । ଏହାକୁ ପ୍ରଶାସନ ପୂର୍ଣ୍ଣ ସହଯୋଗ କରିଥିଲା । ହସ୍ତଶିଳ୍ପର ବିକାଶ ପାଇଁ ଏହି ଉତ୍ପାଦିକା ଦଳକୁ ୨ ଲକ୍ଷ ୪ ହଜାର ଟଙ୍କା ଋଣ ମିଳିବା ପରେ ଜୋରରେ ଆରମ୍ଭ ହେଲା କାମ । ୫୦ ପ୍ରକାରର ଉତ୍ପାଦ ବିକଶିତ କରି ସ୍ଥାନୀୟ ଓ ଦୂରଦୂରାନ୍ତର ମେଳା ମହୋତ୍ସବ ,ପର୍ବପର୍ବାଣିରେ ବିକ୍ରି କରିବାର ଉଦ୍ୟମ କରାଗଲା । ବିଗତ ଦୁଇବର୍ଷ ତଳୁ ଆରମ୍ଭ ହୋଇଥିବା ଏ ବ୍ୟବସାୟ ମହିଳା ଦଳଙ୍କୁ ବାର୍ଷିକ ଲକ୍ଷେ ଟଙ୍କାର ଆୟ ଦେଇଛି । ପ୍ରଥମବର୍ଷରେ ନିବେଶର ଅଧା ଟଙ୍କା ମିଳିଯାଇଥିବାରୁ ସଭିଙ୍କ ମନରେ ଖୁସି ।

ଗଙ୍ଗାମାତା ଉତ୍ପାଦିକା ଦଳର ସଦସ୍ୟା ମଞ୍ଜୁଲତା ବେହେରା କହନ୍ତି କାଗଜରେ କଳାକୃତ୍ତି ମହିଳା ଶିଳ୍ପୀଙ୍କ ପାଇଁ ଅନେକ ଦୃଷ୍ଟିରୁ ଏକ ଭଲ ପ୍ରୟାସ । ଏହାର ମୁଖ୍ୟ କଞ୍ଚାମାଲ ସବୁଠି ,ସବୁ ସମୟରେ ,ଶସ୍ତାରେ ମିଳୁଛି । କାଗଜ , ଅଠା ଓ  ରଙ୍ଗକୁ ବ୍ୟବହାର କରି ମହିଳା ତିଆରି କରୁଛନ୍ତି ଗଣେଶ ,ସରସ୍ବତୀ ,ଫୁଲକୁଣ୍ଡ ଓ ଆହୁରି ଅନେକ ପ୍ରକାରର ସାମଗ୍ରୀ । ସରକାରୀ ଯୋଜନା ରୁ ମିଳିଥିବା ଅନୁଦାନର ସଠିକ  ବ୍ୟବହାର କରି ବାସୁଦେବପୁର ଅଂଚଳର ଏହି ମହିଳାମାନେ ଆଗକୁ ଅଗ୍ରସର ହେଉଛନ୍ତି ।

TAGS

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.