• Tuesday, January 21, 2025

ଅଟକିନି ଜୀବନ

ଯମୁନାଙ୍କ ଜୀବନ ନଈରେ ହଜାରେ ଖାଇ

ଆରମ୍ଭରୁ ସୁଖମୟ ଥିଲା ଶୈଶବ । ବାପା ,ମା ,ଜେଜେ ,ଜେଜେ ମାଙ୍କ ସହିତ ପରିବାରରେ ବିରାଜମାନ ଥିଲା ଶାନ୍ତି । ହେଲେ ଭାଗ୍ୟ ଦେଲାନି ସାଥ । କାହାର କଳାନଜର ଲାଗିଗଲା ଯେପରି । ଦେଢ଼ ବର୍ଷ ବୟସର ହୋଇଥିବା ବେଳେ ପର ପୁରୁଷ ସହିତ ଚାଲିଗଲା ମା । ଅବେଳରେ ଆଖି ବୁଜିଲେ ଶିକ୍ଷକ ବାପା । ବୟସର ବୋଝରେ ଅଂଟା ନଇଁଯାଇଥିବା ଜେଜେ ଓ ଜେଜେ ମାର ବେକରେ ବନ୍ଧା ହୋଇଗଲା ଦେଢ଼ ବର୍

ଜନ୍ମ ପରେ ମା' ଛାଡିଦେଇଗଲେ ମେଡିକାଲ ବେଡ଼ରେ,ଝିଅ ଏବେ ଇଟାଲୀର ଚାକିରିଆ

ଭାଗ୍ୟ କାହାକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଦିଏ ତାହା କେହି ସହଜରେ କଳନା କରିପାରିବେ ନାହିଁ । ଆଜି ଯିଏ ଦାଣ୍ଡର ଭିକାରି ,କାଲି ସିଏ ଧନୀ ଓ ପ୍ରତିପତ୍ତିଶାଳୀ । ଠିକ ଏଭଳି ଏକ ଚରିତ୍ର ହେଉଛନ୍ତି କନ୍ଧମାଳ ମେଡିକାଲ ଶଯ୍ୟାରୁ ଉଦ୍ଧାର ହୋଇଥିବା ସେଦିନର ନବଜାତ ଶିଶୁ କନ୍ୟା ବର୍ଷା । ବର୍ଷାକୁ ଜନ୍ମ ଦେଇ ତା ମା କୁଆଡେ ଚାଲିଯାଇଥିଲେ । କୁମାରୀ ମାତୃତ୍ଵ ହେତୁ ମ

ମହିଳାଙ୍କ ସାମୁହିକ ଉଦ୍ୟମର ଫଳ : ଗାଁ ହେଲା ଶୂନ ଆବର୍ଜନାର ଗାଁ

ପ୍ରତିଟି ଘରକୁ ସେମାନେ ବାଉଁଶରେ ନିର୍ମିତ ଝୁଡି ଓ ସ୍ୱତନ୍ତ୍ର ଝୋଟ ବ୍ୟାଗ ପ୍ରଦାନ କଲେ । ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା କଲେ । ଆବର୍ଜନା ସଂରକ୍ଷଣ କେନ୍ଦ୍ରରେ ଜୈବିକ ଖତସାର ପ୍ରସ୍ତୁତ କରି କୃଷି ଓ ଉଦ୍ୟାନ କୃଷି ବିଭାଗକୁ ବିକ୍ରି କରି ଖର୍ଚ୍ଚ କରିଥିବା ଅର୍ଥ ଭରଣା କଲେ । ଆକୃତି ଓ ତାଙ୍କର ସହଯୋଗୀ ମହିଳା ,କିଶୋରୀ ଓ ଯୁବତୀ ମାନଙ୍କ ଏକ

ଦୁଇ ସନ୍ତାନର ମା ,ବନିଲେ ସରକାରୀ ବଡ଼ ଅଧିକାରୀ

ଏ କାହାଣୀ ଜଣେ ମହିଳାଙ୍କର ଯିଏକି ନିଜ ସ୍ବପ୍ନ ପୁରା କରିବା ପାଇଁ ଲଢ଼ିଥିଲେ ଲମ୍ବା ଲଢେଇ । ସାଧାରଣ ଶିକ୍ଷୟତ୍ରୀ ପଦବୀରୁ ସେ ଶିକ୍ଷା ବିଭାଗର ପି ସି ଏମ ଅଧିକାରୀ ପାଲଟିଗଲେ । ଏହି ଯାତ୍ରା ତାଙ୍କର ସହଜ ନଥିଲା କିନ୍ତୁ ଦୃଢ଼ମନ ନେଇ ଦୁଇଟି ସନ୍ତାନର ଜନନୀ ଭାବେ ସେ ଏଭଳି ଅସମ୍ଭବ କାମକୁ ସଂମ୍ଭଵ କରାଇଛନ୍ତି । ଏହି ମହିଳା ଜଣଙ୍କ ହେଉଛନ୍ତି ଆରତୀ ଗୁପ୍ତା । ଆର

ଝୁମ୍ପୁଡି ହୋଟେଲରୁ ପାଇଲଟ ହେବାର ସ୍ବପ୍ନ

କଡେଇରେ ଫୁଟୁଛି ତେଲ । ଗରମ ତେଲ ଭିତରୁ ଛଣା ଯାଉଛି ପୁରୀ । ସେପଟେ ତାୱାରେ ପଡିଛି ଦୋସା । ୟୁନିଫର୍ମରେ ଥିବା ଝିଅଟିଏ ସ୍କୁଲ ଯିବା ପୂର୍ବରୁ ମାଙ୍କୁ କାମରେ ସହଯୋଗ କରୁଥିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷା ଗୁମୁଡାରେ । ଝିଅଟି ପାଖରେ ମା ମଧ୍ୟ ଉପସ୍ଥିତ ରହି ଲାଗିଛନ୍ତି କାମରେ । କୋଷା ଗୁମୁଡା ସରକାରୀ ହାଇସ୍କୁଲ ସାମ୍ନାରେ ଥିବା

ନିଜକୁ ନିଜେ ବାହା ହୋଇଥିଲେ ,ଏବେ ହେଲା ଡ଼ାଈଭୋର୍ସ

ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ବିଶ୍ୱ ଦେଖିଥିଲା ବିରଳ ଏକ ବାହାଘର । ନିଜକୁ ନିଜେ ଭଲପାଉଥିବା ଜଣେ ୩୬ ବର୍ଷ ବୟସ୍କା ମହିଳା ସୁଏଲେନ କେରି ବିବାହ ପୋଷାକରେ ସଜ୍ଜିତ ହୋଇ ମଣ୍ଡପ ଉପରକୁ ଆସିଥିଲେ । ତାଙ୍କ ସହିତ କିନ୍ତୁ ନଥିଲେ ବର । ଅତିଥି ମାନେ ବରକୁ ଅପେକ୍ଷା କରିଥିବା ବେଳେ ସବୁ ଉତ୍କଣ୍ଠାର ଅବସାନ ଘଟାଇ କେରି ନିଜକୁ ନିଜେ ବିବାହ କରୁଛନ୍ତି ବୋଲି ଘୋଷଣା କ

ଜୀବନର ଯୁଦ୍ଧ ଜିତିଲେ ସୁଇଟି

ଗ୍ରେଟର ନୋଇଡ଼ାର ଇଂଜିନିୟରିଂ ଛାତ୍ରୀ ସୁଇଟି ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମେଡିକାଲରେ ପହଂଚିବା ବେଳକୁ ସେ କୋମାକୁ ଚାଲିଯାଇଥିଲେ । ଆଇ ସି ୟୁ ରେ ରଖାଯାଇ ଚାଲିଲା ତାଙ୍କର ଚିକିତ୍ସା । ଚିକିତ୍ସା ଖର୍ଚ୍ଚ ବାବଦକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶୁଣାଇଦେଇଥିଲେ ଡାକ୍ତର । ସୁଇଟିଙ୍କ ପରିବାର ନିକଟରେ ଏତେ ଟଙ୍କା ଯୋଗାଡ଼ କରିବା ଥିଲା କଷ୍ଟ । ଏଭ

ଚାନ୍ଦୁଆ ଶିଳ୍ପୀରୁ ବଡ଼ ଉଦ୍ୟୋଗୀ

ସାଧାରଣ ଗୃହିଣୀରୁ ମାନସୀ ପୃଷ୍ଟି ପାଲଟିଛନ୍ତି ସଫଳ ଉଦ୍ୟୋଗୀ । ଚାନ୍ଦୁଆ ତିଆରି କରୁ କରୁ ପାଲଟିଯାଇଛନ୍ତି ଝୋଟ ଉତ୍ପାଦର କୁଶଳୀ କାରିଗର । ୧୦ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ । ଏବେ ପୁରୀ ଜିଲ୍ଲା କୋଣାର୍କ ନିକଟରେ ରହିଛି ତାଙ୍କର ଓଁ ଗାୟତ୍ରୀ ଝୋଟ କ୍ଲଷ୍ଟର ,ଯେଉଁଠୁ ସେ ଆୟ କରୁଛନ୍ତି ବାର୍ଷିକ ଏକ କୋଟି ଟଙ୍କା । ମାନସୀ ପିଲାଦିନୁ ନିଜ ମା’

କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ପାଇଁ ହରପ୍ରିୟାଙ୍କ ପ୍ରୟାସ

ଖୋର୍ଦ୍ଧା ଜିଲ୍ଲା ଛଣଗଡ଼ ବାସିନ୍ଦା ହରପ୍ରିୟା ନାୟକ ବିଗତ ୩ ବର୍ଷ ଧରି କ୍ୟାନସର ପୀଡିତଙ୍କ ମୁହଁରେ ହସ ଦେବାକୁ କରୁଛନ୍ତି କ୍ଷୁଦ୍ର ଗୁଣ୍ଡୁଚି ମୁଷାର ପ୍ରୟାସ । ନିଜେ ଏକ ସଂସ୍ଥା ଗଢି ପୁରୁଷ ମହିଳା ଓ ଶିଶୁ ମାନଙ୍କୁ କ୍ୟାନସର ପୀଡିତଙ୍କ ପାଇଁ କେଶ ଦାନ କରିବାକୁ ପ୍ରବର୍ତ୍ତାଇ ସଫଳ ହୋଇଛନ୍ତି । ୧୫୦ ପୁରୁଷ ମହିଳା ଓ ଶିଶୁଙ୍କୁ ପ୍ରବର୍ତ୍ତାଇ ସେ କେଶଦାନ ଅଭି

ଦାଦନ ଶ୍ରମୀକରୁ ସଫଳ ଛତୁଚାଷୀ

ପିଲାଦିନୁ ପିତାମାତାଙ୍କୁ ହରାଇ ବେସାହାରା ପାଲଟିଥିବା କୁନୀତା ମାଝୀଙ୍କୁ ଛତୁ ଚାଷ ସ୍ୱାଭିମାନ ସହିତ ବଂଚିବାର ବାଟ ଦେଖାଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବେଲଘର ଗାଁର ମଣ୍ଟୁ ମାଝୀଙ୍କୁ ବାହା ହେବା ପରେ କୁନୀତା ଭାବିଥିଲେ ଏବେ ହୁଏତ ଦୂର ହେବ ତାଙ୍କ ସଂସାରର ଦୁଃଖ । କିନ୍ତୁ ଭାଗ୍ୟ ତାଙ୍କ ସାଥ ଦେଇନଥିଲା । ଦାଦନ ଶ୍ରମିକ ଭାବେ ସ୍ବାମୀଙ୍କ ସହ

ମିଲିୟନ ଭିୟୁ ହେଲା ବେଳାଭୂମିରେ ଚୁଡ଼ି ବିକୁଥିବା ମହିଳାଙ୍କ ଭିଡିଓ

ଗୋଆର ଭ୍ୟାଗେଟର୍ ବେଳାଭୂମି ଏହାର ମନୋରମ ଦୃଶ୍ୟ ପାଇଁ ରହିଥାଏ ଚର୍ଚ୍ଚାରେ । ଏବେ ଏହି ବେଳାଭୂମିରେ ଚୁଡ଼ି ବିକୁଥିବା ଜଣେ ଗ୍ରାମୀଣ ମହିଳା ଇଣ୍ଟରନେଟରେ ଲୋକପ୍ରିୟ ହେବାରେ ଲାଗିଛନ୍ତି । ସାଧାରଣ ଖଣ୍ଡିଏ ଶାଢ଼ୀ ପରିହିତା ଏହି ମହିଳାଙ୍କ ଭିଡିଓ ଇଣ୍ଟରନେଟରେ ମିଲିୟନ ସଂଖ୍ୟକ ଦର୍ଶକଙ୍କ ପସନ୍ଦ ପାଲଟିଛି । ଏହା ପଛର କାରଣ ହେଉଛି ଚୁଡ଼ି ବିକୁଥିବା ଏହି ମହିଳାଙ୍କ ଇଁ

ନିଜେ ପୋଡି ଯାଇଥିଲେ ନିଆଁରେ,ଏବେ ଅଗ୍ନି ଦଗ୍ଧ ୨୫ ହଜାର ରୋଗୀଙ୍କୁ ଦେଇଛନ୍ତି ଜୀବନ

ତାମିଲନାଡୁ ଭେଲୋରର ବାସିନ୍ଦା ପ୍ରେମା ଧନରାଜଙ୍କୁ ନିକଟରେ ମିଳିଛି ପଦ୍ମଶ୍ରୀ ସମ୍ମାନ । ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପାଇବା ପରେ ଖୁସି ପ୍ରକଟ କରିଛନ୍ତି ୭୨ ବର୍ଷ ବୟସ୍କ ପ୍ରେମା ଧନରାଜ । ପ୍ରେମା ହେଉଛନ୍ତି ଦେଶର ଜଣେ ଖ୍ୟାତନାମା ପ୍ଲାଷ୍ଟିକ ସର୍ଜନ । ନିଆଁରେ ପୋଡି ଯାଇଥିବା ରୋଗୀଙ୍କୁ ନୂଆ ଶରୀର ଦେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଚ

ପତିଙ୍କୁ ପକ୍ଷାଘାତ ,ପତ୍ନୀ ସାଜିଛନ୍ତି ବାଇକ ମିସ୍ତ୍ରୀ

ଗାଜିଆବାଦର ପଟେଲ ନଗରର ବାସିନ୍ଦା ପୁନମ ଦେବୀଙ୍କ ମୁଣ୍ଡ ଉପରେ ଛିଡି ପଡିଛି ଆକାଶ । ୨୦୧୯ କରୋନା ସମୟରେ ଅଚାନକ ତାଙ୍କ ସ୍ୱାମୀ ରାଜେଶଙ୍କୁ ପକ୍ଷାଘାତ ହେଲା । ରାଜେଶଙ୍କ ଏକ ବାଇକ ମରାମତି ଦୋକାନ ଥିଲା । ଛୋଟ ଏକ କାଠ କ୍ୟାବିନରେ ବାଇକ ମରାମତି ଉପକରଣ ରଖି ସେ ନିଜର ପରିବାର ପୋଶୁଥିଲେ । ପକ୍ଷାଘାତରେ ତାଙ୍କ ବାମ ହାତ ଅଚଳ ହୋଇଯିବା ପରେ ସେ ଆଉ ବାଇକ ମରାମ

ଦିବ୍ୟାଙ୍ଗ ବାପାଙ୍କ ପାଇଁ ସାହାରା ପାଲଟିଛି ୧୨ ବର୍ଷର ଝିଅ

ବାପାଙ୍କ ଆଶାବାଡ଼ି ସାଜି ଜୀବନସଂଘର୍ଷର ସାଥୀ ହୋଇଛି ୧୨ ବର୍ଷର ଝିଅ ପ୍ରତୀକ୍ଷା । ଅବକାରୀ ବିଭାଗର ଏକ ପରିତ୍ୟକ୍ତ କୋଠାରେ ବିତୁଛି ଅସହାୟ ବାପା ଝିଅଙ୍କ ଦିନ । କୋରାପୁଟ ଜୟପୁର ସହରର ଜୟନଗର ଛକରେ ଥିବା ଅବକାରୀ ଥାନାର ଭଙ୍ଗା ପରିତ୍ୟକ୍ତ କୋଠାରେ ଦୃଷ୍ଟିବାଧିତ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ୨୪ ଘଣ୍ଟା ଉପସ୍ଥିତ ରହି ସେବା କରୁଛି ଝିଅ ପ୍ରତୀକ୍ଷା । ପୂର୍ଣ୍ଣଚନ୍

ସୁଶୀଳାଙ୍କ ମଥାରେ ଛିଡ଼ିପଡ଼ିଛି ଆକାଶ

ଆଖିରେ ନଦୀ ଭଳି ଲୁହର ବନ୍ୟା । ଏକାକାର ହୋଇଛି କୋହ । କୋହ ଆଉ ଲୁହକୁ ସାଥ କରି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଛନ୍ଦାମୁଣ୍ଡ ଗାଁର ସୁଶୀଳା ଦାସଙ୍କ ଚାଲିଛି ଜୀବନ ସହିତ ସଂଘର୍ଷ । ଥରି ଉଠୁଥିବା ହାତରେ ସ୍ୱାମୀଙ୍କ ଫଟୋକୁ ବାରମ୍ବାର ଆଉଁଶି ସୁଶୀଳା ନିଜ ସ୍ମୃତିକୁ ଅଣ୍ଡାଳି ହେଉଛନ୍ତି । ଦିନେ ତାଙ୍କର ମଧ୍ୟ ଥିଲା ଏକ ସୁଖର ସଂସାର । ବଡ଼ ପୁଅ ମୁମ୍ବାଇରେ ଚାକି

1 /7

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.