• Wednesday, February 4, 2026

45 ଲକ୍ଷ ଟଙ୍କାର ସୁନା ଗହଣା ରାସ୍ତାରୁ ପାଇ ଫେରାଇ ଦେଲେ ଚେନ୍ନାଇର ସଫେଇ କର୍ମୀ ପଦ୍ମା

Subhadra Live:Chennai-cleaner-Padma-returns-Rs-45-lakh-gold-jewellery-found-on-the-road
ଖବର ଓଡିଶା :24/01/2026

ପ୍ରଦର୍ଶିତ କଲେ ମଣିଷ ପଣିଆ ଓ ଅଦ୍ଭୁତ ସଚ୍ଚୋଟତା 

ଚାହିଁଥିଲେ ପାଖରେ ରଖି ଗରିବୀରୁ ମୁକ୍ତି ପାଇଥାନ୍ତେ 

କିନ୍ତୁ ପର ଧନ ଭାବି ଗହଣା ଫେରାଇ ବନିଗଲେ ନାୟିକା 

ଚେନ୍ନାଇର ରାସ୍ତା କଡ଼ରେ ସଫେଇ କରୁଥିବା ପଦ୍ମାଙ୍କ ନଜର ପଡ଼ିଥିଲା ଏକ ସନ୍ଦେହଜନକ ବ୍ୟାଗ୍‌ରେ... 

ଉଠାଇ ଦେଖିଲେ ଓ ଅବାକ୍ ହେଲେ – ଭିତରେ ଚମକୁଥିଲା ୪୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ! ବ୍ୟାଗ୍ ଭିତରେ ଥିଲା ତିନୋଟି ହାର ସହିତ 7ଟି ଚେନ୍, 3ଟି ମଙ୍ଗଳସୂତ୍ର, ଚୁଡ଼ି ଓ ମୁଦି।ଜୀବନରେ ପ୍ରଥମ ଥର ପାଇଁ ଏତେ ମୂଲ୍ୟର ଧନ ହାତକୁ ଆସିଥିଲା। ଏହା ତାଙ୍କ ପରିବାରର ଅଭାବକୁ ଦୂର କରିବା ପାଇଁ ଯଥେଷ୍ଟ ଥିଲା । କିନ୍ତୁ ଲୋଭ ତାଙ୍କୁ ଛୁଇଁ ପାରିନଥିଲା। ସେ ସୁନା ଭର୍ତ୍ତି ବ୍ୟାଗ ସିଧା ପୋଲିସ୍‌କୁ ହସ୍ତାନ୍ତର କଲେ । ପୋଣ୍ଡି ପୋଲିସ ଯେତେବେଳେ ବ୍ୟାଗ୍ ଖୋଲିଲେ ଅବାକ୍ ହେଲେ। ଏହା ସେମାନଙ୍କ ପ୍ରଥମ ଅନୁଭବ ଥିଲା, ଯେଉଁଠି ଜଣେ ଏତେ ସମ୍ପତ୍ତି ରାସ୍ତାରୁ ପାଇ ମଧ୍ଯ ଲୋଭ କରିନଥିଲା। ପୂର୍ବରୁ ସୁନା ଭର୍ତ୍ତି ବ୍ୟାଗ୍ ହଜିଥିବା ନେଇ ନାଙ୍ଗାଲୁର ବାସିନ୍ଦା ରମେଶ ପୋଲିସ ଥାନାରେ ରିପୋର୍ଟ କରିଥିଲେ। ପଦ୍ମାଙ୍କ ନିକଟରୁ ମିଳିଥିବା ବ୍ୟାଗ୍ ରମେଶଙ୍କର ବୋଲି ଜାଣିବା ପରେ ପୋଲିସ ରମେଶଙ୍କୁ ସୁଚନା ଦେଇଥିଲେ।

ମାଲିକ ରମେଶ୍‌ଙ୍କୁ ମିଳିଯାଇଥିଲା ତାଙ୍କର ହଜିଯାଇଥିବା ଗହଣା ।

ସହର ଦେଖିଲା ସାଧୁତା ଓ ନିର୍ଲୋଭତାର ଆଉ ଏକ ଘଟଣା 

ଏହା ପ୍ରଥମ ନୁହେଁ... କୋଭିଡ୍‌ ଲକ୍‌ଡାଉନ୍‌ରେ ପଦ୍ମାଙ୍କ ସ୍ୱାମୀ ସୁବ୍ରମଣି ପାଇଥିଲେ ୧.୫ ଲକ୍ଷ ନଗଦ! 

ସେ ବି ପୋଲିସ୍‌କୁ ଫେରାଇଥିଲେ – ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଓ ୧ ଲକ୍ଷ ପୁରସ୍କାର ମିଳିଥିଲା ସୁବ୍ରମଣିଙ୍କୁ।

ପଦ୍ମା ଓ ସୁବ୍ରମଣି ରଚିଛନ୍ତି ସାଧୁତା ଓ ସଚ୍ଚୋଟତାର ସୁନ୍ଦର ଏକ କାହାଣୀ। ଗରୀବ ପରିବାରରୁ ଦେଇଛନ୍ତି ବଡ ହୃଦୟର ପରିଚୟ। ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରି ପଦ୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସହରକୁ ସଫା କରିବା ମିଶନରେ ଲାଗିଥିବା ପଦ୍ମା ହୃଦୟରୁ ବି ସଫା। ସକାଳୁ ଅଳିଆ ଗାଡ଼ି ନେଇ ସେ ଗଳି କନ୍ଦି ଘୁରି ବୁଲୁଥିବା ବେଳେ ଅନେକ ସମୟରେ ମୂଲ୍ୟବାନ ସାମଗ୍ରୀ ପାଇଥାନ୍ତି। ତାହାକୁ ସେ ଆଣି ନିଜ ଅଫିସ୍ ରେ ଜମା ଦେଇଥାନ୍ତି। ପଦ୍ମା ମାଇନର ପଢ଼ିଛନ୍ତି କିନ୍ତୁ ସହରରେ ଅଳିଆ ଗାଡ଼ି ଚଳାଇ ସେ ନିଜର କର୍ମଠ ଓ ସାଧୁତାର ପ୍ରଦର୍ଶିତ କରିଛନ୍ତି ଅଜସ୍ର ନମୁନା।

 

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.