କେରଳ ପାଲକଡ଼ ବାସିନ୍ଦା ଅନନ୍ୟା ବିଶ୍ଵେଶ୍ଵ ୧୪ ବର୍ଷ ବୟସରୁ ଜଙ୍ଗଲ ବିଶାରଦ ପାଲଟିଛନ୍ତି । ୬ ବର୍ଷ ବୟସରୁ ସେ ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ରଖି ଆସିଛନ୍ତି ରୁଚି । ପିଲାବେଳେ ସେ ନିଜ ପିତାମାତାଙ୍କ ସହିତ ତାମିଲନାଡୁର ଊଟି ବୁଲିବାକୁ ଆସିଥିବା ବେଳେ ପଡ଼ିଥିଲେ ପୂର୍ବଘାଟ ପର୍ବତମାଳାର ପ୍ରେମରେ । ମେଘକୁ ସ୍ପର୍ଶ କରୁଥିବା ପାହାଡ଼ ,ସବୁଜ ଜଙ୍ଗଲ ଓ ମଝିରେ ମଝିରେ ସ୍ୱଚ୍ଛ ଝରଣାର ଜଳଧାର ସହିତ ପଶୁ ପକ୍ଷୀଙ୍କୁ ଦେଖି ଆକର୍ଷିତ ହୋଇଥିଲେ । ପିଲାଦିନେ ଦେଖିଥିବା ଏହି ରୂପ ତାଙ୍କୁ ଜଙ୍ଗଲ ପ୍ରତି ଆକର୍ଷିତ କରିଥିଲା । ଫେରିବା ପରେ ସେ ନିଜର ବଳକା ସମୟ ପ୍ରକୃତିକୁ ନିରୀକ୍ଷଣ କରି ଶିଖିବା ଅଭ୍ୟାସ ମନ ଭିତରୁ ସୃଷ୍ଟି କଲେ । ଏବେ ୧୪ ବର୍ଷ ବୟସରେ ସେ ୭୫ ସାପଙ୍କୁ ଉଦ୍ଧାର କଲେଣି । ୬ ଟି ଭାଷାରେ ୪୫୦୦ ପିଲାଙ୍କୁ ଜଙ୍ଗଲ କାହାଣୀ ଶୁଣାଇଲେଣି ଓ ପୂର୍ବଘାଟ ପର୍ବତ ମାଳାର ଜୈବ ବିବିଧତା ବାବଦରେ ନିଜ ସ୍କୁଲର ,ସହପାଠୀ ମାନଙ୍କୁ ସଚେତନତା କଲେଣି ।
ତାଙ୍କରି ବୟସର ପିଲା ସୋସିଆଲ ମିଡିଆରେ ସମୟ ଅତିବାହିତ କରୁଥିବା ବେଳେ ଅନନ୍ୟା ଭିନ୍ନ ରାସ୍ତା ବାଛିଛନ୍ତି। ଛୁଟି ଦିନରେ ମଜାମସ୍ତିରେ ସମୟ ଅତିବାହିତ ନ କରି ବନ୍ୟପ୍ରାଣୀ ଓ ପ୍ରକୃତିରୁ ଆନନ୍ଦ ଖୋଜନ୍ତି । ଅନାନ୍ୟା କହନ୍ତି ଜଙ୍ଗଲ କେବଳ ଏକ ବୁଲିବା ଜାଗା ନୁହଁ ,ଏହା ଏକ ଶିକ୍ଷାର ଜାଗା । ଆମେ ଅନେକ କଥା ଜଙ୍ଗଲରୁ ଶିଖିବାକୁ ପାଇବା । ଅନନ୍ୟା ଅନେକ ପଶୁ ,ପକ୍ଷୀ ,କୀଟ ,ପତଂଗ ,ସରୀସୃପକୁ ଚିହ୍ନନ୍ତି ,ସେମାନଙ୍କ ଗୁଣ ଓ ବ୍ୟବହାର ମଧ୍ୟ ଜାଣନ୍ତି । ମଣିଷର ସତ୍ତା ପାଇଁ ଅନେକ ପ୍ରାଣୀ ବଂଚି ରହିବା ଆବଶ୍ୟକ ବୋଲି କହନ୍ତି ଅନନ୍ୟା । ନୀଳଗିରିର ଜୈବ ବିବିଧତା ତାଙ୍କୁ ଏକ ନିଆରା ପରିଚୟ ଦେଇଛି ।