• Thursday, October 16, 2025

କ୍ଲାଇମେଟ ଚମ୍ପିୟନ ଭାରତୀ

Subhadra Live:A-Champion-Of-Odishas-Coastal-Resilience-Bharati-Sethy-Leads-Ganjam-Farmers-Into-Mud-Crab-Farming

 ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରେ ବଦଳିଛି ପାଗ । ଋତୁଚକ୍ରରେ ଅସ୍ୱାଭାବିକ ପରିବର୍ତ୍ତନ ସାଙ୍ଗକୁ ଜୀବିକା ଉପରେ ପଡିଛି ପ୍ରଭାବ । ଓଡିଶା ଉପକୂଳର ମସ୍ୟଜୀବି ମାନଙ୍କ କ୍ୟାପଚର ଓ କଲଚର ଫିସେରୀଜରୁ ମିଳୁନି ଜୀବିକା । ଚିଙ୍ଗୁଡ଼ି ଚାଷ କ୍ଷତିର ସାମ୍ନା କରୁଥିବା ବେଳେ ନଦୀ ,ହ୍ରଦ ,ପୋଖରୀରେ ଆଉ ଦେଖିବାକୁ ମିଳୁନାହିଁ ମାଛଙ୍କ ବିବିଧତା । ମାଛ ସଂଖ୍ୟା କମୁଥିବାରୁ ମସ୍ୟଜୀବି ଦାଦନମୁଁହା ହେବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ଗଞ୍ଜାମର ଜଣେ ଯୁବତୀ ଭାରତୀ ସେଠି ନିଜ ପୋଖରୀରେ କାଦୁଅ କଙ୍କଡା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସାଙ୍ଗକୁ ଅନ୍ୟ ମସ୍ୟଜୀବିଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ ।

ଗଂଜାମ ଜିଲ୍ଲା ଚିକିଟି ବ୍ଲକ କତୁରୁ ଗାଁରେ ଭାରତୀଙ୍କ ଘର । ଭାରତୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା କରି ମାଛଚାଷ ପାଇଁ ଉଦ୍ୟମ କରିଥିଲେ । କେବେ ମାଛଙ୍କୁ ରୋଗ ତ କେବେ ପୋଖରୀରେ ବନ୍ୟାଜଳ ପ୍ରବେଶ କରିବା ଭାରତୀଙ୍କ ପାଇଁ ତିକ୍ତ ଅଭିଜ୍ଞତା ଦେଇଥିଲା । ପରେ ସେ କାଦୁଅ କଙ୍କଡା ଚାଷ ବିଷୟରେ ଶୁଣିଲେ । ବଜାରରେ ଏହା କେଜି ପ୍ରତି ୧୨୫୦ ଟଙ୍କା ଦର ରହୁଥିବାରୁ ସେ ନିଜର ତିନୋଟି ପୋଖରୀରେ ଆରମ୍ଭ କଲେ । ଓଡ଼ିଶାରେ କଙ୍କଡା ଜାଅଁଳା ଉତ୍ପାଦନ କେନ୍ଦ୍ର ନଥିବାରୁ ସେ ତାମିଲନାଡୁର ରାଜୀବ ଗାନ୍ଧୀ ସେଣ୍ଟର ଫର  ଆକ୍ୱାକଲଚରରୁ କଙ୍କଡା ଯାଁଆଳ ଯୋଗାଡ଼ କଲେ । ପ୍ରତ୍ୟେକ ଯାଆଁଳାର ଓଜନ ୨/୩ ଗ୍ରାମ ଥିଲା । ହେକ୍ଟର ପ୍ରତି ୫୦୦୦ ଯାଁଆଳ ଦରକାର ଥିଲା । ପ୍ରଥମ ବର୍ଷରେ ସବୁ ଖର୍ଚ୍ଚ ଯାଇ ସେ ୩ଲକ୍ଷ ଟଙ୍କା ରୋଜଗାର କରିଥିଲେ । ଏହା ତାଙ୍କୁ ଉତ୍ସାହିତ କରିବା ସହିତ କ୍ଷତି ସହୁଥିବା ମାଛଚାଷୀ ମାନଙ୍କୁ କାଦୁଅ କଙ୍କଡା ଚାଷ ପାଇଁ ପ୍ରେରଣା ଯୋଗାଇଥିଲା ।ଏବେ ECRICC  ପ୍ରକଳ୍ପ ଅଧୀନରେ ୨୮,୨୦୧ ଚାଷୀଙ୍କୁ କାଦୁଅ କଙ୍କଡା ଚାଷ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.