• Wednesday, January 22, 2025

ଚା ଦୋକାନରୁ ଅଧ୍ୟାପିକା ହେବାର ସ୍ବପ୍ନ ଦେଖୁଛନ୍ତି ଅର୍ପିତା

Subhadra Live:From-the-warmth-of-her-familys-tea-shop-Arpita-brews-her-dreams-of-becoming-a-teacher

 କେନ୍ଦ୍ରାପଡା ଜିଲ୍ଲା ତିନି ମୁହାଣି ଛକରେ ନିଜ ପଢାଖର୍ଚ୍ଚ ପାଇଁ ଚା ଦୋକାନ ଖୋଲିଛନ୍ତି ପିଜି ଛାତ୍ରୀ ଲୋନୀ । ଏଥିରେ ସହଯୋଗ କରୁଛନ୍ତି ତାଙ୍କ ମାମୁଁ ପୁଅ ଭାଇ ସୋନୁ । ଦୋକାନର ନାଁ ରହିଛି ସୋନୁ ଲୋନୀ ଟି ଷ୍ଟଲ । ଯେଉଁ ବୟସରେ  ସାଙ୍ଗସାଥିଙ୍କ ସହିତ ଅଧିକାଂଶ ପିଲା ମଜାମସ୍ତି କରିଥାନ୍ତି,ସେହି ବୟସରେ ନିଜ କାନ୍ଧରେ ଭବିଷ୍ୟତ ଗଢିବାର ଦାୟିତ୍ୱ ବୋହୁଛନ୍ତି ଅର୍ପିତା ପ୍ରିୟଦର୍ଶନୀ ଦାସ ଓରଫ ଲୋନୀ । ଅର୍ପିତାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ ଜରିଆ ଗାଁରେ । ତାଙ୍କ ବାପା ଏକ ହୋଟଲରେ ସପ୍ଲାଏର ଭାବେ କାମ କରୁଥିବା ବେଳେ ଝିଅର ପଢ଼ା ଖର୍ଚ୍ଚ ତୁଲାଇବା ଦିଗରେ କରିଥାନ୍ତି ଅଧିକ କଷ୍ଟ  । ପିତାଙ୍କ କଷ୍ଟକୁ ଲାଘବ କରିବା ପାଇଁ ଅର୍ପିତା ଏଭଳି ବ୍ୟବସାୟକୁ କରିଛନ୍ତି ମାଧ୍ୟମ

ସକାଳ ,ସଂଜରେ ଦୁଇଘଣ୍ଟା କରି ଖୋଲୁଛି ଏହି ଷ୍ଟଲ । ରାସ୍ତାକଡ଼ ଖୋଲା ଆକାଶ ତଳେ ଛୋଟ ଏହି ଦୋକାନ ଲୋନୀ ଙ୍କୁ ଦେଖାଇଛି ବଡ଼ ହେବାର ସ୍ବପ୍ନ । ନିଜ ସଂଚୟରୁ ନିବେଶ କରି ଚା ଓ ସ୍ନାକ୍ସ ବିକି ନିଜ ଗୋଡ଼ରେ ଠିଆ ହେବାର ସଂକଳ୍ପ ସେ ନେଇଛନ୍ତି । କେନ୍ଦ୍ରାପଡା ଅଟୋନମସ କଲେଜରେ ରାଜନୀତି ବିଜ୍ଞାନରେ ପିଜି କରୁଥିବା ଲୋନୀ ଭବିଷ୍ୟତରେ ଅଧ୍ୟାପିକା ହେବାର ସ୍ବପ୍ନ ଦେଖୁଥିବା କହନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.