• Tuesday, January 21, 2025

ସଂଘର୍ଷ ଓ ନିର୍ମାଣର ନିଆରା ବିନ୍ଧାଣି :ଇନ୍ଦ୍ରାନୁଇ

Subhadra Live:Indra-Nooyi-exemplifies-leadership-resilience-and-the-power-of-breaking-barriers

 ଫର୍ଚ୍ୟୁନ୍‌ ୫୦ କମ୍ପାନିର ନେତୃତ୍ୱ ନେଇଥିବା  ତଥା ପ୍ରବାସୀ ଭାରତୀୟ ମହିଳା ଭାବେ ସଫଳତାର ଶିଖର ଆରୋହଣ କରିଥିବା ଇନ୍ଦ୍ରା ନୁଇ ଏକ ବେଶ ପରିଚିତ ନାଁ । ନିଜ ସଂଘର୍ଷମୟ ଜୀବନ କାଳ ମଧ୍ୟରେ ତାଙ୍କୁ ଯେତିକି ସ୍ୱୀକୃତି ମିଳିଛି ମିଳିଛି ସେତିକି ସମ୍ମାନ । ପ୍ରକାଶ ପାଇଥିବା ତାଙ୍କ ଆତ୍ମ ଜୀବନ ଯୁବପିଢ଼ିଙ୍କ ପାଇଁ ସଂଘର୍ଷରୁ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖୁଥିବା ଉଚ୍ଚ ଅଭିଳାଷରଏକ ବ୍ଲୁପ୍ରିଣ୍ଟ ସଦୃଶ ପୁସ୍ତକ ଭାବେ ଗଣା ହୋଇଛି । ଭାରତରେ ତାଙ୍କର ପିଲାବେଳ ଓ ଶିକ୍ଷା, ବିଶ୍ୱ କର୍ପୋରେଟ୍‌ ଜଗତରେ ତାଙ୍କର ସଂଘର୍ଷ ଓ ଉତ୍‌ଥାନ ଏବଂ ସୁପରିଚିତ ମୃଦୁପାନୀୟ କମ୍ପାନି ‘ପେପ୍‌ସି କୋ’ ସିଇଓ ଭାବେ ତାଙ୍କର କାର୍ଯ୍ୟକାଳ ବିଷୟରେ ଅତି ସରଳ ଭାଷାରେ ସେ ଲେଖି ପାଠକୀୟ ଶ୍ରଦ୍ଧା ହାସଲ କରିଛନ୍ତି । କର୍ପୋରେଟ ଜଗତରେ କଣ ସବୁ ଘଟେ ଓ ଜଣେ ମହିଳା ଭାବେ ସେ କିଭଳି ପ୍ରତିବନ୍ଧକକୁ ସାମ୍ମା କରି ଆଗକୁ ଯାଇଥିଲେ ତାହାକୁ ସେ ଅତି ସୁନ୍ଦର ଭାବେ  ଦି ଫୁଲଷ୍ଟପ ଇନ ମାଇଁ ଲାଇଫ 'ନାମକ ନିଜର ଆତ୍ମ ଜୀବନ ପୁସ୍ତକରେ କହିପାରିଛନ୍ତି  ।

ଅକ୍ଟୋବର ୨୮ ,୧୯୫୫ ମସିହାରେ ତାମିଲ ବ୍ରାହ୍ମଣ ପରିବାରରେ  ଜନ୍ମିତ ଇନ୍ଦ୍ରା ନୂଇ ଚେନ୍ନାଇରୁ ପଦାର୍ଥ ବିଜ୍ଞାନ ,ରସାୟନ ବିଜ୍ଞାନ ଓ ଗଣିତରେ ସ୍ନାତ୍ତକ ହାସଲ କରିବା ପରେ କୋଲକାତାରୁ ଆଇ ଆଇ ଏମରେ ଡିପ୍ଲୋମା କରିଥିଲେ  । ୧୯୭୮ ରେ ଆମେରିକା ଯାଇ ସେଠାରେ ପବ୍ଲିକ ଆଣ୍ଡ ପ୍ରାଇଭେଟ ମ୍ୟାନେଜମେଣ୍ଟ ରେ ସ୍ନାତ୍ତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ । ଅମାଜନ କମ୍ପାନୀର ବୋର୍ଡ ମେମ୍ବର ରହିବା ସାଙ୍ଗକୁ ୨୦୦୬ ରୁ ୨୦୧୮ ଯାଏଁ ପେପିସିକୋର ଅଧ୍ୟକ୍ଷ ତଥା ସି ଇ ଓ ଭାବେ ଖ୍ୟାତି ଅର୍ଜନ କରିଥିଲେ । ଅସାଧାରଣ ନେତୃତ୍ଵା ପାଇଁ ସେ ୨୦୧୪ରେ ବିଶ୍ୱର ଶ୍ରେଷ୍ଟ ପାୱାରଫୁଲ ମହିଳାଙ୍କ ତାଲିକାରେ ୧୪ ତମ ସ୍ଥାନରେ ରହିଥିବା ବେଳେ ୨୦୧୫ ରେ fartune ପାୱାରଫୁଲ ମହିଳା ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲେ । ସବୁଠୁ ବଡ଼ କଥା ହେଉଛି ତାଙ୍କ ମା ଆଦୌ ସ୍କୁଲ ଯାଇନଥିବା ବେଳେ ସେ ପ୍ରତିଦିନ ଡାଇନିଂ ଟେବୁଲରେ ଝିଅ ମାନଙ୍କର ବକ୍ତୃତା ପ୍ରତିଯୋଗିତା କରାଉଥିଲେ। ଘରେ ହେଉଥିବା ଏହି ଅଭ୍ୟାସ ଇନ୍ଦ୍ରାଙ୍କୁ ନେତୃତ୍ୱ ନେବାରେ ଓ ଦୃଢ ଯୁକ୍ତି ଉପସ୍ଥାପନାରେ ସାହାଯ୍ୟ କରୁଥିଲା ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.