ବାଙ୍ଗାଲୁରର ଦିବ୍ୟା ତେଜସ୍ୱିଙ୍କ ମୁଣ୍ଡ ଉପରେ ଛିଡି ପଡିଥିଲା ଆକାଶ । କରୋନା ମହାମାରୀ ଛଡ଼ାଇ ନେଇଥିଲା ତାଙ୍କ ଜୀବିକା । ସ୍ୱାମୀଙ୍କ ଚାକିରୀ ମଧ୍ୟ ରହି ନ ଥିଲା । ପରିବାରରେ ଥିବା ବୟସାଧିକ୍ୟ ଲୋକଙ୍କ ରୋଗ ସହିତ ଅର୍ଥଚିନ୍ତା ତାଙ୍କ ପାଇଁ ଦୁର୍ଦ୍ଦିନ ଆଣିଥିଲା । ସେହି ସମୟରେ ସେ ପିଲାଦିନୁ ମା ପାଖରୁ ଶିଖିଥିବା କଣ୍ଢେଇ ତିଆରିକୁ ନୂଆ ଜୀବିକା ଭାବେ ନେଇଥିଲେ । ନିଜ ମା ଲଳିତା ଦେବୀଙ୍କ ନାଁରେ ଲଳିତା ଡ଼ଲସ ଉଦ୍ୟୋଗ ଆରମ୍ଭ କରିଥିଲେ ।ଭିଭିନ୍ନ ଥିମକୁ ନେଇ ତିଆରି ହୋଇଥିଲା କଣ୍ଢେଇ । ବାହାଘର ,ଜନ୍ମଦିନ ,ବିବାହ ବାର୍ଷିକୀ ପାଇଁ କଣ୍ଢେଇ ତିଆରି କରି ସେ କଣ୍ଢେଇ ବ୍ୟବସାୟକୁ ନୂଆ ଉଚ୍ଚତାକୁ ନେଇଥିଲେ । ପାରମ୍ପରିକ କଣ୍ଢେଇ ଦେହରେ ଆଧୁନିକ ସାଜସଜ୍ବା ସାମଗ୍ରୀ ମାନ ଖଞ୍ଜି ସେ ଏହାର ଗୁଣାତ୍ମକ ବିକାଶ କରିଥିଲେ । କ୍ରମଶଃ ଏହି କଳା ତାଙ୍କୁ ରୋଜଗାର ସହିତ ଦେଇଥିଲା ପ୍ରସିଦ୍ଧି । ମହାମାରୀରେ ଜୀବିକା ନଷ୍ଟ ,ଆତ୍ମୀୟଙ୍କ ଦୁଃଖ ଓ ଘୋର ଆର୍ଥିକ ସମସ୍ୟା ସତ୍ୱେ ଦିବ୍ୟା ଅଟଳ ଓ ଅଚଳ ଥିଲେ । ମାଙ୍କ ହାତ ତିଆରି କଣ୍ଢେଇକୁ ଜୀବନ୍ୟାସ ଦେଇ ନୂଆ ପରିକଳ୍ପନା ଆଙ୍କିଲେ । ଏଥିରେ ସେ ସଫଳ ହେଲେ ।
ଦକ୍ଷିଣ ଭାରତୀୟ କଳାପରମ୍ପରାକୁ ଦେଶ ବ୍ୟାପି କରାଇବା ଦିଗରେ ଦିବ୍ୟା ଜାରି ରଖିଛନ୍ତି ପ୍ରୟାସ ।