ପ୍ୟାରିସ ଅଲମ୍ପିକ୍ରେ ଯୋଡ଼ା ପଦକଧାରୀ ମନୁ ଭାକରଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ । ବହୁ ବାଦବିବାଦ ପରେ ତାଙ୍କୁ ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି । ମନୁଙ୍କ ସମେତ ମୋଟ ଚାରି ଜଣ ଭାରତୀୟ ଖେଳାଳିଙ୍କୁ ମିଳିବ ଖେଳ ରତ୍ନ ।
ଆଗାମୀ ଜାନୁଆରି ୧୭ରେ ମେଜର ଧ୍ୟାନ୍ ଚାନ୍ଦ୍ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ଚାରିଜଣ ଖେଳାଳିଙ୍କ ନାମ ଗୁରୁବାର କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି । ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୪ଖେଳାଳିଙ୍କୁ ସମ୍ମାନିତ କରାଯିବ। ପୂର୍ବରୁ ୧୧ ଜଣିଆ ଏକ ମନୋନୟନ କମିଟି ମନୁଙ୍କୁ ମନୋନୟନ କରିନଥିବା ଜଣାପଡିବା ପରେ ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ମନୁଙ୍କ ପିତା ରାମ କିଷନ ଓ ପ୍ରଶିକ୍ଷକ ଯଶପାଲ ରାଣା ପ୍ରତିକ୍ରିୟା ଦେଇଥିଲେ । ଅଭିଭାବକ ମାନେ ନିଜ ପିଲାଙ୍କୁ ଆଇଏଏସ କରନ୍ତୁ ନତୁବା କ୍ରିକେଟ ଖେଳାନ୍ତୁ ବୋଲି ପରାମର୍ଶ ଦେଇଥିଲେ । ବିବାଦ ଦାନା ବାନ୍ଧୁଥିବା ବେଳେ କ୍ରୀଡା ମନ୍ତ୍ରଣାଳୟର ଚୂଡାନ୍ତ ରାୟ ପ୍ରକାଶ ପାଇଛି ।
ସୂଚନା ଯୋଗ୍ୟଯେ ମନୁ ଚଳିତ ଅଲମ୍ପିକରେ ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ମିକ୍ସଦ ଏୟାର ପିସ୍ତଲରେ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।