• Tuesday, January 21, 2025

ସେବା ମନସ୍କ ସରସ୍ବତୀ ମାଉସୀ

Subhadra Live:Saraswati-Patra-of-Mayurbhanj-is-becoming-ideal-for-her-selfless-service-for-the-needy-people

ନିଜର ନିସ୍ଵାର୍ଥପର ସେବା ପାଇଁ ଉଦାହରଣ ପାଲଟିଛନ୍ତି ସରସ୍ବତୀ ମାଉସୀ । ମାଉସୀଙ୍କର ପୁରା ନାଁ ସରସ୍ବତୀ ପାତ୍ର । ଘର ମୟୁରଭଞ୍ଜ ଜିଲ୍ଲା  ମାଣତ୍ରୀ ଅଂଚଳର ମାନଗୋବିନ୍ଦପୁରରେ । ବିଗତ ତିନି ଦଶନ୍ଧି ଧରି ମାଉସୀ ବାଲେଶ୍ୱର ସହରର ଏକ ଭଡା ଘରେ ରହନ୍ତି । କିନ୍ତୁ ମାଉସୀଙ୍କର ଅଧିକାଂଶ ସମୟ ବିତେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡେଷ୍ଟିଚ୍ୟୁଟ ୱାର୍ଡରେ । ବର୍ଷ ପରେ ବର୍ଷ ଧରି ସରସ୍ବତୀ ମାଉସୀ ଅଚିହ୍ନା ରୋଗୀଙ୍କ ମା ପାଲଟିଛନ୍ତି । ସେମାନଙ୍କ ସହିତ ରକ୍ତଗତ ସମ୍ପର୍କ କିଛି ନ ଥିଲେ ହେଁ ଆତ୍ମିକ ଭାବେ ସେମାନଙ୍କ ସହ ଯୋଡି ହୋଇ କରୁଛନ୍ତି ସେବା । ଖୁଆଇଦେବା ଠାରୁ ଆରମ୍ଭ କରି ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ କରି ରଖିବା ଦିଗରେ ସେ ଦେଇଥାନ୍ତି ସମୟ । ସାମ୍ପ୍ରତିକ ସମୟରେ ପରିବାର  ତାର ବରିଷ୍ଠ ସଦସ୍ୟଙ୍କ ପ୍ରତି ସମ୍ବେଦନଶୀଳ ହେଉନଥିବା ବେଳେ ପର ପାଇଁ ସମର୍ପିତ ସେବା ତାଙ୍କୁ ନିଆରା ପରିଚୟ ଦେଇଛି ।

ବୟସର ବୋଝ ନୁଆଁଇ ଦେଇଛି ଅଣ୍ଟା । ସିଧା ହୋଇ ଚାଲିବାର ନାହିଁ ସାମର୍ଥ୍ୟ । କିନ୍ତୁ ପରିଣତ ବୟସରେ ଅନ୍ୟର ସେବାରୁ ନିବୃତ୍ତ ହୋଇନାହାନ୍ତି ସରସ୍ବତୀ । ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲକୁ ଆସୁଥିବା ଅଚିହ୍ନା ରୋଗୀଙ୍କୁ ଯେତେବେଳେ ସମାଜ ନାକ ଟେକେ ସେତେବେଳେ ସରସ୍ବତୀ ରାଉତଙ୍କ ପରି ସେବା ମନସ୍କ ବ୍ୟକ୍ତି ପାଲଟି  ଯାଆନ୍ତି  ମା । ସେବା ବିନିମୟରେ ଜଣେ ରୋଗୀ ପ୍ରତି ୫୦ ଟଙ୍କା କିଛି ହୋଇନଥିବା ବେଳେ କେବେ ବି ଦାବି କରିନଥାନ୍ତି ଅଧିକ ଅର୍ଥ । ମାନସିକ ରୋଗୀଙ୍କ ପାଇଁ ସେବା କରିବାରେ ଯେଉଁ ସାହସ ଓ ସମର୍ପଣ ଭାବ ରହିବା କଥା ସେସବୁ ତାଙ୍କ ନିକଟରେ ରହିଛି । ମାନସିକ ଭିନ୍ନକ୍ଷମ ରୋଗୀଙ୍କ ପାଇଁ ତାଙ୍କ ହୃଦୟରେ ନିଆରା ଏକ ସେବା ମନୋଭାବ ରହିଛି ବୋଲି କହିଛନ୍ତି ନିରାଶ୍ରୟା ୱାର୍ଡ ଦାୟିତ୍ୱରେ ଥିବା ନର୍ସ ପ୍ରଜ୍ଞାରାଣୀ ମହାନ୍ତି । ସରସ୍ବତୀ କହନ୍ତି ଏଠାକୁ ଯେଉଁ ରୋଗୀ ଆସନ୍ତି ସେମାନଙ୍କୁ ମୁଁ ଛୁଆ ଭଳି ପାଳିଛି । ସାମ୍ପ୍ରତିକ ସମୟରେ ଅନ୍ୟକୁ ସେବା ଓ ସାହାଯ୍ୟ କରିବା ଘଟଣା କମି କମି ଆସୁଥିବା ବେଳେ ସରସ୍ବତୀ ମାଉସୀ ନିଆରା ବ୍ୟକ୍ତିତ୍ୱ ଭାବେ ସୃଷ୍ଟି କରିଛନ୍ତି ଉଚ୍ଚ ଆଦର୍ଶ ।

ବିପଦ ବେଳର ବନ୍ଧୁ ଡାଳିମ୍ବ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.