• Tuesday, January 21, 2025

ବିପଦ ବେଳର ବନ୍ଧୁ ଡାଳିମ୍ବ

Subhadra Live:Nabrangpurs-Dalimba-The-Nightingale-Who-Transformed-Maternal-Healthcare

 ନିରାଶ୍ରୟା ଲୋକଙ୍କ ସାହାରା ପାଲଟିଛନ୍ତି ଡାଳିମ୍ବ । କାହାକୁ ଅଧରାତିରେ ଡାକ୍ତରଖାନା ଯିବାରେ ସହାୟତା କରିବା ହେଉ କି କାହା ନିକଟରେ ଔଷଧ ପହଂଚାଇବା ହେଉ ସବୁଥିରେ ସେ ଆଗରେ । ଏଥିପାଇଁ ସେ ନିଜେ ବ୍ୟକ୍ତିଗତ ଭାବେ ଅଧିକ କଷ୍ଟ ସ୍ୱୀକାର କରିଥିଲେ ହେଁ ଜନସେବାକୁ ବ୍ରତ କରିଥିବାରୁ କଷ୍ଟକୁ କେବେ କଷ୍ଟ ବୋଲି ଭାବି ନାହାନ୍ତି  । ଡାଳିମ୍ବଙ୍କ ପୁରା ନାଁ ଡାଳିମ୍ବ ମାଳି । ଘର ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଚୂଟିସାରି ଗାଁରେ । ୧୯ ବର୍ଷ ତଳେ ସେ ଆଶାକର୍ମୀ ଭାବେ ନିୟୋଜିତ ହୋଇଥିଲେ । ସେ ଦିନଠାରୁ ସେ ନିଜ ଦାୟିତ୍ୱକୁ ଦେଇ ଆସିଛନ୍ତି ପ୍ରାଥମିକତା । ନିଜ କାର୍ଯ୍ୟଞ୍ଚଳରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ଆନୁଷ୍ଠାନିକ ପ୍ରସବ କରାଇବାରେ ସେ ଦେଇଛନ୍ତି ସବୁଠୁ ବଡ଼ ଯୋଗଦାନ । ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ଦ୍ୱାର ମୁଁହରେ ଔଷଧ ପହଂଚାଇବା ଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ଓ ଆନୁଷ୍ଠାନିକ ପ୍ରସବକୁ ଶତପ୍ରତିଶତ ନିଶ୍ଚିତତା କରି ସେ ବେଶ ପ୍ରସିଦ୍ଧି ହାସଲ କରିଛନ୍ତି ।

ଦିନଥିଲା ଉପାନ୍ତ ଝରିଗାଁ ବ୍ଲକ୍‌ରେ ଗର୍ଭବତୀମାନେ ଘରେ ପ୍ରସବ କରୁଥିଲେ । ଯେଉଁଥି ପାଇଁ ଅନେକ ପ୍ରସୂତି ଓ ନବଜାତଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଥିଲା । ପରବର୍ତ୍ତୀ ସମୟରେ ସରକାର ଡାକ୍ତରଖାନାରେ ପ୍ରସବକୁ ଗୁରୁତ୍ବ ଦେଇଥିଲେ। ଡାଳିମ୍ବ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେବା ଦିନରୁ ଜଣେ ବି ଗର୍ଭବତୀଙ୍କୁ ବିପଦସଂଙ୍କୁଳ ଅବସ୍ଥାରେ ପ୍ରସବ କରାଇବାକୁ ଦେଇନାହାନ୍ତି । ସମସ୍ତ ଗର୍ଭବତୀଙ୍କୁ ଡକ୍ତରଖାନା ନେଇ ସୁରକ୍ଷିତ ପ୍ରସବ କରାଇବାରେ କରିଛନ୍ତି ସହଯୋଗ । ଡାଳିମ୍ବଙ୍କ ବୃତ୍ତି ପ୍ରତି ରହିଥିବା ଆଗ୍ରହ କାରଣରୁ ଏହି ଗାଁରେ ଗୋଟିଏ ବି ମାତୃମୃତ୍ୟୁ ହୋଇନି। ଗାଁରେ ଜନସଂଖ୍ୟା ପ୍ରାୟ ୭୦୦ ହୋଇଥିବା ବେଳେ ଡାଳିମ୍ବ ଅକ୍ଲାନ୍ତ ପରିଶ୍ରମ କରି ଚିକିତ୍ସା ସେବା ଯୋଗାଇ ଦେଇ ଆସୁଛନ୍ତି । ସଚେତନ କରାଇ ପ୍ରାୟ ୨୪ଜଣ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଛନ୍ତି । ୩୦ଜଣଙ୍କଠାରେ କୁଷ୍ଠ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଠିକଣା ଭାବେ ଔଷଧ ଦେଇ ଭଲ କରିଛନ୍ତି । ୧୯ବର୍ଷ ଭିତରେ ୫ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ଔଷଧ ଦେବା ସହ ସଚେତନ କରାଇଛନ୍ତି । ବାଲ୍ୟବିବାହ ରୋକିବାକୁ ଲୋକଙ୍କୁ ସଚେତନ କରି ସଫଳ ମଧ୍ୟ ହୋଇଛନ୍ତି । ମ୍ୟାଲେରିଆପ୍ରବଣ ଅଞ୍ଚଳ ହୋଇଥିବାରୁ ମଶାରି ବ୍ୟବହାର ନେଇ ଲୋକଙ୍କୁ ସଚେତନ କରି ରୋଗୀ ସଂଖ୍ୟା କମ୍‌ କରିପାରିଛନ୍ତି । ଏଥିପାଇଁ  ୨୦୨୦ ଜାନୁଆରି ୩୦ତାରିଖରେ  ଜିଲ୍ଲାର ଶ୍ରେଷ୍ଠ  ଆଶାକର୍ମୀ କର୍ମୀଭାବେ ଡାଳିମ୍ବ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।

 

୫ ହଜାର ଅଚିହ୍ନା ଶବକୁ ଦେଇଛନ୍ତି କାନ୍ଧ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.