• Saturday, September 21, 2024

ଖଜୁରୀପତ୍ରରୁ ଘରସଜ୍ଜା ସାମଗ୍ରୀ କରି ସ୍ୱାବଲମ୍ବୀ ଗୀତାଞ୍ଜଳି

Subhadra Live:Gitanjali-has-become-self-reliant-by-making-household-appliances-from-palm-leaves
Sambalpur : 23/12/2022

ଦିନେ ଯାହା ଅଦରକାରୀ ମନେ ହେଉଥିଲା ଏବେ ତାହା ପାଲଟିଛି ରୋଜଗାରର ମାଧ୍ୟମ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଜଣେ ଗୃହିଣୀ ଅଦରକାରୀ ବର୍ଜ୍ୟ ବସ୍ତୁରୁ ସୁନ୍ଦର ଘରସଜ୍ଜା ସାମଗ୍ରୀ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମହିଳା ମାନଙ୍କୁ ଜୀବିକାର ବାଟ ଦେଖାଇଛନ୍ତି । 

ଗୀତାଞ୍ଜଳି ଧଳ ନିଜ ମାଙ୍କ ଠାରୁ ଖଜୁରୀ ପତ୍ରରେ ଫୁଲ ତୋଡା ତିଆରି ଶିଖିଥିଲେ । ସଉକରେ ନିଜ ଘର ପାଇଁ ତିଆରି କରି ପରବର୍ତ୍ତୀ ସମୟରେ ଏହାକୁ ବ୍ୟବସାୟିକ ଭିତ୍ତିରେ ପ୍ରସ୍ତୁତି କରିବା ଆରମ୍ଭ କରିଥିଲେ । କୁଚିଣ୍ଡାର ଏକ ସ୍ୱୟଂ ସହାୟକ ଦଳକୁ ପ୍ରଶିକ୍ଷିତ କରିବା ସହିତ ଖଜୁରୀ ପତ୍ରରେ ଫୁଲ ତୋଡା ତିଆରି କରି ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଦେଇ ଅତିରିକ୍ତ ଆୟ କରୁଛନ୍ତି ।ଗୀତାଞ୍ଜଳି କହନ୍ତି ସଭା ସମିତିରେ ଆମେ ଯେଉଁ ଫୁଲ ତୋଡା ଦେଉ ତାହା ଅଳ୍ପ ମାତ୍ର କେଇଘଣ୍ଟା ମଧ୍ୟରେ ମଉଳି ଯାଏ । କିନ୍ତୁ ଖଜୁରୀପତ୍ରର ଫୁଲ ତୋଡା ସୁନ୍ଦର ଦେଖାଯିବା ସହିତ ଦୀର୍ଘସ୍ଥାୟୀ ହୋଇଥାଏ ।ଖଜୁରୀପତ୍ର କମ ଦାମରେ ମିଳୁଥିବା ବେଳେ ଗୋଟିଏ ଫୁଲତୋଡା 300 ଟଙ୍କା ଦାମରେ ବିକ୍ରି ହୋଇଥାଏ । ଜଣେ ମହିଳା 6 ଘଣ୍ଟା ପରିଶ୍ରମ ବିନିମୟରେ ଦୁଇଟି ଫୁଲ ତୋଡା କରିଥାନ୍ତି । ବିଭିନ୍ନ ସଭା, ଉତ୍ସବ,କର୍ମଶାଳା, ନୂଆବର୍ଷ, ଆଦିରେ ଏହି ଖଜୁରୀ ପତ୍ର ନିର୍ମିତ ଫୁଲତୋଡାର ଚାହିଦା ବଢ଼ୁଥିବାରୁ ଅନେକେ ଏହାକୁ ବୃତ୍ତି କଲେଣି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.