• Saturday, September 21, 2024

କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ପାଇଁ ହରପ୍ରିୟାଙ୍କ ପ୍ରୟାସ

Subhadra Live:Harpriya-Naik-a-resident-of--Khurda-district-has-been-trying-to-put-a-smile-on-the-faces-of-cancer-victims

 ଖୋର୍ଦ୍ଧା ଜିଲ୍ଲା ଛଣଗଡ଼ ବାସିନ୍ଦା ହରପ୍ରିୟା ନାୟକ ବିଗତ ୩ ବର୍ଷ ଧରି କ୍ୟାନସର ପୀଡିତଙ୍କ ମୁହଁରେ ହସ ଦେବାକୁ କରୁଛନ୍ତି କ୍ଷୁଦ୍ର ଗୁଣ୍ଡୁଚି ମୁଷାର ପ୍ରୟାସ । ନିଜେ ଏକ ସଂସ୍ଥା ଗଢି ପୁରୁଷ ମହିଳା ଓ ଶିଶୁ ମାନଙ୍କୁ କ୍ୟାନସର ପୀଡିତଙ୍କ ପାଇଁ କେଶ ଦାନ କରିବାକୁ ପ୍ରବର୍ତ୍ତାଇ ସଫଳ ହୋଇଛନ୍ତି । ୧୫୦ ପୁରୁଷ ମହିଳା ଓ ଶିଶୁଙ୍କୁ ପ୍ରବର୍ତ୍ତାଇ ସେ କେଶଦାନ ଅଭିଯାନକୁ ଆଗକୁ ନେଇଥିବା ଜଣାଯାଇଛି ।

ମହିଳାଙ୍କୁ କେଶବତୀ କୁହାଯାଏ । କେଶ ଥିବା ନାରୀଙ୍କୁ ସୁନ୍ଦରୀ ଭାବେ ବର୍ଣ୍ଣନା କରେ ଆମ ସାହିତ୍ୟ । ନାରୀଙ୍କ ସୌନ୍ଦର୍ଯ୍ୟର ପ୍ରତୀକ ହେଉଛି କେଶ । କିନ୍ତୁ କ୍ୟାନସର ପୀଡିତ ମହିଳା ଯେତେବେଳେ କେମୋ ନିଏ ସେତେବେଳେ ତାର କେଶ ଝଡ଼ିବା ଆରମ୍ଭ ହୋଇଯାଏ । କେଶ ଶୁନ୍ୟ ହେବାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ମହିଳା ଜଣଙ୍କ ଅଧିକ ଉଦାସ ହୋଇଯାଏ । ଏହା ତାର ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଏ । କେମୋ ନେଉଥିବା ମହିଳାଙ୍କ ପାଇଁ ଲୋଡ଼ା ପଡେ ୱିଗ୍ । ଗୋଟିଏ ୱିଗ୍ ପାଇଁ ୮/୯ ଜଣ ଦାତାଙ୍କର ୩୦୦ ଗ୍ରାମ କେଶ ଦରକାର । ଏଣୁ  କ୍ୟାନସର ପୀଡିତଙ୍କ ପାଇଁ ୱିଗ ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବେଛାସେବୀ ମାନଙ୍କୁ କେଶଦାନ ପାଇଁ କରାଯାଉଛି ନିବେଦନ   । ହରପ୍ରିୟା ମିଶନ ସ୍ମାଇଲ ଜରିଆରେ ୨୦୨୧ ଠାରୁ କ୍ୟାନସର ପୀଡିତଙ୍କ ପାଇଁ କରୁଛନ୍ତି କେଶଦାନ ।

ଭୁବନେଶ୍ୱର ମହାନଗର ନିଗମର ଜାଗା ମିଶନରେ କ୍ଲଷ୍ଟର ସଂଯୋଜକ ଥିବା ହରପ୍ରିୟା କହନ୍ତି ହାଇଦ୍ରାବାଦ ହେୟାର  

ଡୋନେସନ ଫର କ୍ୟାନସର ପେସେଣ୍ଟ ଓ ମଦତ ଚାରିଟେବଲ ଟ୍ରଷ୍ଟ ଜରିଆରେ ସେମାନେ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲକୁ କେଶ ଦାନ କରୁଛନ୍ତି । ଦେଶରେ ହରପ୍ରିୟାଙ୍କ ଭଳି ସ୍ବେଛାସେବୀଙ୍କ ନିକଟରୁ ଦାନ ଭାବେ ଆସୁଥିବା ସୁସ୍ଥ କେଶକୁ ଗ୍ରହଣ କରାଯାଇ ଆବଶ୍ୟକୀୟ ୱିଗ୍ ତିଆରି ହୋଇପାରୁଛି । ଯେଉଁ ରୋଗୀ ମାନେ ସମ୍ପୂର୍ଣ୍ଣ କେଶ ହରାଇଦେଉଛନ୍ତି ସେମାନଙ୍କୁ ହସ୍ପିଟାଲ ପକ୍ଷରୁ ଯୋଗାଇଦିଆଯାଉଛି  ୱିଗ୍ ।

 

ନିଜେ ପୋଡି ଯାଇଥିଲେ ନିଆଁରେ,ଏବେ ଅଗ୍ନି ଦଗ୍ଧ ୨୫ ହଜାର ରୋଗୀଙ୍କୁ ଦେଇଛନ୍ତି ଜୀବନ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.