• Saturday, September 21, 2024

ନିଜକୁ ମିଳୁନଥିଲା ରାହା ;ଏବେ ୩୦ ମହିଳାଙ୍କୁ ଦେଇଛନ୍ତି ନିଯୁକ୍ତି

Subhadra Live:Nirmala-is-self-employed-with-paper-cup-and-plate-production-unit

୨୦୨୦ରେ ଅପ୍ରତ୍ୟାଶିତ ଭାବେ ଆଖି ବୁଜିଥିଲେ ନିର୍ମଳାଙ୍କ ସ୍ୱାମୀ । ମସ୍ତିସ୍କଘାତରୁ ଘଟିଥିଲା ତାଙ୍କର ମୃତ୍ୟୁ । ପରିବାରର ଏକ ମାତ୍ର ରୋଜଗାରିଆ ଥିବାରୁ ନିର୍ମଳାଙ୍କ ଜୀବନ ଉପରେ ଆସିଥିଲା ଝଡ଼  । ନିର୍ମଳା ଶୋକରେ ବୁଡି ଥିବା ବେଳେ କାନ୍ଧ ଉପରେ ଥିଲା ବୃଦ୍ଧ ଶାଶୁ ,ଶ୍ୱଶୁରଙ୍କ ପାଇଁ ରାଶନ ଯୋଗାଡ଼ କରିବା ଦାୟିତ୍ୱ । ନିର୍ମଳାଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ ଚାକିରୀ କରି ଯାହା ରୋଜଗାର କରୁଥିଲେ ସେଥିରେ ନିଜର ପତ୍ନୀ ,ପୁଅ,ଝିଅ ଓ ପିତା,ମାତାଙ୍କ ଭରଣପୋଷଣ କରିବାକୁ କେବଳ ସକ୍ଷମ ହେଉଥିଲେ। ପଇସାଟିଏ ବି ହେଉନଥିଲା ସଞ୍ଚୟ । ଏଭଳି ଅବସ୍ଥାରେ ନିର୍ମଳାଙ୍କ ପାଖରେ ଠିଆ ହୋଇଥିଲେ ତାଙ୍କର ମା ,ଭାଇ ଓ ଭାଉଜ । ସେମାନଙ୍କ ସାନ୍ତ୍ୱନା ନିର୍ମଳାଙ୍କ ମାନସିକ ଶକ୍ତି ବୃଦ୍ଧି କରିଥିଲା ।

ନିର୍ମଳାଙ୍କ ନିକଟରେ ଥିଲା ଆଇ ଟି ଆଇ ର ଡିପ୍ଲୋମା ସାର୍ଟିଫିକେଟ । ଏହାକୁ ଆଧାର କରି ସେ ନୂଆ ଏକ ପ୍ରକଳ୍ପର ପ୍ରସ୍ତାବନା ପ୍ରସ୍ତୁତ କରି ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ବ୍ୟାଙ୍କ ସହିତ ଯୋଗାଯୋଗ କଲେ । ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାର ଋଣ ମଂଜୁର ହେବା ପରେ ସେ ନିଜ ଘରେ ଆରମ୍ଭ କଲେ ପେପର କପ ଓ ପ୍ଲେଟ ତିଆରି ୟୁନିଟ । ଜିଲା ବିପଣନ ସଂସ୍ଥା ଏହାର ବିକ୍ରି ଦାୟିତ୍ୱ ନେବା ପରେ ଉତ୍ସାହିତ ହେଲେ ନିର୍ମଳା । ଏବେ ହରିୟାନାର ଏହି ମହିଳା ନିଜେ ଆତ୍ମନିଯୁକ୍ତି ପାଇବା ସହିତ ଅନେକ ମହିଳାଙ୍କୁ ଦେଇଛନ୍ତି ରୋଜଗାର ।

ଅଧିକ ପଢ଼ନ୍ତୁ:୫୦ ଟଙ୍କାରୁ ଆରମ୍ଭ ବ୍ୟବସାୟ ଏବେ କରିଛି ସ୍ୱାବଲମ୍ବୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.