• Saturday, September 21, 2024

ଫୁଲକରୀ: ସିଲେଇରେ ଆର୍ଥିକ ସଶକ୍ତ ପଞ୍ଜାବର ଗ୍ରାମୀଣ ମହିଳା

Subhadra Live:Phulkari-Rural-women-in-Punjab-stitching-their-way-to-empowerment

 ପଞ୍ଜାବ ହରିୟାଣା ସୀମାନ୍ତ ସିର୍ଶା ଜିଲ୍ଲା ନୌରଙ୍ଗ ଗାଁର ମନପ୍ରିତ କୌର। ନଭା ଫାଉଣ୍ଡେସନ ନାମକ ଏକ ସାମାଜିକ ସଂଗଠନର ଗ୍ରାମୀଣ ମାର୍କେଟିଙ୍ଗ ତାଲିମ ନେଇ ଏବେ ରାଜଧାନୀ ଦିଲ୍ଲୀର କ୍ରାଫ୍ଟ ବଜାର" ଦିଲ୍ଲୀ ହାଟ ' ରେ ଗ୍ରାମୀଣ ମହିଳାଙ୍କ କ୍ରାଫ୍ଟ ବିକ୍ରିର ଦାୟିତ୍ଵ ନେଇଛନ୍ତି। ଏମ ବି ଏ ଶିକ୍ଷାଗତ ଯୋଗ୍ୟତା ନ ଥିଲେ କଣ ହେଲା ସେ ପଞ୍ଜାବ ର ଫୁଲକରୀ ଡିଜାଇନର ପୋଷକ ବେଶ ଭଲ ଭାବରେ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି। 

ସେହିପରି ୨୩ବର୍ଷର ଖୁସି ଫୁଲକରୀ ଡିଜାଇନ୍ ତାଲିମ ପରେ ଏବେ ଏଭଳି କାମ ସହ ଜଡ଼ିତ ହୋଇ ନିଜ ପରିବାରକୁ ଅତିରିକ୍ତ ଆୟର ଉତ୍ସ ଆଣିପରିଛନ୍ତି । ପିଲା ଦିନୁ ବାପା, ମା ଙ୍କୁ ହରାଇ ଥିବା ଖୁସି ନିଜ ଭାଇର କାନ୍ଧକୁ ହାଲକା କରିବା ପାଇଁ ନଭା ଫାଉଣ୍ଡେସନ ରୁ ତାଲିମ ପାଇବା ପରେ ସିଧା ସଳଖ କାମରେ ଯୋଡ଼ି ହୋଇଛନ୍ତି । ଗୋଟିଏ ସୁଟ ବାବଦରେ ୨୪୦୦ ଟଙ୍କା ଓ ଦୁପଟାରେ ଏମ୍ବ୍ରୋଡରି କରିଦେବା ବାବଦକୁ ତାଙ୍କୁ ୯୦୦ଟଙ୍କା ମିଳୁଛି। 

ଖୁସି ଓ ମନପ୍ରିତଙ୍କ ଭଳି ଭତିଣ୍ଡା ଜିଲ୍ଲାର ରମସରା ଗାଁରେ ଏବେ ୧୫୦ଗ୍ରାମୀଣ ମହିଳା ପଞ୍ଜାବର ପାରମ୍ପରିକ ଫୁଲକରୀ କ୍ରାଫ୍ଟ ପ୍ରଶିକ୍ଷଣ ନେଇ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେଇଛନ୍ତି। ଶାଢ଼ୀ, ଦୁପଟ୍ଟା ଓ ଶୁଟ ଉପରେ ସୂକ୍ଷ୍ମ ଫୁଲକାମ କରି ଏହି ଗ୍ରାମୀଣ ମହିଳା ମାନେ ମାସିକ ୧୦ ହଜାରରୁ ଅଧିକ ଆୟ କରୁଛନ୍ତି ।

 

 

ଅଧିକ ପଢନ୍ତୁ : ତନ୍ତ କରିଛି ମହିଳାଙ୍କୁ ସ୍ୱାବଲମ୍ବୀ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.