• Saturday, September 21, 2024

୫୦ ଟଙ୍କାରୁ ଆରମ୍ଭ ବ୍ୟବସାୟ ଏବେ କରିଛି ସ୍ୱାବଲମ୍ବୀ

Subhadra Live:group-of-women-earning-by-making-applique-work-and-teddies-in-Jagatsinghpur

କେବଳ ସେମାନେ ସମାନ ରଙ୍ଗର ଶାଢ଼ୀ ପିନ୍ଧି ନାହାନ୍ତି । ବରଂ ସେମାନଙ୍କ ମଧ୍ୟରେ ରହିଛି ଅନେକ ସାମଞ୍ଜସ୍ୟତା । ସ୍ୱାବଲମ୍ବୀ ହେବା ପାଇଁ ସେମାନେ ଆରମ୍ଭ କରିଛନ୍ତି ସାମୁହିକ ଉଦ୍ୟମ । ଚାନ୍ଦୁଆ ଓ ଟେଡି ତିଆରି କରି ସେମାନେ ନିଜ ଜୀବିକାକୁ କରିଛନ୍ତି ସୁଦୃଢ । ଆର୍ଥିକ ସଶକ୍ତିକରଣର ଏଭଳି ନୂଆ କାହାଣୀ ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଂଚାୟତ ଆହାଣା ଗାଁରେ । ଗାଁରେ ଗଠିତ ସତ୍ୟସାଇ ଉତ୍ପାଦିକା ଗୋଷ୍ଠୀ ଓଡ଼ିଶାର ପାରମ୍ପରିକ ଚାନ୍ଦୁଆ କଳା ଆୟତ୍ତ କରିବା ପରେ ଏହାକୁ ବ୍ୟବସାୟରେ ଲଗାଇଛନ୍ତି । ପ୍ରଥମେ ଉତ୍ପାଦିକା ଦଳର ୩୫ ଜଣ ସଦସ୍ୟ ଜଣକା ୫୦ ଟଙ୍କା ଲେଖାଏଁ ଚାନ୍ଦା ଦେଇ ଏହି ବ୍ୟବସାୟ ଆରମ୍ଭ କରିଥିଲେ । କିନ୍ତୁ ପାଖରେ ବଜାର ଓ ଉତ୍ପାଦକୁ ନେଇ ଅନୁଭବ ନଥିବାରୁ କ୍ଷତିର ସମ୍ମୁଖୀନ ହେଲେ । କ୍ଷତି ସହିଲେ ହେଁ ଓହରି ନ ଥିଲେ ଲକ୍ଷରୁ । ପୁଣି ପ୍ରତି ସଭ୍ୟ ୧୦୦ ଟଙ୍କା ଲେଖାଏଁ ଚାନ୍ଦା ଦେଇ ଆରମ୍ଭ କଲେ ଟେଡି ସହିତ ଚାନ୍ଦୁଆ ବ୍ୟବସାୟ । ଏବେ ସେମାନେ ଟେଡି ,ବାଘ ,ଭାଲୁ ,ସହିତ ବ୍ୟାଗ ଓ ଚାନ୍ଦୁଆ ତିଆରି କରି ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରିଥାନ୍ତି ।ପ୍ରତିଟି ସଭ୍ୟ ଏବେ ମାସିକ ୩ହଜାର ରୁ ଅଧିକ ରୋଜଗାର କରୁଥିବା କହନ୍ତି ଦଳର ସଦସ୍ୟ ଗୀତାଞ୍ଜଳି ,ମାନା ସେଠି ,ସରିତା ବିଶ୍ୱାଳ ଓ ହରପ୍ରିୟା ସେଠି ।

ଅଧିକ ପଢ଼ନ୍ତୁ: ମହିଳାଙ୍କ ସାମୁହିକ ପ୍ରୟାସରେ ହସୁଛି କ୍ଷେତ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.