• Saturday, September 21, 2024

ତିନି ସନ୍ତାନର ଜନନୀ ;କମାଲ ବାଇକ ରାଇଡର

Subhadra Live:Meet-the-unstoppable-Shalini-Sharma-from-MMM-Riders

 ଯେଉଁ ବୟସରେ ପରିବାରରେ ଅଧିକ କାମ ଯୋଗୁଁ ଲୋକେ ଅବସାଦ ଓ ଚାପରେ ରହନ୍ତି ,ସେହି ବୟସରେ ୫୦ ବର୍ଷର ଶାଳିନୀ ଶର୍ମା ବାଇକ ରାଇଡରକୁ ନିଶା କରି ସହର ସହର ଘୁରି ବୁଲିବା ସହିତ ସାମାଜିକ ସଚେତନତାର ବାର୍ତ୍ତା ପ୍ରଚାର କରିଥାନ୍ତି । ୫୦ ବର୍ଷରେ ପହଁଚିଥିବା ଶାଳିନୀ ୩ ଟି ସନ୍ତାନର ଜନନୀ । ତାଙ୍କର ବଡ଼ ପୁଅ ରିସିଭ ଜନ୍ମ ହେଲା ବେଳକୁ ବ୍ରେନ ହାମ୍ରେଜର ଶିକାର ହୋଇଥିଲା । ଡାକ୍ତର କହିଥିଲେ ପିଲାଟି ବେଶୀ ଦିନ ବଂଚି ରହିବା କଷ୍ଟ । ଆଉ କୋଉ ମା ହୋଇଥିଲେ ମାନସିକ ଅବସାଦ ଭିତରକୁ ଚାଲିଯାଇଥାଆନ୍ତେ । କିନ୍ତୁ ଶାଳିନୀ ଏହି ସ୍ୱତନ୍ତ୍ର ପିଲାଟିର ଯତ୍ନ ପାଇଁ ସବୁ କାମ ଛାଡ଼ି ସେବାରେ ଲାଗିଯାଇଥିଲେ । ୨୨ ବର୍ଷରେ ବିବାହ କରିଥିବା ଶାଳିନୀ ପରେ ପରେ ଆଉ ଦୁଇ ସନ୍ତାନର ମା ହୋଇଥିଲେ । ପିଲାମାନଙ୍କୁ ସ୍କୁଲ ନେବା ଆଣିବା କରିବା ଓ ବଜାର ସଉଦା କରିବା ପାଇଁ ସେ ନିଜ ପାଇଁ ଗୋଟିଏ ବାଇକ କିଣିଲେ । ବିବାହ ପୂର୍ବରୁ ତାଙ୍କର ଥିଲା ବାଇକ ଚଳାଇବା ସଉକ । ପିଲାମାନେ ବଡ଼ ହେବା ପରେ ମା ଙ୍କ ବାଇକ ଚାଳନା ସଉକ ଜାଣି ତାଙ୍କୁ ଉତ୍ସାହିତ କରିଥିଲେ । ଏବେ ଶାଳିନୀ ଏମ ଏମ ଏମ ରାଇଡର ଗ୍ରୁପ ର ଜଣେ ସଦସ୍ୟ ।

 

ଗୋଡ଼ରେ ତୀର ବିନ୍ଧି ବିଶ୍ୱକୁ କଲେ ଚମତ୍କୃତ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.