• Saturday, September 21, 2024

ସୁଭଦ୍ରା ପାଇଁ ଏସ ଓ ପି ଜାରି : ୫ ବର୍ଷରେ ମହିଳାଙ୍କୁ ମିଳିବ ୫୦ ହଜାର

Subhadra Live:Odisha-Govt-releases-SOP-for-Subhadra-Yojana

ମୋହନ ମାଝୀ ନେତୃତ୍ୱାଧୀନ ବିଜେପି ସରକାର ସୁଭଦ୍ରା’ ଯୋଜନା ପାଇଁ ଶୁକ୍ରବାର ଏସ୍‌ଓପି ଜାରି କରିଛନ୍ତି । ଏହି ଯୋଜନା ଅନୁଯାୟୀ ଆର୍ଥିକ ଦୁର୍ବଳ ଶ୍ରେଣୀର ୨୧-୬୦ ଆୟୁ ବର୍ଗର ମହିଳାଙ୍କୁ ବାର୍ଷିକ ୨ଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ଆସନ୍ତା ୫ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ମୋଟ ୫୦ହଜାର ଟଙ୍କା ପାଇବେ ।  ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟରେ ଏକ କୋଟିରୁ ଅଧିକ ମହିଳା ଏହି ଯୋଜନାରୁ ଲାଭ ପାଇବେ । ସମସ୍ତ ହିତାଧିକାରୀଙ୍କୁ ରାଖି ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । ଏହି ଯୋଜନାରେ ସାମିଲ ହେବା ପାଇଁ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ତଥା  ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ ।

ଅଧିକ ପଢନ୍ତୁ : ଭୁବନେଶ୍ୱରରେ ବଢୁଛି ମହିଳା ନିବେଶକଙ୍କ ସଂଖ୍ୟା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.