• Saturday, September 21, 2024

ମଡେଲିଂ ଛାଡି ବାଛିଲେ ୟୁପିଏସସି: ଚତୁର୍ଥ ପ୍ରୟାସରେ ସଫଳ

Subhadra Live:Taskeen-Khan-Gave-Up-Her-Modelling-Career-To-Become-An-IAS-Officer

ମିସ ଡେରାଡୁନ ଏବଂ ମିସ ଉତ୍ତରାଖଣ୍ଡ ରହିଥିବା ନସକିନ ଖାନଙ୍କ କାହାଣୀ ବେଶ ପ୍ରେରଣାଦାୟୀ । ଦିନେ ସେ ନିଜର ସାମର୍ଥ୍ୟ ଉପରେ କରୁଥିଲେ ସନ୍ଦେହ । ପିଲାଟି ଦିନରୁ ପାଠରେ ବହୁତ ଦୁର୍ବଳ ଥିବାରୁ ସେ ଚାକିରୀ ଅପେକ୍ଷା ମନୋରଞ୍ଜନ ଜଗତକୁ ବାଛିଥିଲେ । ପରେ ଅଚାନକ ସେ ବଦଳାଇଲେ କ୍ୟାରିୟରର ମୋଡ଼ । ମଡେଲିଂ ଛାଡି ସେ ୟୁପିଏସସି ପରୀକ୍ଷା ଦେବାକୁ ଇଛା ପ୍ରକାଶ କଲେ । ପ୍ରତିବନ୍ଧକ ତ ଆସିଲା । କିନ୍ତୁ ଲକ୍ଷ ପ୍ରତି ତାଙ୍କର ଅଂଗୀକାରବଦ୍ଧତା ତାଙ୍କୁ ସଫଳତା ଆଣିଦେଲା ।

ୟୁପିଏସସି ଦ୍ୱାରା ଆୟୋଜିତ ସିଭିଲ ସେବା ପରୀକ୍ଷାକୁ ଅନ୍ୟତମ କଠିନ ପରୀକ୍ଷା ଭାବେ ଗ୍ରହଣ କରାଯାଇଥାଏ । ଏଥିରେ ସଫଳତା ପାଇବାକୁ ହେଲେ ପ୍ରାର୍ଥୀଙ୍କୁ ଦିନ ରାତି କଠିନ ପରିଶ୍ରମ କରିବାକୁ ପଡେ । ଇଂଜିନିୟର ,ମେଡିକାଲ  ଓ ହ୍ୟୁମାନୀଟି ଆଦି ପ୍ରତ୍ୟେକ ବର୍ଗରୁ ପିଲା ଆବେଦନ କରିଥାନ୍ତି । ଦେଶର ସବୁଠୁ ଅଧିକ ମେଧାବୀଙ୍କ ନଜର ଏହି ପରୀକ୍ଷା ଉପରେ ଥାଏ । ସମସ୍ତେ ତ ଇଛା କରନ୍ତି ହେଲେ ସଫଳତା ପାଇବା ଲୋକଙ୍କ ସଂଖ୍ୟା ନଗଣ୍ୟ ।  କିନ୍ତୁ ମନୋରଞ୍ଜନ ଦୁନିଆର ଜଣେ ଯୁବତୀ ପାଠରେ ଏତେ ଭଲ ନ କରି ମଧ୍ୟ ଏହି ପରୀକ୍ଷାରେ ସଫଳତା ପାଇଛନ୍ତି । ୟୁପିଏସସି ପରୀକ୍ଷା ପାଇଁ ସେ ନିଜର ସ୍ବପ୍ନ ମଡେଲିଂ ଦୁନିଆକୁ ଅଲବିଦା କହିବାକୁ ମଧ୍ୟ ପଛେଇ ନାହାନ୍ତି ।

ଅଧିକ ପଢନ୍ତୁ: ସାଧାରଣ ବ୍ୟାଙ୍କରରୁ କୋଟିପତି

Author Image

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.