• Saturday, September 21, 2024

ବୁଲା କୁକୁର ଓ ଗାଈଙ୍କ ସେବାରେ ସମର୍ପିତ ଇଂଜିନିୟର ସୋନାଲ

Subhadra Live:Sonal-Gupta-rescues-helpless-animals

ରାଜସ୍ଥାନର କୋଟା । ମେଡିକାଲ ଓ ଇଂଜିନିୟରିଂ କୋଚିଂ ପାଇଁ ସାରା ଦେଶରେ ରହିଛି ଏହି ସହରର ନାଁ । ଏହି ସହରର ବିଜ୍ଞାନ ନଗରରେ ରହୁଥିବା ଜଣେ ଇଂଜିନିୟର ସୋନାଳ ଗୁପ୍ତା ନିଜର ମଣିଷପଣିଆ ପାଇଁ ସ୍ଥାନୀୟ ଅଂଚଳରେ ପାଲଟିଛନ୍ତି ଜଣାଶୁଣା ବ୍ୟକ୍ତିତ୍ୱ । ସୋନାଲଙ୍କ ବାପା ଜଣେ ସେବା ନିବୃତ ସରକାରୀ କର୍ମଚାରୀ । ସୋନାଲ ଓ ତାଙ୍କ ପିତା ନିଜ  ରୋଜଗାରର ଏକ ବଡ଼ ଅଂଶ ବୁଲା ପଶୁ ପକ୍ଷୀଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି । ସୋନାଲଙ୍କ ଘରେ ପ୍ରତିଦିନ ସକାଳେ ୧୦୦ ଓ ସନ୍ଧ୍ୟାରେ ୧୦୦ ରୁଟି ତିଆରି ହୁଏ । ରୁଟି ସହିତ ପେଡିଗ୍ରୀ ,ଦହି ଓ କ୍ଷୀର ବୁଲା କୁକୁର ମାନଙ୍କ ପାଇଁ ପ୍ରସ୍ତୁତ ସହିତ ଵିତରିତ ହୁଏ ।

ଏଭଳି ସେବାର ଆରମ୍ଭ ସମୟର ଅନୁଭବ ବଖାଣି ସୋନାଲ କହିଛନ୍ତି ଯେ ସହର ଭିତରୁ ଘରକୁ ଫେରୁଥିବା ବେଳେ ଦିନେ  ପ୍ରବଳ ବର୍ଷା ହେଉଥାଏ । ରାସ୍ତାଘାଟ ପାଣିରେ ଭର୍ତ୍ତି । ୨ ମାସର ଛୋଟ ଏକ କୁକୁର ଛୁଆ ଠିକରେ ଚାଲି ପାରୁନଥାଏ । କାରଣ ଏହାର ପଛ ଗୋଡ଼ରେ ଲାଗିଥାଏ ଆଘାତ । ତାକୁ ହାତରେ ଉଠାଇଲି । ମୁଣ୍ଡକୁ ଆଉଁସିଦେଲି ।

ତା ଦେହରେ ପ୍ରବଳ ତାତି । କାରରେ ଘରକୁ ନେଇ ଆସିଲି । ଉଷୁମ କ୍ଷୀର ପିଇବାକୁ ଦେଲି । ଡାକ୍ତର ଦେଖାଇ ଔଷଧ ଦେବା ପରେ ସେ ସୁସ୍ଥ ହେଲା । ଆମେ ତା ପ୍ରେମରେ ପଡ଼ିଗଲୁ । ତା ନାଁ ହାପି ଦେଲୁ । ସେ ଦିନଠୁ ହାପି ଆମ ପରିବାରର ସଦସ୍ୟ ।

କେବଳ ହାପି ଏକା ନୁହଁ । ହାପି ଭଳି ୫୦୦୦ ଗାଈ ଓ ବୁଲା କୁକୁରଙ୍କ ସେବା କରି ସୋନାଲ ପାଲଟିଛନ୍ତି ନିଆରା ଉଦାହରଣ । ନିଜର ଇଂଜିନିୟରିଂ ଚାକିରୀରୁ ସେ ପାଉଥିବା ଅର୍ଥକୁ ପଶୁଙ୍କ ସେବାରେ ବିନିଯୋଗ କରିଥାନ୍ତି ।  କରୋନା ସମୟରେ ଯେତେବେଳେ ହଷ୍ଟେଲ ,ମେସ,ହୋଟେଲ ଓ ଭୋଜି ଭାତ ବନ୍ଦ ହୋଇଗଲା ସେତେବେଳେ ରାସ୍ତାରୁ ଖାଦ୍ୟ ଯୋଗାଡ଼ କରୁଥିବା ବୁଲା ପଶୁ ମାନଙ୍କ ସଙ୍କଟ ବଢି ଯାଇଥିଲା । ଏଭଳି ସମୟରେ ସୋନାଲଙ୍କ ଭୂମିକା ଲୋକଙ୍କ ନଜରକୁ ଆସିଥିଲା । ଏବେ ବି ସୋନାଲ ଓ ତାଙ୍କ ପରିବାର ବୁଲା ପଶୁଙ୍କ ପାଇଁ ନିର୍ବାହ କରୁଛନ୍ତି ସମର୍ପିତ ସେବା ।

ଅଧିକ ପଢନ୍ତୁ: ଓଡ଼ିଶାର ସିଡ୍ସ ଗର୍ଲ ହର୍ଷିତା ମହାନ୍ତି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.