• Saturday, September 21, 2024

ଲୋକେ କହୁଥିଲେ ଏ କିଛି କରିପାରିବ ନାହିଁ

Subhadra Live:Disability-Cant-Stop-her-to-become-a-Businesswoman

 ସର୍ବସାଧାରଣ ସ୍ଥାନରେ ଲୋକେ ତାଙ୍କୁ ଘୁରି ଘୁରି ଦେଖୁଥିଲେ । ଏ ଝିଅ ଅନ୍ୟ ଉପରେ ଜୀବନ ସାରା ବୋଝ ହୋଇ ରହିବ ବୋଲି କରୁଥିଲେ ଟିପ୍ପଣୀ । ତାକୁ ପାଠ ପଢାଇ କିଛି ଲାଭ ନାହିଁ ବୋଲି ପରିବାର ଲୋକଙ୍କୁ ବି କେହି କେହି କହୁଥିଲେ । କିନ୍ତୁ ସମସ୍ତଙ୍କୁ ଭୁଲ ପ୍ରମାଣିତ କଲେ ନୁର । ୨୩ ବର୍ଷ ବୟସରେ କର୍ପୋରେଟ ଜବ ସହିତ ନିଜର ବ୍ୟବସାୟକୁ ମଧ୍ୟ ସଫଳତାର ସହିତ ଆଗକୁ ବଢ଼ାଇଲେ । ପିଲାଦିନେ Locomotor Disability ସହିତ ସଂଘର୍ଷ କରୁଥିବା ନୁରଙ୍କ ପ୍ରତି ସମାଜ ଭେଦଭାବ କରୁଥିଲା । ପ୍ରଥମତଃ ସେ ଜଣେ ମହିଳା ଭାବେ ଅନେକ କିଛି ସ୍ୱାଧୀନତା ହରାଇଥିବା ବେଳେ ଦ୍ୱିତୀୟରେ ଶାରୀରିକ ଦୃଷ୍ଟିରୁ କରିପାରୁନଥିଲେ ଅନେକ କାମ । ଅନ୍ୟ ପିଲାଙ୍କ ଠାରୁ ସେ ଭିନ୍ନ ଥିଲେ । ସ୍କୁଲ ,କଲେଜ ଠାରୁ ନେଇ ପବ୍ଲିକ ପ୍ଲେସ ଯାଏଁ ଲୋକେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । କିନ୍ତୁ ପରିବାରର ସହାୟତା ଏବଂ ନିଜର ଊସ୍ଛାହରେ ନୁର ବିକମ ଉତ୍ତୀର୍ଣ୍ଣ ହେଲେ ।  ୨୦୨୧ରେ ଅନଲାଇନ କପଡା ବ୍ୟବସାୟରେ ପାଦ ଦେଇଥିଲେ ନୁର । ‘Comfo By Noor’ ନାମରେ ସେ ଆରମ୍ଭ କରିଥିବା କପଡା ବ୍ୟବସାୟ ବେଶ ସଫଳତାର ସହିତ ଆଗକୁ ବଢ଼ିଲା । ଆର୍ଥିକ ସମସ୍ୟା ପ୍ରଥମରୁ ପ୍ରତିବନ୍ଧକ ହେଲେ ହେଁ ଧେର୍ଯ୍ୟର ସହିତ ସେ ବ୍ୟବସାୟରେ ତିଷ୍ଟିରହିଲେ ଓ ସଫଳ ହେଲେ ।

ସୁଭଦ୍ରା ପାଇଁ ଏସ ଓ ପି ଜାରି : ୫ ବର୍ଷରେ ମହିଳାଙ୍କୁ ମିଳିବ ୫୦ ହଜାର

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.