• Saturday, September 21, 2024

ପେଟେଣ୍ଟ ମେଡ଼ିସିନ ରିଟର୍ଣ୍ଣ

Subhadra Live:In-Mumbai-Group-Of-Women-Beats-Up-Alcoholics-On-The-Streets-With-Brooms--Video-Goes-Viral

 ମଦ୍ୟପ ସ୍ୱାମୀଙ୍କୁ ପାନେ ଦେବା ପାଇଁ ପତ୍ନୀ କିଭଳି ଝାଡୁ ପାହାରର ଉପଯୋଗ କରି ତାଙ୍କୁ ବାଟକୁ ଆଣିଛନ୍ତି ସେ ଆଧାରରେ ଆମ ରାଜ୍ୟରେ ସୁନ୍ଦର ଏକ ଗୀତିନାଟ୍ୟ ରହିଛି । କିନ୍ତୁ ବାସ୍ତବ ଜୀବନରେ ମଦ୍ୟପଙ୍କୁ ବାଟକୁ ଆଣିବା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ  ଅଭ୍ୟାସ ଦେଖିବାକୁ ମିଳୁଥିବା ବେଳେ ମୁମ୍ବାଇର ଏକ ମହିଳା ଗୋଷ୍ଠୀ ଝାଡୁ ପାହାର  ବ୍ୟବହାର କରି ଏବେ ଚର୍ଚ୍ଚାରେ । ରାତିରେ ନିଶାସକ୍ତ ଅବସ୍ଥାରେ ବୁଲୁଥିବା ମଦ୍ୟପମାନଙ୍କୁ ସେମାନେ ଗୋଡ଼ାଇ ଗୋଡ଼ାଇ ଝାଡୁରେ ପିଟିଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରାସ୍ତାରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ବଢୁଥିବାରୁ ମହିଳା ଗୋଷ୍ଠୀ ଏହି ନିଷ୍ପତ୍ତି ନେଇଥିଲେ ।

ମହିଳା ଗୋଷ୍ଠୀର ଝାଡୁ ପାହାରର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନେକ ଲୋକ ମହିଳାମାନଙ୍କୁ ପ୍ରଶଂସା କରୁଛନ୍ତି । ମହିଳାମାନଙ୍କ ଝାଡୁ ପାହାର ପରେ ମଦ୍ୟପମାନେ ରାସ୍ତାରୁ ଦୌଡ଼ି ପଳାଉଥିବା ଦେଖିବାକୁ ମିଳୁଛି । ଇନଷ୍ଟାଗ୍ରାମରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏହି ଘଟଣା ବିଷୟରେ ସେୟାର କରାଯାଇଛି ଏବଂ କୁହାଯାଉଛି ଯେ ଏହି ଘଟଣା ମୁମ୍ବାଇର କାଣ୍ଡିଭାଲିର ଲାଲଜୀ ପଡାଠାରେ ଘଟିଛି। ଅସନ୍ତୋଷ ବ୍ୟକ୍ତ କରି ମହିଳାମାନେ ମଦ୍ୟପମାନଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ରାସ୍ତାରେ ଖୋଲାଖୋଲି ଭାବେ ମଦ୍ୟପାନ କରୁଥିବା ଲୋକଙ୍କୁ ମାଡ଼ ମାରିଥିଲେ । ସୂଚନା ଯୋଗ୍ୟ ଯେ କାଣ୍ଡିଭାଲି ଅଂଚଳରେ ଡ୍ରଗ୍ସ ସେବନକରି ଅନେକ ଯୁବକ ବିଚ ରାସ୍ତାରେ ଉପଦ୍ରଵ କରୁଛନ୍ତି । ମାତାଲ ମାନଙ୍କ ଯୋଗୁଁ ସଡକ ଉପରେ ବାରମ୍ବାର ଅଶାନ୍ତି ଓ ହିଂସା ସୃଷ୍ଟି ହେବା ପରେ ମହିଳା ମାନେ ଏଭଳି ଉପାୟ ଅବଲମ୍ବନ କରିଛନ୍ତି ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.