• Saturday, September 21, 2024

ବାର୍ଷିକ କୋଟିଏ ଆୟ କରୁଛନ୍ତି ଶିକ୍ଷୟତ୍ରୀ

Subhadra Live:Bhopals-Math-teacher-turned-farmer-entrepreneur-Pratibha-Tiwari-earns-in-crores-through-organic-farming

 ଭୋପାଳର ଏକ ଘରୋଇ ସ୍କୁଲରେ ଗଣିତ ଶିକ୍ଷୟତ୍ରୀ ଥିବା ପ୍ରତିଭା ତିୱାରୀ ଜୈବିକ କୃଷି ସହିତ କୃଷି ଉତ୍ପାଦର ବ୍ୟବସାୟ କରି ବାର୍ଷିକ କୋଟିଏ ଟଙ୍କାର ବ୍ୟବସାୟ କରିପାରୁଛନ୍ତି । ୧୨୦୦ ଚାଷୀଙ୍କୁ ଜୈବିକ କୃଷିରେ ସହାୟତା କରୁଥିବା ବେଳେ ୪୦୦ ଗ୍ରାହକଙ୍କୁ ନିୟମିତ ଯୋଗାଇ ଆସୁଛନ୍ତି ଜୈବିକ ଚାଉଳ ,ଡାଲି ଓ ଅନ୍ୟାନ୍ୟ ଶସ୍ୟ ।

ପ୍ରତିଭା ତିୱାରୀ ବିବାହ ପରେ ଶାଶୁ ଘରକୁ ଆସି ଦେଖିଲେ ଯେ ତାଙ୍କର ଭୋପାଳ ଠାରୁ ୧୫୦ କିଲୋମିଟର ଦୂରରେ ହରଦା ଠାରେ ରହିଛି ୫୦ ଏକର ଜମି । ବୁଲିବାକୁ ଯିବା ସମୟରେ ସେ ଦେଖିଲେ ଯେ ସେସବୁ ଜମିରେ ଗହମ ଚାଷ ହେଉଛି ଓ ବ୍ୟାପକ ପରିମାଣର ରାସାୟନିକ ସାରର ପ୍ରୟୋଗ ହେଉଛି । ସେ କିଛି ମାସର ନୀରବତା ପରେ ସ୍ୱାମୀ ଙ୍କ ସହିତ ଜୈବିକ କୃଷି ଓ ଏହାର ବିଶେଷତ୍ୱ ବାବଦରେ ଆଲୋଚନା କଲେ ଓ କୃଷି ଅଧିକାରୀଙ୍କ ସହିତ ଆଲୋଚନା କରି ଜୈବିକ ପଦ୍ଧତିରେ ଗହମ ,ଡାଲି ଓ ଅନ୍ୟାନ୍ୟ ଫସଲ ଆରମ୍ଭ କଲେ । ଭୂମିଶା ଅର୍ଗାନିକ ନାଁରେ ଆରମ୍ଭ କଲେ ଏକ ଜୈବିକ ଉତ୍ପାଦର ବିକ୍ରି ବ୍ୟବସ୍ଥା । ଗହମ ,ଚାଉଳ ,ଡାଲି ,ମସଲା ,ଅଟା ଓ ଚିୟା ସିଡ୍ସକୁ ପ୍ୟାକ କରି ବଜାରରେ ପହଞ୍ଚିଲେ । ଏବେ ୪୦୦ ନିୟମିତ ଗ୍ରାହକ ସହିତ ଭଲ ବଜାର ମିଳିଥିବାରୁ ବାର୍ଷିକ କୋଟିଏ ଟଙ୍କାର ଡାଲି ,ଚାଉଳ ଓ ମସଲା ବିକ୍ରିରେ ସଫଳ ହୋଇଛନ୍ତି ପ୍ରତିଭା ତିୱାରୀ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.