• Saturday, September 21, 2024

ଗୋଡ଼ରେ ତୀର ବିନ୍ଧି ବିଶ୍ୱକୁ କଲେ ଚମତ୍କୃତ

Subhadra Live:Indias-armless-archer-Sheetal-Devi

ପ୍ୟାରିସ ଅଲିମ୍ପିକ୍ସରେ ପ୍ରବେଶ କରି ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ ଶୀତଲ ଦେବୀ । ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରିଛନ୍ତି ।

ଶୀତଲ ଜମ୍ମୁ-କଶ୍ମୀରର କିଶତୱାର ଜିଲ୍ଲାର ଛୋଟିଆ ଗାଁ ଲୋଇ ଧରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ଫୋକୋମେଲିୟା ସିଣ୍ଡ୍ରୋମ ନାମକ ଏକ ବିରଳ  ରୋଗରେ ପୀଡ଼ିତ ଥିଲେ । ଯେଉଁ କାରଣରୁ ତାଙ୍କର ଦୁଇହାତ ବିକଶିତ ହୋଇ ପାରି ନଥିଲା । ଦିବ୍ୟାଙ୍ଗ ସତ୍ୱେ ସେ ମାନି ନଥି‌ଲେ ପରାଜୟ । ନିଜ ଉପରେ ଆତ୍ମବିଶ୍ବାସ ରଖି ଲକ୍ଷ୍ୟପଥରେ ଅଗ୍ରସର ହୋଇଥିଲେ । ଦୁଇ ହାତ ନ ଥିବା ସତ୍ୱେ ସେ ପରା ଅଲମ୍ପିକ ପର୍ଯ୍ୟନ୍ତ ପହଂଚି ବିଶ୍ୱ ଆଗରେ ନିଜର ଅଦ୍ଭୁତ ପ୍ରତିଭା ପ୍ରଦର୍ଶିତ କରିଥିଲେ ।

ଶୀତଲଙ୍କ କ୍ରୀଡ଼ା ଯାତ୍ରା ୨୦୧୯ରୁ ଆରମ୍ଭ ହୋଇଥିଲା। ଗୋଡ଼ରେ  ତୀରନ୍ଦାଜ ଶିକ୍ଷା ପରେ ୨୦୨୨ରେ ସେ ତୀର ଠିକ ଭାବେ ଚଳାଇବା ସହ ଜାତୀୟ ଚାମ୍ପିୟନସିପରେ ନିଜ ଚମତ୍କାରିତା ଦେଖାଇ ଥିଲେ । ୨୦୨୩ ରେ ଶୀତଲ ପାରା ତୀରନ୍ଦାଜ ବିଶ୍ୱ ଚାମ୍ପିୟନସିପରେ ଦେଶ ପାଇଁ ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ ।

ଅଧିକ ପଢନ୍ତୁ: ଇତିହାସ ରଚିଲେ ପ୍ରୀତି ରଜାକ ;ହେଲେ ସେନାର ପ୍ରଥମ ମହିଳା ସୁବେଦାର

Author Image

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.