• Saturday, September 21, 2024

ଭାରତର ସର୍ବ କନିଷ୍ଠ ସି ଇ ଓ କାହିଁକି କିଣୁନାହାନ୍ତି ବିଳାସୀ କାର

Subhadra Live:why-does-edelweiss-ceo-not-own-luxury-cars

ଏଡ଼ଲବାସ କମ୍ପାନୀର  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଦେଶର ଅନ୍ୟତମ ସର୍ବ କନିଷ୍ଠ ସି ଇ ଓ ରାଧିକା ଗୁପ୍ତା ସକ୍ଷମ ସତ୍ୱେ ନିଜ ପାଇଁ କିଣୁ ନାହାନ୍ତି ବିଳାସୀ କାର । ମୂଲ୍ୟ ହ୍ରାସ ହେଉଥିବା ସମ୍ପତ୍ତି ପାଇଁ ସେ ଆଗ୍ରହୀ ନ ଥିବା କହିଛନ୍ତି ରାଧିକା । ଏକ ପୋଡ଼କାଷ୍ଟ ରେ ଖୋଲା ଆଳାପ କରି ଏହି ବରିଷ୍ଠ ଅଧିକାରୀ କହିଛନ୍ତି ଯେ କଲେଜ ପଢିବା ବେଳେ ମୋ ପାଖରେ ବିଳାସୀ ସାମଗ୍ରୀ ନ ଥିବା ମୋତେ ଦୁଖୀ କରାଇଥିଲା । ଏବେ ବଡ଼ ହେବା ପରେ ହୃଦବୋଧ ହେଲା ଯେ ଯେଉଁ ସମ୍ପତି ମୂଲ୍ୟ ହ୍ରାସ ହୋଇଥାଏ  ସେସବୁ ସମ୍ପତ୍ତି ଯେତେ ଅଧିକ ଆକର୍ଷଣୀୟ ହୋଇଥିଲେ ବି କିଣିବା ଉଚିତ ନୁହଁ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସୀ ସାମଗ୍ରୀର ମୋହରେ ପଡ଼ିଥାନ୍ତି । ସେମାନେ ଏସବୁ ସାମଗ୍ରୀ କିଣି ଦୁନିଆ ଆଗରେ ନିଜର ପ୍ରତିଷ୍ଠା ଓ ପ୍ରତିପତ୍ତି ଦେଖାଇବାକୁ ଚାହାନ୍ତି । କିନ୍ତୁ ଏସବୁ ମୂଲ୍ୟହୀନ । ବିଳାସୀ ଗାଡିକୁ ବିପୁଳ ଅର୍ଥ ବିନିମୟରେ କିଣାଯାଏ । ଏହାର ମୂଲ୍ୟ ପ୍ରତିଦିନ କମି ଚାଲିଥାଏ । ଯଦି ସେହି ଅର୍ଥ ବିନିମୟରେ ଆମେ ଅନ୍ୟ କିଛି କିଣୁ ତେବେ ଏହା ନିଶ୍ଚିତ ଭାବେ ଭଲ ବୋଲି କହିଛନ୍ତି ରାଧିକା ।

ଅଧିକ ପଢ଼ନ୍ତୁ: ସାଧାରଣ ବ୍ୟାଙ୍କରରୁ କୋଟିପତି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.