• Saturday, September 21, 2024

ଇଂରେଜଙ୍କୁ ନାକେଦମ କରାଇଥିଲେ ଏହି ଭାରତୀୟ କବୟିତ୍ରୀ

Subhadra Live:The-Nightingale-of-India--Sarojini-Naidu

ଦକ୍ଷିଣ ଆଫ୍ରିକାରେ ଇଂରେଜ ମାନଙ୍କୁ ନାକେଦମ କରିଦେଇଥିଲେ ଭାରତର ଜଣେ କବୟିତ୍ରୀ । ଏହି କବୟିତ୍ରୀ ଜଣଙ୍କ ହେଉଛନ୍ତି ସରୋଜିନୀ ନାଇଡୁ । ସରୋଜିନୀ ନାଇଡୁ କେବଳ ଜଣେ କବି ନ ଥିଲେ ବରଂ ସେ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଆଗଧାଡ଼ିର ମୁରବି । ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା । ସେ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ । ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି ମଧ୍ୟ କୁହାଯାଏ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୂପେ ସରୋଜିନୀ ନାଇଡୁଙ୍କ ଅବଦାନ ଅତୁଳନୀୟ । ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ କେବଳ ଦେଶ ଭିତରେ ନୁହଁ ,ବିଦେଶରେ ମଧ୍ୟ ସେ ଇଂରେଜ ମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ । ୧୯୨୨ ରୁ ୧୯୨୬ ଯାଏଁ ସରୋଜିନୀ ଦକ୍ଷିଣ ଆଫ୍ରିକାରେ ରହି ଭାରତୀୟ ମାନଙ୍କ ଅଧିକାର ବାବଦରେ ସଚେତନତା ସୃଷ୍ଟି କରୁଥିଲେ । ଏହି ସମୟରେ ସେ ଇଂରେଜ ଅଧିକାରୀ ମାନଙ୍କୁ ସେମାନଙ୍କ ଭାରତ ଉପରେ ଅତ୍ୟାଚାରକୁ ନେଇ ଶାଣିତ ଆକ୍ରମଣ କରୁଥିଲେ  ।  ଫେବୃୟାରୀ ୨୮,୧୯୨୪ ମସିହାରେ ସେ ଜୋହାନ୍ସବର୍ଗରେ ଏଭଳି ଭାଷଣ ଦେଲେ ଯାହା ଇଂରାଜୀ ଅଧିକାରୀ ମାନଙ୍କ ମୁଣ୍ଡ ତଳକୁ କରିଦେଇଥିଲା । ସେଠାରେ ସରୋଜିନୀ ନିଜର ଦୀର୍ଘ ଭାଷଣରେ ଇଂରେଜ ମାନଙ୍କ ,ଶୋଷଣ,କଷଣ ,ବେଠି ବେଗାରୀ ବାବଦରେ ଆଲୋକପାତ କରିଥିଲେ  । କହିଥିଲେ ଭାରତକୁ ବେଶୀ ଦିନ ଆଉ ଲାଲ ଆଖିରେ ନ ଦେଖୁ ବ୍ରିଟିଶ । ମହାତ୍ମା ଗାନ୍ଧି ଦେଶ ଭିତରେ ସତ୍ୟାଗ୍ରହ ଜରିଆରେ ଅହିଂସା ଆନ୍ଦୋଳନ ବ୍ୟାପକ କରିଥିବା ବେଳେ ସରୋଜିନୀ ନାଇଡୁ ଦେଶ ବାହାରେ ଉପନିବେଶବାଦୀ ବ୍ରିଟିଶ ଶାସନର ଅସଲ ମୁଖାକୁ ଖୋଲିବାରେ ବଡ଼ ଭୂମିକା ନେଇଥିଲେ ।

ଅଧିକ ପଢ଼ନ୍ତୁ : ଏହାଠୁ ଅଦ୍ଭୁତ ଆଉ କିଛି ନାହିଁ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.