ଶୁଭିଲାଣି କାହିଁ ସେ ଚିତ୍କାର ତାର
କାନେ କି ପଡିଲା ନାହିଁ ତା କ୍ରନ୍ଦନ
କାଳରାତ୍ରିର ସେ ବିଭିଷିକା କର୍ମ
କାହିଁ ବାଜିଲାନି ତୋଠାରେ ରେ ଧନ
ତୁ କି ଶୋଇଗଲୁ ସେ ରାତ୍ରି ଶୀତଳେ
ଜଳୁଥିଲା ଯେବେ ତା ଆତ୍ମା ଅନଳେ
ଯୁଦ୍ଧ କରୁଥିଲା ରାକ୍ଷସଙ୍କ ସହ
ଦୟା କି ତୋହର ହୋଇଲାନି କହ
ନିଶବ୍ଦ ରାତିରେ ଝୁଣି ଖାଉଥିଲେ
କେତେଯେ ମଦ୍ଯପ କେତେଯେ ରାକ୍ଷସ
ଏକାକି ବା ସିଏ କରିଥାନ୍ତା କିସ
ହାରିଗଲା ଯୁଦ୍ଧେ ହୋଇଗଲା ଶେଷ
ଭାଙ୍ଗିରୁଜି ତାକୁ କଲେ ଯେ ବିଭତ୍ସ
ଲୁଣ୍ଠି ନେଇଗଲେ ତାର ଯେ ସର୍ବସ୍ବ
ଛାଟିପିଟି ହେଉଥିଲା ଆତ୍ମା ତାର
ନିର୍ଦ୍ଦୟ ନିର୍ମମ ହେଲେ ସେ କଠୋର
ଥରି କି ଉଠିଲା ନାହିଁ ତୋ ଆସନ
ଏତେ ବର୍ବରତା ସହିଲୁ କେମନ୍ତ
ତୋ ଚକ୍ରକୁ କାହିଁ କଲୁନି ପ୍ରେରିତ
କାଟିଥାନ୍ତା ମୁଣ୍ଡ ସେହି ନୃଶଂସର
କିପରି ଦେଖିଲୁ ସେ ବିଭତ୍ସ ରୂପ
ତାଣ୍ଡବ ରଚିଲୁ ନାହିଁ ତୁ କାହିଁ ତ
ଅଣାୟତ ପାପ କଲୁନାହିଁ ଶେଷ
ନିର୍ଗତ ହେଲାନି ଲହୁ ତୋ ନେତ୍ରୁ ତ
ଏତେ ବଡ ଆଖି ହୋଇଲା ନିଷ୍ରଭ
ଚାରିବାହା କରିଲାନି ଚମତ୍କାର
ଜର୍ଜରିତ ଅସହାୟ ସେ ପିଡୀତା
ନିରବିଲା ଶେଷ ହୋଇଲା ତା ଆଶା