• Saturday, September 21, 2024

ନିଜକୁ ନିଜେ ବାହା ହୋଇଥିଲେ ,ଏବେ ହେଲା ଡ଼ାଈଭୋର୍ସ

Subhadra Live:London-woman-who-married-herself-files-for-divorce-after-a-year

ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ବିଶ୍ୱ ଦେଖିଥିଲା ବିରଳ ଏକ ବାହାଘର । ନିଜକୁ ନିଜେ ଭଲପାଉଥିବା ଜଣେ ୩୬ ବର୍ଷ ବୟସ୍କା ମହିଳା ସୁଏଲେନ କେରି ବିବାହ ପୋଷାକରେ ସଜ୍ଜିତ ହୋଇ ମଣ୍ଡପ ଉପରକୁ ଆସିଥିଲେ । ତାଙ୍କ ସହିତ କିନ୍ତୁ ନଥିଲେ ବର । ଅତିଥି ମାନେ ବରକୁ ଅପେକ୍ଷା କରିଥିବା ବେଳେ ସବୁ ଉତ୍କଣ୍ଠାର ଅବସାନ ଘଟାଇ କେରି ନିଜକୁ ନିଜେ ବିବାହ କରୁଛନ୍ତି ବୋଲି ଘୋଷଣା କରିଥିଲେ । କହିଥିଲେ ମୁଁ ନିଜକୁ ନିଜେ ଖୁସି ରଖିପାରିବି । କିନ୍ତୁ କେରିଙ୍କ ସେଦିନର ଏ ସଂକଳ୍ପ ଗୋଟିଏ ବର୍ଷ ମଧ୍ୟ ଗଲାନି । ଏବେ ସେ ନିଜ ସହ ନିଜର ବିବାହକୁ ଭାଙ୍ଗି ଦେଇଛନ୍ତି ।

ମଡେଲ ଓ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର କେରି ବ୍ରାଜିଲରେ ଜନ୍ମିତ । ଲଣ୍ଡନରେ ଶିକ୍ଷା ପରେ ବର୍ତ୍ତମାନ ସେ ଏଠାରେ ଅବସ୍ଥାପିତ । ସେଲୋଗାମୀ ବିବାହ ପରେ ସେ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ । ଗତ ସପ୍ତାହରେ ସେ ଏହି ବିବାହକୁ ଅସ୍ବୀକାର ଓ ଅସିଦ୍ଧ ଘୋଷଣା କରିଛନ୍ତି । କହିଛନ୍ତି ଯେ ଏହି ବିବାହ ମୋତେ ଉଦାସ ଓ ନିସଙ୍ଗତା ଆଡକୁ ଟାଣିନେଇଥିଲା । ମୋତେ ଏବେ ମୋର ସ୍ୱାମୀ ଦରକାର । ଯାହାଙ୍କ ସହିତ ମୁଁ ସ୍ନେହ ପ୍ରେମ ,ହସ ଓ ଅଶ୍ରୁ ବିନିମୟ କରିପାରିବି ।


ଅଧିକ ପଢନ୍ତୁ: ମିଲିୟନ ଭିୟୁ ହେଲା ବେଳାଭୂମିରେ ଚୁଡ଼ି ବିକୁଥିବା ମହିଳାଙ୍କ ଭିଡିଓ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.