• Wednesday, January 22, 2025

କୋରାପୁଟର ଆଉ ଜଣେ ବିହନ ମା

Subhadra Live:Queen-of-Millets-Raimati-Gheuria-honoured-with-honorary-doctorate-by-President-Murmu

 କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା କମଳା ପୂଜାରୀ ପାରମ୍ପରିକ ଦେଶୀ ବିହନ ସଂରକ୍ଷଣ କରି ପାଇଥିଲେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ । କମଳାଙ୍କ ପରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଜିଲ୍ଲାର ଆଉ ଜଣେ ମହିଳା ରାଏମତି ଘିଉରିଆ । ନିକଟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ ସମାବର୍ତ୍ତନ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଏମତିଙ୍କ  ମିଲେଟ ବିହନ ସଂରକ୍ଷଣରେ ଅତୁଳନୀୟ ଯୋଗଦାନ ପାଇଁ ମର୍ଯ୍ୟାଦାଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ।

କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ନୂଆଗୁଡା ଗାଁର ରାଏମତି ମାଣ୍ଡିଆ ରାଣୀ ଭାବେ ପରିଚିତ । ଜିଲ୍ଲାରେ ପ୍ରଥମ କରି ସେ ୩୦ରୁ ଅଧିକ ମାଣ୍ଡିଆ ବିହନ ସାଇତି ରଖିବା ସହିତ ୩୦୦ ରୁ ଅଧିକ ଚାଷୀଙ୍କୁ କରିଛନ୍ତି ମାର୍ଗଦର୍ଶନ। ପୂର୍ବରୁ ସ୍ଥାନୀୟ ବାସିନ୍ଦା ମାନେ ମାଣ୍ଡିଆ ବିହନ ବୁଣି ଦେଉଥିବା ବେଳେ ରାଏମତି ମାଣ୍ଡିଆ ତଳି ଉତ୍ପାଦନ ଓ ଧାଡି ଧାଡି କରି ରୋଇବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମେ ଚାଷୀ ମାନେ ଏହାକୁ ହସରେ ଉଡାଇ ଦେଉଥିବା ବେଳେ ପରେ ଏଥିରୁ ଅଧିକ ଲାଭ ହେଉଥିବା ଜାଣି ବିହନ ବୁଣିବା ଅପେକ୍ଷା ତଳି ରୋଇବା ଉପରେ ଗରୁତ୍ବ ଦେଲେ ଓ ଅଧିକ ଲାଭ ପାଇଲେ । ଦିନେ ଅଧା ପେଟରେ ଶଯ୍ୟାକୁ ଯାଉଥିବା ରାଏମତି କହନ୍ତି ମୋ ବାପଘର ଜୟପୁର ବ୍ଲକର ପାତ୍ରକୁଟ। ବାପା ବହୁତ ଗରିବ । ଆମ ତିନି ଭଉଣୀଙ୍କୁ ବଡ କଷ୍ଟରେ ମଣିଷ କରିଛନ୍ତି  । କନ୍ଦା ,କରଡ଼ି ,ଛତୁ ଓ ପେଜ ପିଇ ଆମର ପିଲାଦିନ ବିତିଛି । ଯେଉଁ ମାଣ୍ଡିଆ ଆମ ଜୀବନ ବଂଚାଇଥିଲା ,ସେହି ମାଣ୍ଡିଆ ପାଇଁ ଆଜି ମୋତେ ଡକ୍ଟରେଟ ମିଳିଛି । ସପ୍ତମ ଯାଏଁ ପାଠ ପଢିଥିବା ରାଏମତି ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଉଛନ୍ତି । ଜୀବିକା ପାଇଁ ଗାଁରେ ଏକ ପରିବା ଦୋକାନ ଖୋଲିଛନ୍ତି । ଶଶୁର ଘରର ମାଟି କାନ୍ଥ ସିମେଣ୍ଟ ହୋଇଛି । ରାଏମତି କହନ୍ତି ଦେଶୀ ବିହନ ବଞ୍ଚିଲେ ବଂଚିବେ ଗରିବ ଚାଷୀ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.