• Tuesday, January 21, 2025

ନିଜ ଲେଖା ପାଇଁ ବିଶ୍ୱବ୍ୟାପୀ ପ୍ରଶଂସା

Subhadra Live:Sally-Rooney-is-one-of-the-100-most-influential-people-by-Time-Magazine

 ଟାଇମ ମାଗାଜିନ୍ ତାଙ୍କୁ ବିଶ୍ୱର ଶ୍ରେଷ୍ଟ 100 ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ସ୍ଥାନିତ କରିଛି । 30ବର୍ଷ ବୟସରେ 4ଟି ଉପନ୍ୟାସ ଲେଖି ବିଶ୍ୱରେ ବେଶ ଲୋକପ୍ରିୟ ହେଇଛନ୍ତି ଆୟରଲ୍ୟାଣ୍ଡର ମହିଳା ସ୍ୟାଲି ରୁନି। ୨୦ ଫେବୃୟାରୀ ୧୯୯୧ରେ ଜନ୍ମିତ ସ୍ୟାଲି ଡବଲିନ ଟ୍ରିନିଟି କଲେଜରୁ ଇଁରାଜୀ ଭାଷା ସାହିତ୍ୟରେ ଶିକ୍ଷା ଲାଭ କରିଥିଲେ। ମିଲେନିୟମ ରାଇଟର ଭାବେ ସେ ଟାଇମ ପକ୍ଷରୁ ବିବେଚିତ ହେବା ପରେ ତାଙ୍କ ରଚିତ କ୍ଲାସିକ ନଭେଲ ଗୁଡ଼ିକ ଉପରେ ପାଠକଙ୍କ ଦୃଷ୍ଟି ନିବିଦ୍ଧ ହୋଇଛି।

ବୟସ ତିରିଶି। କିନ୍ତୁ ନିଜର ଶକ୍ତିଶାଳୀ ଉପନ୍ୟାସ ରଚନା କରି ପାଇଛନ୍ତି ପ୍ରସିଦ୍ଧି। ଶ୍ୟାଲିଙ୍କୁ ଏକ ଶତାବ୍ଦୀର ମାନବିକ ସ୍ଵର ନାମରେ ନାମିତ କରି ସାମାଜିକ ସଂସ୍କାରର ଶ୍ରେଷ୍ଠ ଲେଖିକା ଭାବେ ପୁରସ୍କୃତ କରଯାଇଛି। ବିଶ୍ଵ ସାହିତ୍ୟର ଅନ୍ୟତମ ବିନ୍ଧାଣି ସେଲି ସ୍କ୍ରିନ ରାଇଟର ଭାବେ ମଧ୍ଯ ଖ୍ୟାତି ଅର୍ଜନ କରିଛନ୍ତି।

ମଣିଷ ଜୀବନ ରାସ୍ତାରେ ଶକ୍ତି ଓ ଗତିଶିଳତା, ମାର୍କ୍ସବାଦି ଚିନ୍ତାଧାରା, ସହସ୍ରାବ୍ଦୀର ଆବେଗ ଓ ଆଧୁନିକ ନାରୀର ଯୌନ ଜାଗରଣ ଯାତ୍ରା ଉପରେ ତାଙ୍କ ରଚନା ପର୍ଯ୍ୟବେସିତ। ଆଜିର ନାରୀ ଗତାନୁଗତିକ ଅତୀତର ଚିନ୍ତା ଓ ଆବେଗରୁ ନିଜକୁ ମୁକ୍ତ କରି ଭବିଷ୍ୟତର ଆହ୍ଵାନ ପାଇଁ ପ୍ରସ୍ତୁତ ରହିବାକୁ ସେ ନିଜ ଲେଖା ଜରିଆରେ ପରାମର୍ଶ ଦେଇଥାନ୍ତି। ତାଙ୍କ ରଚିତ ଉପନ୍ୟାସ ନର୍ମାଲ ପିପୁଲ, ବିୟୁଟିଫୁଲ୍ ୱାଲ୍ଡ଼, ହ୍ୱର ଆର ୟୁ ଇତ୍ୟାଦି ପାଠକୀୟ ଶ୍ରଦ୍ଧା ହାସଲ କରିଛି। ଏତେ କମ ବୟସରୁ ବଳିଷ୍ଠ ଜୀବନ ଦର୍ଶନର ନିଛକ ପ୍ରତିଫଳନ ପାଇଁ ସେ ଅବିସ୍ମରଣୀୟ ରହିବେ।

 

ଭାରତର ଆଗାମୀ ସୁଟିଂ ଷ୍ଟାର ଆୟୁଷି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.