• Saturday, September 21, 2024

ଦେବଦୂତ ସାଜି ୩୫ଜଣଙ୍କ ଜୀବନ ବଞ୍ଚାଇଲେ ନର୍ସ

Subhadra Live:A-Sabeena-a-nurse-from-Tamil-Nadu-risked-her-life-to-save-over-35-lives-by-travelling-through-a-zipline

 କଥାରେ ଅଛି ରଖେ ହରି ମାରେ କିଏ, ମାରେ ହରି ରଖେ କିଏ । ଭଗବାନସବୁବେଳେ ସବୁସ୍ଥାନରେ ପହଂଚି ପାରିନଥାନ୍ତି , ମାତ୍ର କିଛି ବ୍ୟକ୍ତି ଦେବଦୁତ ସଦୃଶ ନିଜ ଜୀବନକୁ ପାଣି ଛଡାଇ ସାହାଯ୍ୟ କରିବା ନିମନ୍ତେ ଅଂଟା ଭିଡନ୍ତି । ସେହିପରି ଜଣେ ବ୍ୟକ୍ତିତ୍ୱ ହେଲେ ତାମିଲନାଡୁର ନର୍ସ ଏ ସବୀନା । ଗତ ଜୁଲାଇ ୩୦ ତାରିଖ ଦିନ ଉୟାଇନାଡ଼ରେ ଵିଧ୍ଵଂସକାରି ଭୂସ୍ଖଳନ ପରେ ୪୦ ବର୍ଷୀୟ ନର୍ସ ସବୀନା ଜୀବନ ଓ ମୃତ୍ୟୁ ମଧ୍ୟରେ ଏକ ସୁକ୍ଷ୍ମ ସୁତା ଖିଅ ପରି ନଦୀପାର ହୋଇ ୩୫ଜଣଙ୍କ ଜୀବନ ବଞ୍ଚାଇଥିଲେ । ନଦୀ ଉପରେ ଜିପଲାଇନ ଉପରେ ଝୁଲି ଝୁଲି ଯିବା ବେଳେ ସେ ନଦୀରେ ଭାସିଯାଉଥିବା ମୃତ ଦେହର ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ଦେଖିଥିଲେ । ସେ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୧୦ଥର ନଦୀ ପାର କରିଥିଲେ । ତାଙ୍କର ଏହି ସାହସିକତା ପାଇଁ ତାଙ୍କୁ ସ୍ୱାଧିନତା ଦିବସ ଅବସରରେ କଳ୍ପନା ଚାୱଲା ପୁରସ୍କାର ଦେଇଛନ୍ତି ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଏମ.କେ.ଷ୍ଟାଲିନ । 

ସୂଚନା ଯୋଗ୍ୟ ଭୂସ୍ଖଳନ ପରେ ନଦୀ ଉପରେ ଥିବା ପୋଲ ଭୁଶୁଡି ପଡିବାରୁ ଅନ୍ୟପାର୍ଶ୍ଵରେ ଥିବା ଦ୍ବୀପ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ନଦୀରେ ସ୍ରୋତ ଖୁବ ପ୍ରଖର ଥିଲା ତେଣୁ ପହଁରିକି ନଦୀପାର କରିବା ସମ୍ଭବପର ନଥିଲା । ସେଥିପାଇଁ ଏନ.ଡି.ଆର.ଏଫ.ଟିମ ଜିପଲାଇନ ଜରିଆ ରେ ଅନ୍ୟପଟେ କୁ ସହାୟତା ପଠାଉଥିଲା । ଏହି କାର୍ଯ୍ୟ ରେ ମହିଳା ନର୍ସ ମାନେ ପାଣି ସ୍ରୋତ ଦେଖି ଭୟଭୀତ ହୋଇପଡିଥିଲେ ମାତ୍ର ସବିନା ନିର୍ଭିକ ଭାବେ ନଦୀ ପାର କରିଯିବା ପାଇଁ ରାଜି ହୋଇଯାଇଥିଲେ । ଅନ୍ୟ ପାର୍ଶ୍ୱ କୁ ଯିବା ପରେ ଭୂସ୍ଖଳନ, ଜ୍ୱର ତଥା ସାପ କାମୁଡ଼ା ରେ ଆହତ ବ୍ୟକ୍ତିଙ୍କର ଚିକିତ୍ସା କରି ଏକ ଉଦାହରଣ ସୃଷ୍ଟି କରିଥିଲେ। ସବିନା କହିଥିଲେ ମୋର ଏକ ମାତ୍ର ଚିନ୍ତା ଥିଲା ଜୀବନ ବଞ୍ଚାଇବା ଓ ମୁଁ ନିଜ ଜୀବନ ବିଷୟରେ ଚିନ୍ତା କରିନଥିଲି  । 

 

କିଛି ଦିନ ତଳେ ସେ ଜିପ ଲାଇନ ରେ ନଦୀ ପର କରିବାର ଦୃଶ୍ୟ ବାଇରଲ ହେବ ପରେ ଲୋକଲୋଚନା କୁ ଆସିଥିଲେ ଓ ତାଙ୍କ ସାହାସିକତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇ ଖୁସି ଅଛନ୍ତି ବୋଲି ମତ ବ୍ୟକ୍ତ କରିଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.