• Saturday, September 21, 2024

ପତିଙ୍କ ସହିଦ ପରେ ଯୋଗଦେଲେ ସେନାରେ ;ପୁରା କଲେ ସ୍ବପ୍ନ

Subhadra Live:Fulfilling-Their-Late-Husbands-Dream-Single-Mothers-From-Ladakh-Punjab-Become-Army-Officers

 ମାସ ସାରା କଠିନ ତାଲିମ ପରେ ଅଫିସର୍ସ ଏକାଡେମୀରୁ ଏଭଳି କିଛି ଛବି ଆସିଲା ,ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟକୁ ଛୁଇଁ ପାରିଲା । ଅଫିସର୍ସ ଏକାଡେମୀର ପାସିଂ ଆଉଟ  ପରେଡ ପରେ ପରେ ଯେତେବେଳେ ଜଣେ ଲେଡି ଅଫିସର୍ସ ପଡିଆ ବାହାରକୁ ଆସି ଅପେକ୍ଷା କରିଥିବା ସନ୍ତାନକୁ କୋଳେଇ ନେଲେ ସେତେବେଳେ ଅନେକଙ୍କ ଆଖିକୁ ଆସିଯାଇଥିଲା ଲୁହ । ଲେଡି ଆର୍ମି ଅଫିସର୍ସଙ୍କ ମୁହଁରେ ଦେଖିବାକୁ ମିଳିଥିଲା ଗର୍ବ ଓ ଆତ୍ମବିଶ୍ଵାସର ଚେନାଏ ଝଲକ । ନିଜ ସନ୍ତାନ ପାଇଁ ହୃଦୟରେ ଭରି ରହିଥିଲା ମମତାର ସାଗର ଆଉ ସାମ୍ନାରେ ଥିଲା ନିଜ ଦିବଂଗତ ସ୍ୱାମୀଙ୍କ ଅଧୁରା ସ୍ବପ୍ନ ପୁରା କରିବାର ପ୍ରତିବଦ୍ଧତା ।

ଗୋଟିଏ ପଟେ  ପରଲୋକଗତ  ସ୍ୱାମୀଙ୍କ ଅଧୁରା ସ୍ବପ୍ନ ଓ ଅନ୍ୟପଟେ ରାଷ୍ଟ୍ର ପ୍ରତି କର୍ତ୍ତବ୍ୟବୋଧର ଆହ୍ୱାନକୁ ସମ ଗୁରୁତ୍ୱ ଦେଉଥିବା ଏହି ଲେଡି ଅଫିସର ହେଉଛନ୍ତି ପଂଜାବର ହରବିନ କୌର । ଜଳନ୍ଧରର ହରବିନ ଏକ ଘରୋଇ ସ୍କୁଲରେ କରୁଥିଲେ ଶିକ୍ଷାଦାନ । ସେନାରେ ନିୟୋଜିତ ସ୍ୱାମୀ କାମରେ ମୁତୟନ ଥିବା ବେଳେ ଶତ୍ରୁ ସୈନ୍ୟର ଗୁଳି ଚୋଟରେ ଶହୀଦ ହୋଇଥିଲେ । ସ୍ୱାମୀଙ୍କ ସ୍ବପ୍ନ ଥିଲା ପତ୍ନୀ ମଧ୍ୟ ଦେଶ ସେବାରେ ହୁଅନ୍ତୁ ନିୟୋଜନ । କିନ୍ତୁ ବିବାହର ବର୍ଷେ ପରେ କୋଳକୁ ଏକ ସନ୍ତାନ ଆସିଯିବାରୁ ହରବିନ ପାଲଟିଯାଇଥିଲେ ଗୃହିଣୀ । କିନ୍ତୁ ପତିଙ୍କ ପରଲୋକ ପରେ  ସେ ନିଜ ନିଷ୍ପତ୍ତି ବଦଳାଇଲେ । ଆର୍ମି ଅଫିସର ହେବା ପାଇଁ ଯୋଜନା କଲେ ଓ ପ୍ରସ୍ତୁତିର ସହିତ ପରୀକ୍ଷା ଦେଇ ସେନାର ଅଧିକାରୀ ଭାବେ ନିଜକୁ ଯୋଗ୍ୟ କଲେ ।

ଅଧିକ ପଢନ୍ତୁ: କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.