• Sunday, June 15, 2025

କୌଶଲ୍ୟାଙ୍କର କୁଶଳୀ କାହାଣୀ

Subhadra Live:The-inspiring-story-of-Kousalya-Choudhuri

ସାଧାରଣ ଗୃହିଣୀରୁ ଲୋକପ୍ରିୟ ୟୁଟ୍ୟୁବର । ମାମୁଲି ଏକ ସାଧାରଣ ୭୫୦୦ ଟଙ୍କାର ଫୋନକୁ ବ୍ୟବହାର କରି ୭ ଦିନରେ କରିଛନ୍ତି ଲକ୍ଷେ ଟଙ୍କାର ଆୟ । ତାଙ୍କର ଏହି ଯାଦୁକରୀ କାହାଣୀ ରାତାରାତି ତିଆରି ହୋଇଯାଇନଥିଲା । ଏଥିପାଇଁ କରିବାକୁ ପଡିଥିଲା କଠିନ ସଂଘର୍ଷ ।

ସାଧାରଣ ଗାଁର ଜଣେ ମହିଳା ଡାକ୍ତର ହେବା ପାଇଁ ଦେଖିଥିଲେ ସ୍ବପ୍ନ । କିନ୍ତୁ ସ୍ବପ୍ନ ସାକାର ନ ହେବା ପୂର୍ବରୁ ହୋଇଗଲା ତାଙ୍କର ବାହାଘର । ଆଧା ବାଟରୁ ସରିଯାଇଥିଲା ସ୍ବପ୍ନ କିନ୍ତୁ ହାରି ନ ଥିଲେ ଏହି ଗ୍ରାମୀଣ ମହିଳା କୌଶଲ୍ୟା ଚୌଧୁରୀ । ବିବାହ ପରେ ବି ସେ କିଛି କରିବା ନେଇ ସ୍ବପ୍ନ ଦେଖିବା ଆରମ୍ଭ କଲେ । ପ୍ରତିକୂଳ ପରିବେଶ ସାମୟିକ ପ୍ରତିବନ୍ଧକ ସାଜିଲା ସତ ,କିନ୍ତୁ ଦୀର୍ଘକାଳୀନ ଲାଭଦାୟକ ସାବ୍ୟସ୍ତ ହେଲା ।

ବିବାହ ପରେ ପ୍ରଥମରୁ ସେ ଶଙ୍କିତ ଥିଲେ । ନୂଆ ଘର ,ନୂଆ ଲୋକ ,ନୂଆ ପରିବେଶ ସହିତ ନୂଆ ସ୍ବପ୍ନକୁ ନେଇ କିଭଳି ଆଗକୁ ବଢ଼ିହେବ ଚିନ୍ତା କରି ସେ ଦିଗରେ ଆଗକୁ ବଢିଲେ । ସ୍ବପ୍ନ ,ସାହସ ଓ ସାଧନା ତଥା ଅଭିଜ୍ଞତାକୁ ଆଧାର କରି ୩୦ ବର୍ଷୀୟା କୌଶଲ୍ୟା ଚୌଧୁରୀ ୨୦୧୭ ମସିହାରେ ୭୫୦୦ ଟଙ୍କାର ମୋବାଇଲି ଫୋନ ଜରିଆରେ ଘର ତିଆରି ରୋଷେଇର ଭିଡିଓ ତିଆରି କରି ୟୁଟ୍ୟୁବରେ ଅପଲୋଡ଼ କଲେ । ସେ ସମୟରେ ତାଙ୍କ ପାଖରେ ନାଁ ଥିଲା ଦାମୀ କ୍ୟାମେରା ,ନାଁ ଥିଲା ଦ୍ରୁତ ଇଣ୍ଟରନେଟ ସୁବିଧା । ଏସବୁ ଭିତରେ ଆଗକୁ ବଢିଲେ କୌଶଲ୍ୟା । ଆଜି ତାଙ୍କର ଦୁଇ ଦୁଇଟି ୟୁଟ୍ୟୁବ ଚାନେଲ ଓ ୟୁଟ୍ୟୁବରେ କେବଳ ତାଙ୍କର ୧.୬୫ ମିଲିୟନ ଅନୁଗାମୀ।

ଚାଷୀ ପରିବାରର ଝିଅ କୌଶଲ୍ୟା  । ସକାଳୁ ସ୍କୁଲ ଯିବା ଓ ସଂଜରେ ଫେରି ଘର କାମରେ ନିୟୋଜିତ ରହୁଥିଲେ । ୪ ଭାଇ ଭଉଣୀଙ୍କ ଭିତରେ ସେ ବଡ଼ ହୋଇଥିବାରୁ ରୋଷେଇରେ ମାଙ୍କୁ ସାହାଯ୍ୟ କରୁଥିଲେ । ସ୍ୱାଦିଷ୍ଠ ରୋଷେଇ କଳାରେ ସେ ମାହିର ହୋଇଯାଇଥିଲେ ଓ ପରିବାରର ସମସ୍ତେଏ କୌଶଲ୍ୟାଙ୍କ ଖାଦ୍ୟକୁ ପସନ୍ଦ କରୁଥିଲେ । ଶାଶୁ ଘରେ ସେ ଏହାକୁ ନେଇ ୟୁଟ୍ୟୁବ କରିବା ପାଇଁ ଯେତେବେଳେ ପ୍ରସ୍ତାବ ଦେଲେ ପରିବାର ପକ୍ଷରୁ କେହି ରାଜି ନଥିଲେ । କିନ୍ତୁ ସେ ସମସ୍ତଙ୍କୁ ବୁଝାଇ ଯେତେବେଳେ ଲୋକଙ୍କ ପ୍ରସଂଶା ପାଇଲେ ସେତେବେଳେ ଏ ଦିଗରେ ତାଙ୍କର ଉତ୍ସାହ ବଢିଥିଲା । ସିଧି ମାରୱାଡି ମାଲକିନ ନାଁରେ ଖୋଲିଥିବା ତାଙ୍କର ୟୁଟ୍ୟୁବ ଚାନେଲ ଏବେ ତାଙ୍କୁ ସମ୍ମାନ ସହିତ ସ୍ୱାବଲମ୍ବୀ କରାଇଛି ।


ମାଉଣ୍ଟ ଏଭରେଷ୍ଟ ଶିଖରରେ ଦେଶର ପ୍ରଥମ ସିଆଇଏସଏଫ ମହିଳା ଅଧିକାରୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.