ଦିଦି ଏବେ ଲକ୍ଷପତି

Subhadra Live:From-SHG-Members-to-Lakhpati-Didi

 ସମାନ ରଙ୍ଗ ଓ ଡିଜାଇନର ଶାଢ଼ୀ ପରିହିତା ଏହି ମହିଳା ମାନେ ନିଜର ସ୍ଥିତି ବଦଳାଇବା ପାଇଁ ନେଇଛନ୍ତି ସାମୁହିକ ନିଷ୍ପତ୍ତି । ସଂଚୟ ଓ ଋଣ ଅଭ୍ୟାସ ସହିତ ଆରମ୍ଭ କରିଛନ୍ତି ସାମୁହିକ ବ୍ୟବସାୟ ।  ସ୍ୱୟଂ ସହାୟକ ଦଳ ଜରିଆରେ ଏମାନଙ୍କ ପ୍ରୟାସକୁ ପ୍ରୋତ୍ସାହିତ  କରୁଛନ୍ତି ରାଜ୍ୟ ସରକାର । ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଜରିଆରେ ଏହି ମହିଳା ମାନଙ୍କୁ ଲକ୍ଷାଧିକ ଆୟ କରିବା ପାଇଁ ଦିଆଯାଉଛି  ମାର୍ଗଦର୍ଶନ । ଏହାକୁ ପାଥେୟ କରି ଆଗକୁ ବଢୁଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ  ବ୍ଲକରେ  ଗଠିତ ମହିଳା ସ୍ୱୟଂ ସହାୟକ ଓ ଉତ୍ପାଦିକା ଦଳ । କିଏ ବ୍ୟାଙ୍କ ଋଣ ସାଙ୍ଗକୁ ଶର୍କରୀ ଯୋଜନାରେ ରିହାତି ସୁବିଧା ହାସଲ କରି ମାଛ ଚାଷ କରିଛନ୍ତି ତ ଆଉ କିଏ କରିଛି କୁକୁଡ଼ା ପାଳନ ,ଛେଳି ଚାଷ ଠାରୁ ପେପର ପ୍ଲେଟ ଭଳି ଗୃହ ଉଦ୍ୟୋଗ ଜରିଆରେ ଜଗତସିଂହପୁର ଜିଲ୍ଲାର ଗ୍ରାମୀଣ ମହିଳା ହୋଇଛନ୍ତି ଲକ୍ଷପତି ଦିଦି ।

ସବୁ ଜିଲ୍ଲା ଭଳି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପ୍ରଭାବୀ ଢଙ୍ଗରେ  କାର୍ଯ୍ୟରତ ଅଛନ୍ତି  ମହିଳା ଗୋଷ୍ଠୀ । କେବଳ ତିର୍ତ୍ତୋଲ ବ୍ଲକରେ  ଗଢାଯାଇଛି ୧୨୩ ମହିଳା ଗୋଷ୍ଠୀ । ସେଥିରୁ ୭୮ ଦଳର ୭୭୨ ମହିଳା ଛେଳି ,କୁକୁଡ଼ା,ଗୋପାଳନ ,ମାଛ ଚାଷ ଓ ପରିବା ଚାଷ କରି ବଦଳାଇଛନ୍ତି ନିଜର ସ୍ଥିତି ଓ ପରିଚିତି । କୋପାଳ ସିଂହଂବାହିନୀ ଦଳ ଏକ ଅବ୍ୟବହୃତ ପୋଖରୀକୁ ଲିଜ ନେଇ ଆରମ୍ଭ କରିଥିବା  ମାଛଚାଷ ସେମାନଙ୍କୁ ବାର୍ଷିକ ପାଞ୍ଚଲକ୍ଷ ଆୟ କରିବାର ସୁଯୋଗ ଦେଇଛି ।  ମାଛ ଧରାଯିବା ବେଳେ ପ୍ରତ୍ୟେକ ସଦସ୍ୟ ନିଜ ବ୍ୟବହାର ପାଇଁ କିଛି କିଛି ମାଛ ବାଣ୍ଟିନେବା ସହିତ ମିଳୁଥିବା ଲାଭାଂଶ ମଧ୍ୟ ନେଇଥାନ୍ତି । ସେହିପରି ଗାୟତ୍ରୀ ଦଳର ଲକ୍ଷ୍ମୀପ୍ରିୟା ସାହୁ ଦଳରୁ ଋଣ ଆଣି କରିଥିଲେ ଛୋଟ ଏକ କୁକୁଡ଼ା ଫାର୍ମ । ଏବେ ୧୦୦୦ କୁକୁଡ଼ା ରଖି ବାର୍ଷିକ କରୁଛନ୍ତି ଦେଢ଼ଲକ୍ଷରୁ ଅଧିକ ଆୟ । ସେହିପରି ତିର୍ତ୍ତୋଲ ବ୍ଲକ ରସ ବେରୁଆ ଗାଁରେ ଗଠିତ ଶ୍ରୀକ୍ଷେତ୍ର ପେପରପ୍ଲେଟ ଉତ୍ପାଦିକା ଦଳ ବଫେ ପ୍ଲେଟ ,ପେପର କପ ତିଆରି ମେସିନ ବସାଇ ଜୀବିକାରେ ଆଣିଛନ୍ତି ପରିବର୍ତ୍ତନ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.