• Thursday, May 8, 2025

କ୍ୟାନସର ଯୋଦ୍ଧାରୁ ସଫଳ ଆଚାର ଉଦ୍ୟୋଗୀ

Subhadra Live:Laveena-Jain-From-Cancer-Survivor-to-Successful-Businesswoman

ସେ ବୟସର ଅଧାରେ ଆରମ୍ଭ କଲେ ବ୍ୟବସାୟ । ୪୨ ବର୍ଷ ହୋଇଥିବା ବେଳେ ନିଜ ଘରୁ ସେ ଆଚାର ପ୍ରସ୍ତୁତି କରି ବଜାରରେ ପହଞ୍ଚିଲେ । ପ୍ରତିକୂଳ ସ୍ୱାସ୍ଥ୍ୟ ଓ ବିଳମ୍ବରେ ବ୍ୟବସାୟ କରୁଥିବାରୁ ସଫଳତାକୁ ନେଇ ଅନ୍ୟ ମାନଙ୍କ ମନରେ ଶଙ୍କା ଥିଲା । କିନ୍ତୁ ମିରଟର ଲଭିନା ଜେନ ନିଜ ଉପରେ ରଖିଥିଲେ ଗଭୀର ଆତ୍ମବିଶ୍ୱାସ । ଏହି ବିଶ୍ୱାସ ତାଙ୍କୁ ଏମିତି ଏକ ମୋଡରେ ପହଂଚାଇଦେଲା ଯେଉଁଠୁ ସେ କେବଳ ପ୍ରସଂଶା ,ପୁରସ୍କାର ଓ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇ ପାରିଲେ ।

ଏବେ ତାଙ୍କର ବୟସ ୫୬ ବର୍ଷ ଏବଂ ଆଚାର ବ୍ୟବସାୟରେ ବିତିଛି ସଫଳତାର ୧୨  ବର୍ଷ । ୫୬ ବର୍ଷର ଲଭିନା ପ୍ରମାଣ କରିଦେଇଛନ୍ତି  ଯେ ଜୀବନ ଯେତେବେଳେ ଆପଣଙ୍କୁ "ଲେମନ୍" ଟିଏ ଦିଏ, ସେତେବେଳେ ଆପଣ ତାହାକୁ  "ଲେମନେଡ୍" ବନାଇବା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ ।

ଲଭିନା, ତାଙ୍କର ସ୍ୱାମୀ ସନ୍ଦୀପ ଜେନ୍ ଏବଂ ତାଙ୍କର ଦୁଇ ଶିଶୁଙ୍କ  ପାଇଁ ଜୀବନ ୨୦୧୦ ଯାଏଁ ଚେରି ଫଳ ପରି ଅତୀବ ସୁନ୍ଦର ଥିଲା । ୨୦୧୦ର ପ୍ରଥମ ୪ ମାସ ପରେ ତାଙ୍କର ସୁଖଦ ପରିବାରକୁ ଘୋଟି ଆସିଥିଲା ଦୁଃଖର ଝଡ଼ । ଲଭିନାଙ୍କ ବ୍ରେଷ୍ଟ କ୍ୟାନ୍ସର ଚିହ୍ନଟ ହେବା ସହିତ ତାଙ୍କର ସ୍ୱାମୀ ସନ୍ଦୀପଙ୍କ ମୁଁହରେ କ୍ୟାନ୍ସର ଚିହ୍ନଟ ହୋଇଥିଲା । ଫଳରେ ସେମାନେ ମିଳିତ ଭାବେ ଚଳାଇଥିବା ପରିବହନ ବ୍ୟବସାୟ ଉପରେ ପ୍ରଭାବ ପଡିଲା । ସର୍ଜରୀ

କୀମୋଥେରାପି ଏବଂ ରେଡିଏଥେରାପି ପାଇଁ ସେମାନଙ୍କୁ ଡାକ୍ତରଖାନା ଦୌଡିବାକୁ ପଡୁଥିଲା । ବନ୍ଧୁବାନ୍ଧବ ,ସାଙ୍ଗସାଥି ଓ ଚିହ୍ନାଜଣା ଲୋକଙ୍କ ଠାରୁ ଋଣ ଯୋଗାଡ଼ କରି ଚିକିତ୍ସା କରିବା କଷ୍ଟକର ଅନୁଭବ ଦେଉଥିଲା । ଋଣ ବଢୁଥିବା ବେଳେ ହ୍ରାସ ପାଉଥିଲା ରୋଜଗାର । ଏଭଳି  ସମୟରେ ସେମାନେ ନିଜ ଘର ବିକ୍ରି କରିଦେବା ଭଳି ଚରମ ନିଷ୍ପତ୍ତି ନେବା କଥା ଭାବୁଥିଲୁ । କିନ୍ତୁ ଠୋସ ନିଷ୍ପତ୍ତି ନେଇ ପାରିନଥିଲୁ ।

ଲଭିନା ମନେ ପକାଇ କହନ୍ତି : "ଆମେ ଆର୍ଥିକ ଭାବେ, ମାନସିକ ଭାବେ ଏବଂ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲୁ। କିନ୍ତୁ ଆମେ ହାରି ନଥିଲୁ । ଆମ ପାଖରେ ୧୪ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅ ଥିଲେ। ଆମ ଘର ବିକ୍ରି କରିଦେଲେ ସେମାନେ କେଉଁଠି କିଭଳି ପ୍ରତିପାଳିତ ହେବେ ଚିନ୍ତା କରି ଘର ବିକ୍ରୀକୁ ଶେଷ ବିକଳ୍ପ ଭାବେ ରଖିଥିଲୁ ।"

ପିଲାଦିନେ ଶିଖିଥିବା ଆଚାର ,ଜାମ,ଜେଲି ଓ ମୁରବା ପ୍ରସ୍ତୁତିକୁ ଆୟର ମାଧ୍ୟମ କରିବା ଠିକ ହେବ ବୋଲି ନିଷ୍ପତ୍ତି ନେଇଥିଲେ ଲଭିନା ।

କୀମୋଥେରାପି ଶେଷ ହେବା ପରେ ,ଲଭିନା ଉତ୍ତରପ୍ରଦେଶ ସରକାର ଆୟୋଜିତ ୧୦୦ ଦିନର ଖାଦ୍ୟ ସଂରକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଲେ। ମାତ୍ର ୧,୫୦୦ ଟଙ୍କା ପ୍ରାରମ୍ଭିକ  ନିବେଶ ସହିତ, ସେ ତାଙ୍କର ପ୍ରଥମ ଲେମନ୍ ସ୍କ୍ୱାସ୍ ପ୍ରସ୍ତୁତ କଲେ। ଓ ଲଭିନା ତୃପ୍ତି ଫୁଡ ନାମରେ ଆରମ୍ଭ କଲେ ଆଚାର ବ୍ୟବସାୟ । ଏବେ ସେ ୩୪ ପ୍ରକାରର ଖାଦ୍ୟ ପ୍ରକ୍ରିୟା କରଣ କରି ସ୍ୱାବଲମ୍ବୀ ହେବା ସହିତ ସୁସ୍ଥ ହେବାକୁ ଆରମ୍ଭ କରିଛନ୍ତି । ଲୋକାଲ କିଟି ପାର୍ଟିରେ ଆଚାର ଯୋଗାଉ ଯୋଗାଉ ଏବେ ତାଙ୍କର ବ୍ୟବସାୟ ବାର୍ଷିକ ୫୦ ଲକ୍ଷ ଟଙ୍କାରେ ପହଂଚି ପାରିଛି । ଲଭିନା କହନ୍ତି ଜୀବନ କେତେବେଳେ କେଉଁ ମୋଡ଼ ନେବ କିଏ କହିବ ? କିନ୍ତୁ ସାହସର ସହିତ ପ୍ରତିଟି ମୁହୂର୍ତ୍ତର ମୁକାବିଲା କରାଯିବା ଆବଶ୍ୟକ ।

ଥିଲେ ଏମିତି ଜଣେ ପ୍ରସିଦ୍ଧ ମହିଳା ବ୍ୟବସାୟୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.