ମୋ ଜୀବନରେ ସବୁଠାରୁ ବେଶୀ ପ୍ରଭାବ ପକାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋ ଠାକୁରମା, ଯିଏ କେବଳ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ଏବଂ ବହୁତ ଛୋଟ ବୟସରେ ସ୍ୱାମୀଙ୍କୁ ହରାଇଥିଲେ। ସେ ସର୍ବଦା ମତେ କହୁଥିଲେ, ‘ତୁମେ କିଛି ନା କିଛି କର। ପ୍ରତ୍ୟେକ ମହିଳା ସ୍ୱାବଲମ୍ବୀ ହେବା ଉଚିତ ବୋଲି ମୋ ଠାକୁର ମା କହୁଥିଲେ ବୋଲି ନିଜ ପ୍ରତିକ୍ରିୟାରେ ସୂଚାଇଛନ୍ତି ମାଇକ୍ରୋସଫ୍ଟ ଇଣ୍ଡିଆରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଥିବା ସଙ୍ଗୀତା ବାବି । ସଂଗୀତାଙ୍କ କହିବା କଥା ହେଲା ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ, ଗଣିତ ମୋ ପାଇଁ କେବେ ପ୍ରଥମ ପସନ୍ଦ ନଥିଲା , ବରଂ ଏହା ଥିଲା ମୋ ପାଇଁ ବିକଳ୍ପ । ଡାକ୍ତର ପରିବାରରୁ ଆସି ସଙ୍ଗୀତା ଇଞ୍ଜିନିୟରିଂକୁ ବାଛିଥିଲେ । ସେ ଆନ୍ଧ୍ର ପ୍ରଦେଶ ଓରଙ୍ଗଲ ଠାରେ ଥିବା ରିଜିଓନାଲ ଇଂଜିନିୟରିଂ କଲେଜରେ କମ୍ପ୍ୟୁଟର ବିଜ୍ଞାନ ଇଞ୍ଜିନିୟରିଂ ଆଧ୍ୟୟନ କଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ବହୁ ଉଚ୍ଚତାରେ ପହଞ୍ଚାଇଥିଲା ।
ନିଜ ଅନୁଭବ ଦର୍ଶାଇବାକୁ ଯାଇ ସଙ୍ଗୀତା କହିଥିଲେ ଯେ ମୁଁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ଶିକ୍ଷା ଶେଷ କରିବା ପରେ WIPRO କମ୍ପାନୀରେ କୋଡିଂ ଜବ ପାଇଁ ନିଯୁକ୍ତ ହେଲି । କିନ୍ତୁ Wipro ରେ ଅତ୍ୟଧିକ ସମୟ ରହିନଥିଲି । ଅଳ୍ପ ଦିନ କାମ କରି WIPRO ଛାଡି ନୋକିଆ କମ୍ପାନୀରେ ଯୋଗଦେଇଥିଲି । ସେ ସମୟରେ Nokia ବଜାରରେ ଭଲ କରୁଥିଲା । ବିଶେଷକରି Symbian ଫୋନ୍ ସହିତ। ତେଣୁ ମୁଁ USB ଓ Bluetooth core stack ଭିତରେ ରୋମାଞ୍ଚକ ପ୍ରକଳ୍ପ ଉପରେ କାମ କରିପାରିଲି।
ମୋତେ ଫିନଲ୍ୟାଣ୍ଡ ଯିବା ଓ ଏକ ଶ୍ରେଷ୍ଠ ବୈଜ୍ଞାନିକ ଓ ଇଞ୍ଜିନିୟର ଦଳ ସହିତ କାମ କରିବାର ସୁଯୋଗ ମିଳିଥିଲା। ମୁଁ ଏବେ ମଧ୍ୟ କୋଡିଂକୁ ଭଲ ପାଏ। ଏଠି କାମ କରିବା ସମୟରେ ମୁଁ ବୁଝିଲି ଯେ ମୋତେ କେବଳ କୋଡିଂ ନୁହେଁ, ତାହାଠାରୁ ଅଧିକ କିଛି ଭଲ ଲାଗେ । ଫିନଲ୍ୟାଣ୍ଡ ରେ ମୁଁ ହାର୍ଡୱେର ଓ ଆପ୍ଲିକେସନ ଲେୟର ଟିମ୍ ସହିତ ସମନ୍ୱୟ ରଖୁଥିଲି , ଯାହା ୟୁଏସବି ଓ ବ୍ଲୁ ଟୂଥ ଷ୍ଟକ କାମ ପାଇଁ ଜରୁରୀ ଥିଲା। ସେଠାରେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଟେକ୍ ଇଞ୍ଜିନିୟରିଂ ନେତୃତ୍ୱ ଦେଉଥିବା ବ୍ୟକ୍ତି ମୋତେ କହିଥିଲେ ଯେ, ମୁଁ Product Management ଭୂମିକା ପାଇଁ ଅଧିକ ଉପଯୁକ୍ତ ହେବି। ସେ ମୋ ପାଇଁ ଏକ ସମ୍ଭାବନା ନେଲେ, ଏବଂ ମୁଁ ଆରମ୍ଭରୁ ନିଶ୍ଚିତ ନଥିଲି, କିନ୍ତୁ ପରେ ବୁଝିଲି ଯେ ମୁଁ ଏହି ଭୂମିକାକୁ ଖୁବ ଭଲଭାବେ ସମ୍ପାଦନା କରିପାରିବି । ପରେ ମୁଁ ମାଇକ୍ରୋସଫ୍ଟରେ ବିଶେଷ ଦାୟିତ୍ୱ ନେଇ କାମ କରିବା ପାଇଁ ଚୟନ ହୋଇଥିଲି ।
ସଂଗୀତା କହନ୍ତି ଆମେ ମାତୃତ୍ୱ କିମ୍ବା ଅନ୍ୟାନ୍ୟ କାରଣରୁ Microsoft ଛାଡି ଚାଲିଯାଇଥିବା ମହିଳା କର୍ମଚାରୀଙ୍କୁ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲୁ । ଆମେ ସେମାନଙ୍କ ସହିତ ଯୋଗାଯୋଗ କରି ; ସେମାନଙ୍କ ସହିତ କଫି ସହିତ ବିମର୍ଷ କରିଥିଲୁ । ପଚାରି ବୁଝିଥିଲୁ କ୍ୟାରିୟର ବାବଦରେ କଣ ଭାବୁଛନ୍ତି ? ସେମାନଙ୍କୁ ବୁଝାଇ ଥିଲୁ ଯେ ଆମ ପାଖରେ ଏକ କାର୍ଯ୍ୟକ୍ରମ ଅଛି, ଯାହା ଦ୍ୱାରା ଆମେ Microsoft ପୂର୍ବତନ ମହିଳା କର୍ମଚାରୀ, ବିରତି ନେଇଥିବା ମହିଳା ଓ ଅନ୍ୟ ମହିଳା ନେତୃମାନେ ଯେଉଁମାନେ ପୁନର୍ବାର କର୍ପୋରେଟ୍ ଜୀବନକୁ ଫେରିବାକୁ ଚାହାଁନ୍ତି, ସେମାନଙ୍କୁ ନେଇ କିଛି ଏକ ପ୍ରକଳ୍ପ କରିବୁ । ଏଥିରେ ଆମକୁ ସଫଳତା ମିଳିଥିଲା । ଅନେକ ଅଭିଜ୍ଞ ମହିଳା କର୍ମଚାରୀ ମାଇକ୍ରୋସଫ୍ଟ ସହିତ ଯୋଡି ହୋଇ ପ୍ରଯୁକ୍ତିର ଅଭିବୃଦ୍ଧିରେ ଯୋଗଦାନ କରିଥିଲେ ।