• Sunday, June 15, 2025

ମାଉଣ୍ଟ ଏଭରେଷ୍ଟ ଶିଖରରେ ଦେଶର ପ୍ରଥମ ସିଆଇଏସଏଫ ମହିଳା ଅଧିକାରୀ

Subhadra Live:Gita-Somata-becomes-first-women-cisf-officer-to-scale-everest

 ସିଆଇଏସ୍‌ଏଫ୍‌ ର ମହିଳା ସବ୍‌-ଇନ୍‌ସପେକ୍ଟର ଗୀତା ସମୋତା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଭରେଷ୍ଟ ଆରୋହଣ କରି ସୃଷ୍ଟି କରିଛନ୍ତି ଇତିହାସ । ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ଅଧିକାରୀ । ଗୀତା ଗତ ମେ  ୧୯ ୨୦୨୫ରେ  ଏଭରେଷ୍ଟ ଶିଖରରେ ପହଂଚି ତ୍ରିରଙ୍ଗା ଉଡ଼ାଇଥିଲେ । ନିଜ ପ୍ରତିକ୍ରିୟାରେ ସେ ପରବର୍ତ୍ତୀ ମୁହୂର୍ତ୍ତରେ କହିଥିଲେ ଏହା ମୋର ଏକ ବ୍ୟକ୍ତିଗତ ବିଜୟ ନୁହେଁ, ବରଂ ସମଗ୍ର ଭାରତ ଓ ବିଶେଷ କରି ସିଆଇଏସ୍‌ଏଫ୍‌ ବାହିନୀ ପାଇଁ ଗର୍ବର ପ୍ରତୀକ ।

ରାଜସ୍ଥାନର ସିକର ଜିଲ୍ଲାର ଚକ ଗାଁରେ ଜନ୍ମିତ  ଗୀତା ସମୋତାଙ୍କ  ଚାରି ଭଉଣୀ ଅଛନ୍ତି । ଗ୍ରାମୀଣ ପରିବେଶରେ ବଢିଥିବା  ଗୀତା ଗାଁ  ବିଦ୍ୟାଳୟ ଓ ପାଖ ମହାବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ପିଲାଦିନରୁ ଖେଳକୁଦ ପ୍ରତି ତାଙ୍କର ରହିଥିଲା ଆଗ୍ରହ । ସେ  ଜଣେ ଭଲ ହକି ଖେଳାଳି ମଧ୍ୟ ଥିଲେ । କିନ୍ତୁ ଏକ ଗୁରୁତର ଆଘାତ ତାଙ୍କ କ୍ରୀଡ଼ା ଜୀବନକୁ ଅଧାରୁ ରୋକିଦେଇଥିଲା । ପରେ ତାଙ୍କ ଜୀବନରେ ଆସିଥିଲା ନୂଆ ଏକ ମୋଡ଼ । ସେ ସିଆଇଏସ୍‌ଏଫ୍‌ରେ ଯୋଗ ଦେବା ସହିତ ପର୍ବତାରୋହଣରେ ନିଜର ଦକ୍ଷତା ପ୍ରଦର୍ଶିତ କଲେ  । ୨୦୧୫ ମସିହାରେ, ତାଙ୍କୁ ଆଉଲିର ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି) ପ୍ରତିଷ୍ଠାନରେ ପର୍ବତାରୋହଣର ମୌଳିକ ତାଲିମ ପାଇଁ ମନୋନୀତ କରାଗଲା , ଯେଉଁଠାରେ ସେ ଏକମାତ୍ର ମହିଳା ଥିଲେ । ୨୦୧୭ ମସିହାରେ ସେ ଉନ୍ନତ ପର୍ବତାରୋହଣ ତାଲିମ ଶେଷ କରିଥିଲେ ଏବଂ ଏହି ସଫଳତା ହାସଲ କରିବାରେ ସେ ଥିଲେ ପ୍ରଥମ ସିଆଇଏସ୍‌ଏଫ୍‌ ମହିଳା କର୍ମଚାରୀ ।

ସାମୋଟାଙ୍କ ମହତ୍ବାକାଂକ୍ଷା ଏଠାରେ କେବଳ  ସୀମିତ ରହିଲା ନାହିଁ । ସେ ପ୍ରତି ମହାଦେଶର ସର୍ବୋଚ୍ଚ ଶିଖର ଚଢ଼ିବା ପାଇଁ ପ୍ରତିଷ୍ଠିତ "ସେଭେନ୍ ଶିଖର" ଚ୍ୟାଲେଞ୍ଜ ଉପରେ ଦୃଷ୍ଟି ନିବଦ୍ଧ କରିଥିଲେ । 2021 ଏବଂ 2022 ମଧ୍ୟରେ, ସେ ଏହି ଶିଖରଗୁଡ଼ିକ ମଧ୍ୟରୁ ଚାରୋଟି ଶିଖର ଆରୋହଣ କରିଥିଲେ । ଅଷ୍ଟ୍ରେଲିଆର ମାଉଣ୍ଟ କୋସିୟୁସ୍କୋ (2,228 ମିଟର), ରୁଷର ମାଉଣ୍ଟ ଏଲବ୍ରୁସ୍ (5,642 ମିଟର), ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋ (5,895 ମିଟର) ଏବଂ ଆର୍ଜେଣ୍ଟିନାର ମାଉଣ୍ଟ ଆକୋନକାଗୁଆ (6,961 ମିଟର)ର ଶିଖରରେ ପହଂଚି ସେ ଭାରତୀୟ ନାରୀର ଅପୂର୍ବ ସାହାସିକତା ପ୍ରଦର୍ଶିତ କଲେ । ସେ ରେକର୍ଡ ଭାଙ୍ଗି ଛଅ ମାସ ଏବଂ 27 ଦିନରେ ଏହି ସଫଳତା ହାସଲ କରିଥିଲେ, ଯାହା ତାଙ୍କୁ ଏପରି କରିବାରେ ସବୁଠାରୁ ଦ୍ରୁତତମ ଭାରତୀୟ ମହିଳା ଭାବେ ଭିନ୍ନ ପରିଚୟ ଦେଇଛି ।

ଜଣେ ମାମୁଲି ଅଙ୍ଗନୱାଡି କର୍ମୀ ବଦଳାଇଦେଲେ ଗାଁର ଶୈଶବ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.