ମାସିକ ଋତୁସ୍ରାବ ଜନିତ ଅପବାଦର ଲଢୁଆ ସୈନିକ ଅଦିତି ଗୁପ୍ତା

Subhadra Live:Aditi-Gupta-the-lone-warrior-against-period-taboo

 ଯେତେବେଳେ ଅଦିତି ଗୁପ୍ତାଙ୍କୁ ୨୦ ବର୍ଷ ,ସେତେବେଳେ ସେ ଗ୍ରାମୀଣ ଭାରତରେ ରଜସ୍ୱଳା (ମାସିକ ଋତୁସ୍ରାବ )ସହିତ ଜଡିତ ଅପବାଦ ଓ ଭ୍ରାନ୍ତ ଧାରଣା ଗୁଡିକୁ ଅନୁଭବ କରିଥିଲେ । ରଜସ୍ୱଳା ସ୍ୱଚ୍ଛତା ସାମଗ୍ରୀ ବିଷୟରେ ସୂଚନା ଓ ଉପଲବ୍ଧିର ଅଭାବ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ସେ ଅନେକ ଥର ଦେଖିଛନ୍ତି ଯେ ଋତୁସ୍ରାବ ସମୟରେ ଜଣେ କିଶୋରୀ ଓ ଯୁବତୀ ପରିଚ୍ଛନ୍ନତା ବାବଦରେ ଯେତିକି ଜାଣିବା କଥା ତାହା ଜାଣିପାରୁନାହାନ୍ତି ।

ଅଦିତି ମାସିକ ଋତୁସ୍ରାବ ସମ୍ପର୍କିତ ସୂଚନା ଦେବା ପାଇଁ ସିଦ୍ଧାନ୍ତ ନେଲେ ଏବଂ ୨୦୧୨ରେ ମେନ୍‌ସ୍ଟ୍ରୁପିଡ଼ିଆ ନାମରେ ଏକ ଅଭିଯାନ ଆରମ୍ଭ କଲେ । ମେନ୍‌ସ୍ଟ୍ରୁପିଡ଼ିଆ ଏକ ସାମାଜିକ ଉଦ୍ୟମ ଯାହାର ଲକ୍ଷ୍ୟ ରହିଥିଲା ରଜସ୍ୱଳା ସହିତ ସଂପୃକ୍ତ ଅପବାଦକୁ ଅପସାରଣ କରିବା ଓ ଯୁବତୀ ଓ ମହିଳାମାନଙ୍କୁ  ରଜସ୍ୱଳା ସ୍ୱାସ୍ଥ୍ୟ ବିଷୟରେ ବିସ୍ତୃତ  ସୂଚନା ପ୍ରଦାନ କରିବା ।

ଆରମ୍ଭରେ, ମେନ୍‌ସ୍ଟ୍ରୁପିଡ଼ିଆ ଏକ ୱେବ୍-ଆଧାରିତ କମିକ୍ ବୁକ୍ ରୂପେ ଆରମ୍ଭ ହୋଇଥିଲା, ଯେଉଁଥିରେ ଗଳ୍ପ ଓ ଚିତ୍ର ମାଧ୍ୟମରେ କିଶୋରୀ ମାନଙ୍କୁ ରଜସ୍ୱଳା ବିଷୟରେ ସହଜ ଓ ସରଳ ଭାବେ ଅବଗତ କରାଯାଉଥିଲା । ଅଦିତି ଇନଷ୍ଟିଟ୍ୟୁଟ ଅଫ ଫେସନ ଡିଜାଇନର,ଅହମ୍ମଦାବାଦରୁ ଶିକ୍ଷା ଗ୍ରହଣ ଶେଷରେ ବିଗତ ୧୨ ବର୍ଷ ଧରି ମାସିକ ଋତୁସ୍ରାବ ପରିଚାଳନାର ତାଲିମ ଦାତା ଭାବେ ଅନେକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

ଅଦିତିଙ୍କୁ ୩୦ ବର୍ଷରୁ କମ ବୟସ ବର୍ଗରେ ନେଇ  Forbes India ପକ୍ଷରୁ ସମ୍ମାନିତ କରାଯାଇଛି , ସେ ୨୦୧୫ ରେ BBCର ସବୁଠାରୁ ପ୍ରଭାବଶାଳୀ ୧୦୦ମହିଳାଙ୍କ ମଧ୍ୟରେ ମନୋନୀତ ହେବା ସହିତ Shark Tank India ର ବିଜୟିନୀ ହୋଇଥିଲେ । ସେ ରଜସ୍ୱଳା ସ୍ୱାସ୍ଥ୍ୟ ଓ ସଚେତନତା କ୍ଷେତ୍ରରେ ନିଜ କାର୍ଯ୍ୟ ନମୁନା  ସଂପର୍କରେ ଆଠଟି ଦେଶକୁ  ଆମନ୍ତ୍ରିତ ହୋଇ ନିଜ କଥା ରଖିଛନ୍ତି । ଏହା ସହିତ ଥମସନ ରଏଟରସ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଲଣ୍ଡନରେ ଆୟୋଜିତ ଏକ ମହିଳା ସମ୍ମେଳନରେ ଯୋଗଦେଇ ମାସିକ ଋତୁସ୍ରାବ ଅପବାଦ ଦୂରକରିବା ଦିଗରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ବିଜନେସ ଟୁଡ଼େ ତାଙ୍କୁ ଶ୍ରେଷ୍ଠ ପ୍ରଭାବୀ ମହିଳା ଭାବେ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରିଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.