• Saturday, September 21, 2024

ବଲାଲୀର ବେଟି

Subhadra Live:Wrestler-Vinesh-Phogat-receives-grand-welcome-at-her-native-in-Balali

 ଉତ୍ତର ଭାରତର ଏକ ପ୍ରମୁଖ ପର୍ବ ହେଉଛି କରବା ଚୌଥ । ଏହି ଦିନ ପ୍ରତ୍ୟେକ ନାରୀ ସେମାନଙ୍କ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ରଖିଥାନ୍ତି ବ୍ରତ । କିନ୍ତୁ ଅଲମ୍ପିକ ଫାଇନାଲରେ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ବିନେଶ ଫୋଗଟଙ୍କ ମା ପ୍ରେମଲତା ବ୍ରତ ଭାଙ୍ଗିବାର ଘଂଟାଏ ପରେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ । ଯେଉଁ ସମୟରେ ବିନେଶଙ୍କ ପିତା ରକ୍ତରେ ଜୁଡୁବୁଡୁ ହୋଇ ବଂଚିବା ପାଇଁ ଚିତ୍କାର କରୁଥିଲେ ଠିକ ସେତିକିବେଳେ ଆଖଡ଼ାରେ କୁସ୍ତି ଶିଖୁଥିଲେ ବିନେଶ । ବିନେଶ ନିଜର କମ ବୟସରେ ବହୁତ ବଡ଼ ବଡ଼ ଦୁଃଖକୁ ସାମ୍ନା କରିଥିଲେ । ସବୁ ପ୍ରକାର ପ୍ରତିକୂଳ ସ୍ରୋତରେ ସନ୍ତରଣ କରି ଆଗକୁ ବଢିବାର କଳା ଶିଖାଉଥିଲେ ବିନେଶଙ୍କ ଦାଦା ମହାବୀର ଫୋଗଟ । ପିତାଙ୍କ ମୃତ୍ୟୁ ପରେ ଭାଙ୍ଗି ନଯାଇ ଆଗକୁ ବଢୁଥିବା ବେଳେ ଅଚାନକ ମାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ।

ମା ପ୍ରେମଲତା ପୀଡିତ ହେଲେ ଗୁରୁତର ଗର୍ଭାଶୟ କ୍ୟାନସର ରୋଗରେ । ମାଙ୍କ କେମୋ ଚାଲୁଥିବା ବେଳେ ବିନେଶ ଅଲମ୍ପିକ ପଦକ ଜିତିବା ପାଇଁ ପ୍ୟାରିସରେ କରୁଥିଲେ ସଂଘର୍ଷ । ପିଲାଦିନୁ ଲମ୍ବା ବାଳ ରଖିବାର ସଉକ ପୋଷଣ କରିଆସିଥିବା ବିନେଶ ନିଜର କେଇ ଗ୍ରାମ ଓଜନ କମାଇବା ପାଇଁ ଖେଳର କିଛି ଘଣ୍ଟା ଆଗରୁ ନିଜର କେଶ କଟାଇଥିଲେ । ଏତେ ସତ୍ୱେ ସେ ଅଲମ୍ପିକ ପଦକରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଦୃଷ୍ଟିରୁ ଅଯୋଗ୍ୟ ଘୋଷଣା ହେଲେ । ୮ ବର୍ଷ ବୟସରୁ କୁସ୍ତି ଆରମ୍ଭ କରିଥିବା ବିନେଶ ଏବେ ୨୧ ବର୍ଷ ପରେ ଭାରତୀୟ ନାରୀ ଶକ୍ତିର ପ୍ରତୀକ ପାଲଟିଛନ୍ତି । ନିକଟରେ ସେ ପ୍ୟାରିସରୁ ନିରାଶ ହୋଇ ଫେରିଲେ । କିନ୍ତୁ ନିଜ ଦେଶ ତାଙ୍କୁ ଯେଭଳି ଭବ୍ୟ ସ୍ୱାଗତ ଦେଲା ତାହା ହୋଇଗଲା ଏକ ଇତିହାସ । ପୂର୍ବରୁ ହରିୟାଣାର କୌଣସି ଖେଳାଳି ଏପରିକି ଅଲମ୍ପିକ ପଦକ ବିଜେତା ଏଭଳି ସମ୍ମାନ ପାଇନଥିଲେ । ଦିଲ୍ଲୀ ବିମାନବନ୍ଦରରୁ ନିଜ ଗାଁ ବଲାଲି ୧୨୦ କିଲୋମିଟର ରାସ୍ତାରେ ଶହ ଶହ ପ୍ରସଂଶକ ତାଙ୍କୁ ଅଭିବାଦନ ଜଣାଇଥିଲେ ।

ଅଧିକ ପଢନ୍ତୁ :ଇତିହାସ ରଚିଲେ ମନୁ ଭାକର

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.