• Saturday, April 19, 2025

ଜନ୍ମ ପରେ ମା' ଛାଡିଦେଇଗଲେ ମେଡିକାଲ ବେଡ଼ରେ,ଝିଅ ଏବେ ଇଟାଲୀର ଚାକିରିଆ

Subhadra Live:Fate-can-work-wonders-–-a-beggar-today-a-millionaire-tomorrow

 ଭାଗ୍ୟ କାହାକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଦିଏ ତାହା କେହି ସହଜରେ କଳନା କରିପାରିବେ ନାହିଁ । ଆଜି ଯିଏ ଦାଣ୍ଡର ଭିକାରି ,କାଲି ସିଏ ଧନୀ ଓ ପ୍ରତିପତ୍ତିଶାଳୀ । ଠିକ ଏଭଳି ଏକ ଚରିତ୍ର ହେଉଛନ୍ତି କନ୍ଧମାଳ ମେଡିକାଲ ଶଯ୍ୟାରୁ ଉଦ୍ଧାର ହୋଇଥିବା ସେଦିନର ନବଜାତ ଶିଶୁ କନ୍ୟା ବର୍ଷା । ବର୍ଷାକୁ ଜନ୍ମ ଦେଇ ତା ମା କୁଆଡେ ଚାଲିଯାଇଥିଲେ । କୁମାରୀ ମାତୃତ୍ଵ ହେତୁ ମା ଜଣଙ୍କ ନବଜାତ କନ୍ୟାକୁ ବେସାହାରା ଛାଡି ଯିବାକୁ ନିରୁପାୟ ହୋଇଥିଲା । ଜିଲ୍ଲା ପ୍ରଶାସନ ନବଜାତ ଶିଶୁ କନ୍ୟାକୁ ନେଇ ବନବାସୀ ସେବା ସଦନରେ ଲାଳନ ପାଳନ ପାଇଁ ଦେଇ ଆସିଥିଲା । ବର୍ଷା ବନବାସୀ ସେବା ସଦନରେ ଶୈଶବ ବିତାଇ ୮ ବର୍ଷ ବୟସରେ କଟକ ଆସି ବସୁନ୍ଧରାର ଅନ୍ତେବାସିନୀ ସାଜିଲା ।

ସାମାଜିକ ସଂଗଠନ ବସୁନ୍ଧରାରେ ନୂଆ ସାଙ୍ଗ ଓ ନୂଆ ପରିବେଶ ସହିତ ଖାପ ଖୁଆଇ ଚଳୁଥିବା ବେଳେ ଇଟାଲୀର ଦମ୍ପତ୍ତି ଏନରୀନୋ ଭୋଲପ,ଓ ପାଟ୍ରିକିଆ ଜରଜୋନି ବର୍ଷାକୁ ପୋଷ୍ୟ ସନ୍ତାନ କରିନେବାକୁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ । ଏନରୀନୋ ଭୋଲପ ଜଣେ ସିଭିଲ ଇଂଜିନିୟର ଥିବା ବେଳେ ପାଟ୍ରିକିଆ ଜରଜୋନି ଜଣେ ଚର୍ମ ରୋଗ ବିଶେଷଜ୍ଞ ଥିଲେ । ଉଭୟଙ୍କ ସ୍ନେହ ଓ ଦାୟିତ୍ୱରେ ବର୍ଷା  ଇଟାଲୀରେ ବଢିଲେ । କନ୍ଧମାଳର ଝିଅ ଭାବେ ସ୍ମୃତିକୁ ମନେ ରଖି ଇଟାଲୀରେ ପାଠ ପଢି ବଡ ହେଲେ ବର୍ଷା । ଏବେ ସେ ସେଠାରେ ସୋସିଆଲ କାଉନସିଲରେ ପି ଜି କରି ପାଇଛନ୍ତି ଚାକିରୀ । ସ୍ୱାବଲମ୍ବୀ ବର୍ଷା ନିଜ ଜନ୍ମ ମାଟିର ଆକର୍ଷଣରେ ନିକଟରେ କଟକ ଆସି ସ୍ଥାନୀୟ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ସମାଜରେ ପୁଅ ଓ ଝିଅଙ୍କ ଭିତରେ ବିଭେଦ ରଖାଯିବା ଉଚିତ ନୁହଁ ବୋଲି କହିଛନ୍ତି ବର୍ଷା ।

 

ଗୌରବ ଆଣିଛନ୍ତି କୋରାପୁଟର ପାହାଡି କନ୍ୟା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.