• Sunday, September 22, 2024

ଜୀବିକାରେ ସଫଳ ମହିଳା ମାଛଚାଷୀ ରାଇମଣି

Subhadra Live:Successful-Women-Fish-Farmer-of-Jajpur-is-Raimani

କମ ସମୟ ,ଓ କମ ଜାଗାରେ ମାଛଚାଷ କରି ଉଦାହରଣ ପାଲଟିଛନ୍ତି ମହିଳା ସ୍ୱରୋଜଗାରୀ ରାଇମଣି । ଦାନଗଦି ବ୍ଲକ ରଣାଗୁଣ୍ଡି ପଂଚାୟତ ଶୁଳିଆ ଗାଁର ରାଇମଣି ମହନ୍ତ ଘର ବାଡ଼ିରେ ବାଓଫ୍ଲକ ପଦ୍ଧତିରେ ମାଛ ଚାଷ ସହିତ ବତକ ପାଳନ କରି ନିଜ ପରିବାର ପ୍ରତିପୋଷଣ ସାଙ୍ଗକୁ ପାଲଟିଛନ୍ତି ପ୍ରେରଣା ।

ଅଧିକ ରୋଜଗାର କରି ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବାର ସ୍ବପ୍ନ ଦେଖୁଥିବା ରାଇମଣି ଅଧିକ ରୋଜଗାର ପାଇଁ ବାଛିଛନ୍ତି ନୂଆ ରାସ୍ତା । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରଣାଗୁଣ୍ଡି ପଂଚାୟତ ଶୁଳିଆ ଗାଁର ଏହି ଉଚ୍ଚ ଶିକ୍ଷିତା ମହିଳା ରାଇମଣି ମହନ୍ତ  କମ ସମୟ ମଧ୍ୟରେ ଅଧିକ ରୋଜଗାର ପାଇଁ ଆରମ୍ଭ କରିଛନ୍ତି ଘର ବାଡ଼ିରେ ବାଓଫ୍ଲକ ପଦ୍ଧତିରେ ମାଛ ଚାଷ । ଘରୋଇ ସ୍କୁଲରେ ମାସିକ ୪ ହଜାର ଟଙ୍କା ଦରମାରେ ଶିକ୍ଷୟତ୍ରୀ ଥିବା ରାଇମଣି କରୋନା ସମୟରେ ନିଜ ପିଲାଙ୍କ ଶିକ୍ଷାଖର୍ଚ୍ଚ ତୁଲେଇବା ପାଇଁ ଦୁଇଟି କୁଣ୍ଡରୁ ଆରମ୍ଭ କରିଥିଲେ ନୂଆ ପ୍ରଯୁକ୍ତିର ମାଛଚାଷ । ଏଥିରେ କମ ଜାଗାରେ ବର୍ଷକୁ ଦୁଇଥର ମାଛ ଅମଳ ହେଉଥିବାରୁ  ପରିବାର ପ୍ରତିପୋଷଣ ଦିଗରେ  ସକ୍ଷମ ହୋଇଥିବା କହନ୍ତି ରାଇମଣି ।

ଦୁଇଟି କୁଣ୍ଡରୁ ଆରମ୍ଭ ହୋଇଥିବା ରାଇମଣିଙ୍କ ମାଛଚାଷ ଏବେ ପହଂଚିଛି ୬ଟି କୁଣ୍ଡରେ । ୬ ମାସରେ ଥରେ ଓ ବର୍ଷକୁ ଦୁଇଥର ଏସବୁ କୁଣ୍ଡରୁ ହେଉଛି ମାଛ ଉତ୍ପାଦନ । କୁଣ୍ଡରେ ଛଡାଯାଇଥିବା ୫୦ ଗ୍ରାମରୁ ଛୋଟ ଜାଆଁଳ ୬ ମାସ ମଧ୍ୟରେ ୪୦୦ରୁ ୫୦୦ ଗ୍ରାମ ଓଜନ ହୋଇଯାଉଛି । ଗାଁରେ ପର୍ବପର୍ବାଣି ଓ ଭୋଜିଭାତର ଚାହିଦା ମେଂଟାଉଛି ଏହି ବାଓଫ୍ଲକ ମାଛଚାଷ । ମାଛଚାଷ ସହିତ ରାଇମଣି ୫୦ଟି ବତକ ପାଳିଛନ୍ତି । ସେଥିରୁ ଦିନକୁ ସଂଗ୍ରହ ହେଉଛି ୨୦ରୁ ଅଧିକ ଅଣ୍ଡା । ଅଣ୍ଡାରୁ ଚିଆଁ ଉତ୍ପାଦନ ପାଇଁ ସେ ଏକ ମେସିନ ଆଣିଛନ୍ତି । ରାଇମଣି ଜଣେ ଉଚ୍ଚ ଶିକ୍ଷିତ ମହିଳା ହେଲେହେଁ ସ୍ୱାବଲମ୍ବୀ ହେବା ଦିଗରେ ସୃଷ୍ଟି କରିଛନ୍ତି ନୂଆ ଦିଗନ୍ତ ।  ତାଙ୍କର ଏଭଳି ଉଦ୍ୟମକୁ ପ୍ରସଂଶା କରିଛନ୍ତି ଗ୍ରାମବାସୀ ।

ରାଇମଣିଙ୍କ ଏଭଳି ସ୍ୱରୋଜଗାରୀ ହେବାର ପ୍ରୟାସ ସ୍ଥାନୀୟ ଅଂଚଳରେ ସୃଷ୍ଟି କରିଛି ଉଦାହରଣ  ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.