• Saturday, September 21, 2024

କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି

Subhadra Live:1-day-Holiday-declared-for-Working-Women-during-Menstrual-Cycle-by-Odisha-Deputy-CM-Pravati-Parida

 କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଋତୁସ୍ରାବ ପାଇଁ ରାଜ୍ୟର ସମସ୍ତ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି। ସ୍ବାଧୀନତା ଦିବସ ଅବସରରେ ଏ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରତି ମାସରେ ମହିଳାମାନେ ଯେଉଁ କଷ୍ଟର ସାମ୍ନା କରନ୍ତି ତାକୁ ହୃଦୟଙ୍ଗମ କରି ଏଭଳି ନିଷ୍ପତ୍ତି ନେଇଥିବାରୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କର୍ମଜୀବୀ ମହିଳା ଓ ମହିଳା ଅଧିକାର ପାଇଁ ଲଢ଼େଇ କରୁଥିବା ସାମାଜିକ କର୍ମୀ।

କଟକରେ ୭୮ତମ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଥିଲେ। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଏଣିକି ଦିନଟିଏ ମାସିକ ଋତୁସ୍ରାବ ଜନିତ ଛୁଟି ପାଇବେ। ଋତୁସ୍ରାବ ଦିନ କିମ୍ବା ତା ପର ଦିନ ଯେଉଁ ଦିନକୁ ସେମାନେ ଛୁଟି ନେବାକୁ ବାଛିବେ, ସେ ଦିନ ତାଙ୍କୁ ଛୁଟି ମିଳିବ। 

 

କର୍ମଜାବୀ ମହିଳା ହୁଅନ୍ତୁ କି ଛାତ୍ରୀ। ମାସିକ ଋତୁସ୍ରାବ ସମୟରେ ସେମାନଙ୍କୁ ମିଳୁ ଛୁଟି। ଏନେଇ ବହୁବାର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ବିଭିନ୍ନ ସାମାଜିକ ଓ ମହିଳା ଅଧିକାର ସଂଗଠନ। ଏନେଇ ସମାଜସେବୀ ପ୍ରୀତି ଧଳ କହିଛନ୍ତି ଯେ, ସ୍ୱାଧୀନତା ଦିବସ ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡାଙ୍କର ଏଭଳି ଘୋଷଣା ନିଶ୍ଚିନ୍ତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆଉ ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କିଭଳି ଲାଗୁ କରାଯିବ ସେ ନେଇ ଯଥେଷ୍ଟ ଯତ୍ନବାନ ହେବାକୁ ପଡିବ । ସେହିପରି ସରକାରଙ୍କର ଏଭଳି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମାଜସେବୀ ସ୍ୱାତୀ ତନ୍ମୟା ମିଶ୍ର । ତବେ ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିବା ବେଳେ ଏହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହାକୁ ନେଇ ମହିଳାମାନେ ବେଶ ଖୁସି ଥିବା ଜଣାପଡିଛି ।

 

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.