• Saturday, September 21, 2024

ମହିଳା ଅଧିକାରୀ ସ୍ତନ୍ୟପାନ କରାଇ ବଞ୍ଚାଇଲେ ୧୪ ଦିନର ଶିଶୁର ଜୀବନ

Subhadra Live:The-female-officer-saved-the-life-of-a-14-day-old-baby-by-breastfeeding

 କୋଝିକୋଡ଼ ସିଭିଲ ପୋଲିସ ଅଧିକାରୀ (ସିପିଓ) ଏମ  ରମ୍ୟା ଜିଣିଛନ୍ତି ହୃଦୟ । ଭୋକରେ ଆଉଟୁ ପାଉଟୁ ହେଉଥିବା ୧୨  ଦିନର ନବଜାତ ଶିଶୁ ପୁତ୍ରକୁ ସେ ଉଦ୍ଧାର କରିବା ସହିତ ତାକୁ ସ୍ତନ୍ୟପାନ କରାଇ ସୃଷ୍ଟି କରିଛନ୍ତି ନିଆରା ଦୃଷ୍ଟାନ୍ତ । ତାଙ୍କର ଏଭଳି ଅନାବିଳ  ମମତାକୁ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ  ପ୍ରଶଂସା କରିବା ସହିତ ତାଙ୍କ ପାଇଁ ଏକ ମାନପତ୍ର ପଠାଇଛନ୍ତି ।

ଗତ ଅକ୍ଟୋବର ୨୨ ତାରିଖରେ ଶିଶୁର ମା’ କୋଝିକୋଡର ଚେବୟୁର ପୁଲିସ ଥାନାରେ ଅଭିଯୋଗ କରି ତାଙ୍କ ଶିଶୁ ନିଖୋଜ ହେବା  କହିଥିଲେ। ସେ ନିଜ ଅଭିଯୋଗ ପାତ୍ରରେ  କହିଥିଲେ କି, ‘ତାଙ୍କର ସ୍ବାମୀଙ୍କ ସହିତ ବିବାଦ ହୋଇଥିଲା, ଏହାପରେ ସେ ଶିଶୁକୁ ତାଙ୍କ ଠାରୁ ନେଇ ଯାଇଥିଲେ।’ତାଙ୍କ ସ୍ୱାମୀ ଶିଶୁ ପୁତ୍ରକୁ ବାଙ୍ଗାଲୁର ନେବାକୁ ଉଦ୍ୟମ କରିବେ ବୋଲି ସେ ସନ୍ଦେହ ପ୍ରକଟ କରିଥିଲେ । ଅଭିଯୋଗ ପାଇବା ପରେ କେରଳ ପୋଲିସ କେରଳ -କର୍ଣ୍ଣାଟକ ସୀମାରେ ସଜାଗ ଦୃଷ୍ଟି ରଖିଥିଲା । ଏଥିପାଇଁ ଏକ ଟିମ ଗଢାଯାଇଥିଲା ଯେଉଁଥିରେ ମହିଳା ପୋଲିସ ଅଧିକାରୀ ଏମ  ରମ୍ୟା ମଧ୍ୟ ସାମିଲ ଥିଲେ ।

କର୍ଣ୍ଣାଟକ ସୀମାରେ ଥିବା ୱାୟନାଡ଼ ପୁଲିସକୁ ସତର୍କ କରି ଦିଆଯାଇଥିଲା । ଆନ୍ତଃ ରାଜ୍ୟ ସୀମାରେ  ଯିବା ଆସିବା କରୁଥିବା ଗାଡ଼ିକୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ସୁଲତାନ ବଥେରୀ ପୁଲିସ ନବଜାତ ଶିଶୁର ପିତାଙ୍କୁ ପାଇଥିଲା  ଏବଂ ଶିଶୁପୁତ୍ରକୁ ତାଙ୍କ ନିକଟରୁ ଉଦ୍ଧାର କରିଥିଲା । ଶିଶୁଟି  ଗୋଟିଏ ଦିନ ଧରି ଶିଶୁଟି ସ୍ତନ୍ୟପାନ କରି ନଥିବାରୁ ଦୁର୍ବଳ ହୋଇପଡ଼ିଥିଲା।

ଏହାପରେ ଚିକିତ୍ସା ପାଇଁ ଶିଶୁକୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଶିଶୁର ସୁଗାର ସ୍ତର କମ ହୋଇଯାଇଥିବା ଜଣାପଡ଼ିଥିଲା। ତୁରନ୍ତ ସ୍ତନ୍ୟ ପାନ କରାଯିବାର ଆବଶ୍ୟକତା ଥିବା ଡାକ୍ତର କହିଥିଲେ । ଟିମରେ ଥିବା ମହିଳା ଅଧିକାରୀ ରମ୍ୟ ନିଜକୁ ନର୍ସିଙ୍ଗ ମଦର ବୋଲି ଡାକ୍ତରଙ୍କ ନିକଟରେ ପରିଚୟ ଦେଇ ଶିଶୁଟିକୁ କୋଳେଇ ନେଇଥିଲେ । ତାଙ୍କର ଏଭଳି ଆଚରଣରେ ବଂଚିଯାଇଥିଲା ନିଜ ପିତାଙ୍କ ଦ୍ୱାରା ଅପହୃତ ନବଜାତକର ଜୀବନ ।  ରମ୍ୟା କହିଛନ୍ତି ମୋତେ ସେହି ମୁହୂର୍ତ୍ତରେ ମନେ ହୋଇଥିଲା ଯେ ମୁଁ ନିଜ ସନ୍ତାନକୁ କୋଳରେ ଧରି ସ୍ତନ୍ୟ ପାନ କରାଉଛି । ଏବେ ଶିଶୁଟି ତା ମା କୋଳ ପାଇଛି ଓ ସୁସ୍ଥ ଅଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.