• Friday, April 18, 2025

ମହିଳାଙ୍କ ପାଇଁ ମାଗଣାରେ ଭ୍ରାମ୍ୟମାଣ ଜିମ

Subhadra Live:Mumbai-BMC-Unveils-Moving-Gym-for-Women-to-Boost-Fitness-Accessibility

 ଦେଶର  ପ୍ରଥମ ପ୍ରୟାସ । ବୃହତ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ମହିଳାଙ୍କ ପାଇଁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ବ୍ୟାୟାମଶାଳା । ଗୋଟିଏ ବସକୁ ଦିଆଯାଇଛି ଜିମର ରୂପ । ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ଏହି ବସଟି ବାନ୍ଦ୍ରା ସମେତ ନିର୍ଦ୍ଧିଷ୍ଟ କେତେକ ସ୍ଥାନରେ ଠିଆ ହୋଇ ରହୁଛି । ମାର୍ଚ୍ଚ ୨୦୨୪ ଠାରୁ ମୁମ୍ବାଇ ବାସୀଙ୍କ ସେବାରେ ଉତ୍ସର୍ଗ ହୋଇଥିବା ଏହି ବସ ପାଇଁ ବଢିଛି ବାସିନ୍ଦାଙ୍କ  ଆଗ୍ରହ । ଶାରୀରିକ ଭାବେ ଫିଟ ରହିବାକୁ ଇଛା କରୁଥିବା ୩୦୦ ମହିଳା ନିଜକୁ ପଂଜିକୃତ କରିଥିବା ବେଳେ ନିୟମିତ ୧୦୦ ମହିଳା ଏହି ବସ ଭିତରେ ପ୍ରବେଶ କରି ୱାକଆଉଟ କରିଥାନ୍ତି । ବୃହତ ମୁମ୍ବାଇ ମହାନଗର କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଫିଟ ଇଣ୍ଡିଆ ମୁଭମେଣ୍ଟକୁ ଆଗକୁ ନେବା ପାଇଁ ଏଭଳି ଭ୍ରାମ୍ୟମାଣ ଜିମ ବ୍ୟବସ୍ଥା କରିଛନ୍ତି । ବାନ୍ଦ୍ରାର କାଟରା ରୋଡ଼ରେ ଏହି ବସକୁ ପ୍ରଥମେ ଯେଉଁଦିନ ଦେଖିଲି ମୋର ଆଗ୍ରହ ବଢିଥିଲା । କିନ୍ତୁ ଭିତରକୁ ଯିବା ପାଇଁ ସାହସ ହେଉନଥିଲା ବୋଲି କହନ୍ତି ୨୭ ବର୍ଷର ଜଣେ ମହିଳା ତ୍ରିବେଣୀ   କାମତ । ତ୍ରିବେଣୀ ଜଣେ ଘରୋଇ ସହାୟିକା । ପାଚିକା ଭାବେ ସେ ଦିନକୁ ତିନୋଟି ପରିବାର ପାଇଁ ରୋଷେଇ କରନ୍ତି । ନିଜର ଜୀବିକା ପାଇଁ ସର୍ବଦା ଫିଟ ହୋଇ ରହିବାର ଆବଶ୍ୟକତା ଥିବା ସତ୍ୱେ ସେ ଅର୍ଥର ଅଭାବ ଯୋଗୁଁ ଜିମ ଯିବାର ଇଛାକୁ ମନରେ ମାରିଦେଇଥିଲେ । କିନ୍ତୁ ମହାନଗର ନିଗମର ଏଭଳି ବ୍ୟବସ୍ଥା ତାଙ୍କୁ ସୁଯୋଗ ଆଣିଦେଇଛି । ଭ୍ରାମ୍ୟମାଣ ଜିମ ବ୍ୟବସ୍ଥା ମହିଳାଙ୍କୁ ମାଗଣାରେ ଶାରୀରିକ ଫିଟ ରହିବାର ସୁବିଧା କରିଥିବାରୁ ବିଭିନ୍ନ ବର୍ଗର ମହିଳା ମାନେ ଏହାର ସୁବିଧା ନେଉଛନ୍ତି । ସହରୀ ଜୀବନରେ ଶାରୀରିକ ବ୍ୟାୟାମ କରିବାର ସୁବିଧା ସବୁଠି ନଥିବାରୁ ଆର୍ଥିକ ଦୁର୍ବଳ ପରିବାର ଗୁଡିକ ଜିମକୁ ଯିବା ପାଇଁ କରିପାରୁନଥିଲେ ସାହସ । ଏବେ ମୁମ୍ବାଇ ମହାନଗରର ଏଭଳି ପ୍ରକଳ୍ପକୁ ଦି ଚେଞ୍ଜ ନାମକ ଏକ ସାମାଜିକ ସଂଗଠନ ସହଯୋଗ କରୁଛି । ଆଗାମୀ ଦିନରେ ସହରରେ ଏଭଳି ଅଧିକ ସୁବିଧା ଦିଆଯିବାର ଯୋଜନା ହେଉଥିବା ଜଣାଯାଇଛି ।

 

ଉପକାରୀ କଳାହଳଦୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.