• Saturday, September 21, 2024

ଘରୁ ଆରମ୍ଭ କଲେ ବ୍ୟବସାୟ;ଜିଆଖତ ବିକ୍ରିକରି ବାର୍ଷିକ କରୁଛନ୍ତି ୪ ଲକ୍ଷ ଆୟ

Subhadra Live:He-started-a-business-from-home-and-he-is-earning-4-lakhs-annually-by-selling-seeds

 ତାମିଲନାଡ଼ୁ ଅରୀୟାଲୁର ଗାଁରେ ରହନ୍ତି ଅଜାକୁ ଧୀରାନ  ନାମ୍ନୀ ଜଣେ ମହିଳା । ତାଙ୍କର ପିତା ଓ ସ୍ୱାମୀ ଉଭୟେ କୃଷକ । ସେ ଯେତେବେଳେ ପିଲା ଥିଲେ ସେତେବେଳେ ନିଜ କୃଷକ ପିତାଙ୍କୁ ଚାଷରେ ଗୋବର ଖତ ପ୍ରୟୋଗ କରୁଥିବା ଦେଖିଥିଲେ । ବାହାହୋଇ ଆସିବା ପରେ ସ୍ୱାମୀ ରାସାୟନିକ ସାର ଓ ଔଷଧ ପ୍ରୟୋଗ କରୁଥିବା ଦେଖି ଜାଣିଲେ ଯେ ଫସଲ ଉତ୍ପାଦନ ପାଇଁ ଭଲ ସାର ଓ ଖତ ପ୍ରୟୋଗ ଜରୁରୀ ଅଟେ ।

ସ୍ୱାମୀ ଚାଷ କରୁଥିବାରୁ ଅନେକ ସମୟରେ ଅଜାକୁ କ୍ଷେତକୁ ଯାଉଥିଲେ ଓ ଗାଁକୁ ଆସୁଥିବା କୃଷି ସମ୍ପ୍ରସାରଣ ଅଧିକାରୀ ମାନଙ୍କୁ ଭେଟୁଥିଲେ । ଦିନେ ସେ ଜାଣିବାକୁ ପାଇଲେ ଜୈବିକ ଖତ ପ୍ରସ୍ତୁତି ବିଶେଷ କରି ଜିଆ ଖତ ଉତ୍ପାଦନ ପାଇଁ ସରକାରୀ ସହାୟତା ଓ ରିଆତି ବ୍ୟବସ୍ଥା ରହିଛି ।

ଅଜାକୁ ନିଜ ଘର ବାଡ଼ିପଟେ ଏକ ଭର୍ମୀକମ୍ପୋଷ୍ଟ ୟୁନିଟ ଆରମ୍ଭ କଲେ  । ଏଥିରେ ତାଙ୍କର ଲକ୍ଷେ ଟଙ୍କା ଖର୍ଚ୍ଚ ହେଲା। ସିମେଣ୍ଟ କୁଣ୍ଡ ,ପଲିଥିନ ,ଜିଆ ଆଦି ଖର୍ଚ୍ଚ ସହିତ ରକ୍ଷଣାବେକ୍ଷଣ ଦିଗରେ ଏକକାଳୀନ କିଛି ଅତିରିକ୍ତ ଖର୍ଚ୍ଚ ମଧ୍ୟ ଆସିଲା । ବର୍ଷେ ପରେ ସେ ହିସାବ କରି ଦେଖିଲେ ଲକ୍ଷେ ଟଙ୍କାର ବିନିଯୋଗ କରି ସେ ବାର୍ଷିକ ଏଥିରୁ ୪ଲକ୍ଷ ଟଙ୍କା ପାଉଛନ୍ତି ।

୫ କେଜି ଜିଆ ଖତ ବିକ୍ରି କଲେ ହାତକୁ ଆସୁଛି ୧୨୦ ଟଙ୍କା । ହ୍ୱାଟ୍ସ ଆପ ଜରିଆରେ ଉଦ୍ୟାନ କୃଷି କରିଥିବା ଲୋକଙ୍କ ସହିତ ସମ୍ପର୍କ ଗଢି ଜିଆ ଖତ ଯୋଗାଉଥିବାରୁ ତାଙ୍କର ବିକ୍ରି ସମସ୍ୟା ହୋଇନଥାଏ ବୋଲି କହିଛନ୍ତି ଅଜାକୁ । ଏବେ ଘର କାମ ସହିତ ସାମୟିକ ସମୟ ଦେଇ ସେ ଏଥିରୁ ଭଲ ରୋଜଗାର କରି ଚାଷୀ ମାନଙ୍କ ନିକଟରେ ପାଲଟିଛନ୍ତି ଉଦାହରଣ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.