• Wednesday, January 22, 2025

ଆନ୍ତର୍ଜାତୀୟ ଯୁବ ସମ୍ମିଳନୀ ପାଇଁ ଦୁବାଇ ଗଲେ ଓଡିଆ ଝିଅ ପଦ୍ମାଳୟା ନନ୍ଦ

Subhadra Live:12-year-old-Padmalaya-Nanda-from-Odisha-won-three-titles-in-the-Little-Miss-Universe-2017-contest-in-USA

 ଦୁବାଇଠାରେ ଅନୁଷ୍ଠିତ ୧୯ ତମ ଅନ୍ତର୍ଜାତୀୟ  ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ‘ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍’ ପଦ୍ମାଳୟା ନନ୍ଦ । ନଭେମ୍ବର ୪ ତାରିଖ ଅପରାହ୍ନରେ ପଦ୍ମାଳୟା ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି  । ନଭେମ୍ବର ୫ରୁ ୧୦  ପର୍ଯ୍ୟନ୍ତ ଦୁବାଇ  ଠାରେ ଜାତିସଂଘ ସହ ସହବନ୍ଧିତ ଅନ୍ତର୍ଜାତୀୟ ୱାଇଜମ୍ୟାନ ଇଣ୍ଟରନାସନାଲ ପକ୍ଷରୁ ଅନୁଷ୍ଠିତ ୧୯ ତମ ଅନ୍ତର୍ଜାତୀୟ  ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବା ସହିତ ଉଦବୋଧନ ଦେବାପାଇଁ ନିମନ୍ତ୍ରିତ ହୋଇଛନ୍ତି । ଏହି ଯୁବ ସମ୍ମିଳନୀରେ ପୃଥିବୀର  ୭୫ଟି ଦେଶରୁ  ବିଭିନ୍ନ କ୍ଷେତ୍ରରେ ସଫଳତା  ଅର୍ଜନ କରିଥିବା ଯୁବ ପ୍ରତିନିଧିମାନେ ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଛି । ୨୦୧୭ ମସିହାରେ ପଦ୍ମାଳୟା ନନ୍ଦ ପ୍ରଥମ ଭାରତୀୟ ଭାବେ ୟୁରୋପର ଜର୍ଜୀଆଠାରେ ‘ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍’ ହେବାର ସଫଳତା ଅର୍ଜନ କରିବା ସହ ଓଡ଼ିଆ ସଂସ୍କୃତି ଓ ସମ୍ବଲପୁରୀ ନୃତ୍ୟକୁ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏବେ ପଦ୍ମାଳୟା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ମନସ୍ଥତ୍ୱ ବିଭାଗ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ । ସେ ଓଡିଶା ହାଇକୋର୍ଟର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ଡାକ୍ତର ଶୁଭସୁଧା ପ୍ରିୟଦର୍ଶିନୀଙ୍କ ଜ୍ୟେଷ୍ଠ କନ୍ୟା । ନୃତ୍ୟ, ବକ୍ତୃତା ସାଙ୍ଗକୁ ଉତ୍କଳୀୟ ପରମ୍ପରା, ଧର୍ମ ଦର୍ଶନ ଓ ସଂସ୍କୃତି ଉପରେ ତାଙ୍କର ଅଗାଧ ପ୍ରବେଶ ସାଙ୍ଗକୁ ରହିଛି ରୁଚି।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.