• Saturday, September 21, 2024

ଦ କେରଳ ଷ୍ଟୋରି ପଛରେ ଗ୍ଲୋବାଲ ଏଜେଣ୍ଡା କି ?

Subhadra Live:Is-there-a-global-agenda-behind-the-Kerala-story
ସୁଭଦ୍ରା : 12/05/2023

 ସିନେମା ସମାଜର ଆଇନା । ଏକଥାକୁ ହଜାରେ ଜାଗାରେ ହଜାରେ ଥର କୁହାଯାଇଛି । କିନ୍ତୁ ସିନେମାଟିଏ ହଲକୁ ଆସିଲେ ଏହାକୁ ନେଇ ଆରମ୍ଭ ହୋଇଯାଏ ପକ୍ଷଭୂକ୍ତତା  ଓ ରାଜନୀତି । କାହାଣୀର ପଛରେ ଥିବା ଅନ୍ତଃସ୍ୱରକୁ ନେଇ ଆରମ୍ଭ ହୋଇଯାଏ କାଦୁଅ ବୋଳାବୋଳି । ଠିକ ଯେମିତି ଦେଖିବାକୁ ମିଳିଛି ସଦ୍ୟ ମୁକ୍ତିଲାଭ କରିଥିବା ସୁଦୀପ୍ତ ସେନ ନିର୍ଦେଶିତ ଦ କେରଳ ଷ୍ଟୋରିକୁ ନେଇ ।

ଉତ୍ତରପ୍ରଦେଶ ,ହରିୟାଣା ଓ ମଧ୍ୟପ୍ରଦେଶ ସରକାର ସିନେମାଟିକୁ ଟାକ୍ସ ଫ୍ରି ଘୋଷଣା କରିଥିବା ବେଳେ ପଶ୍ଚିମବଙ୍ଗ ସରକାର ଏହାକୁ ବ୍ୟାନ କରିଛନ୍ତି । ସେହିପରି ତାମିଲନାଡୁ ସରକାର ବ୍ୟାନ ଘୋଷଣା କରିନଥିଲେ ହେଁ ଏହାର ସ୍କ୍ରିନିଙ୍ଗ ଉପରେ ଜାରି କରିଛନ୍ତି କଟକଣା । ପଶ୍ଚିମବଙ୍ଗ ସରକାର ଦର୍ଶାଇଛନ୍ତି ଯେ ଏହି ସିନେମାଟି ପ୍ରସାରିତ ହେଲେ ରାଜ୍ୟରେ ଶାନ୍ତି ବ୍ୟାହତ ହେବ ।

ସୁଦୀପ୍ତ ସେନ ନିର୍ଦେଶିତ ଏହି ସିନେମାଟି କେରଳର ଏଭଳି ହିନ୍ଦୁ ମହିଳାଙ୍କ କାହାଣୀ ଯାହାଙ୍କୁ ଧର୍ମାନ୍ତରୀକରଣ ପରେ ସିରିୟା ନିଆଯାଇ ଆତଙ୍କବାଦ କାର୍ଯ୍ୟକଳାପରେ ନିୟୋଜିତ କରାଯାଇଛି । ସିନେମାର ଟ୍ରେଲରରେ କୁହାଯାଇଛି ଯେ ଏହା ଏକ ଗ୍ଲୋବାଲ ଏଜେଣ୍ଡା । ଆଗାମୀ ୨୦ ବର୍ଷ ମଧ୍ୟରେ କେରଳ ଇସ୍ଲାମିକ ରାଜ୍ୟରେ ପରିଣତ ହୋଇଯିବ । ଫିଲ୍ମର ଟ୍ରେଲର ଆସିବା ପରଠୁ ଆରମ୍ଭ ହୋଇଛି ବିବାଦ । ଫିଲ୍ମର ନିର୍ମାତା ବିପୁଲ ସାହ କହନ୍ତି ସିନେମାକୁ ବ୍ୟାନ କରିବା ବାକ ସ୍ୱାଧୀନତାର ଉଲ୍ଲଙ୍ଘନ । ବ୍ୟାନ ବିରୁଦ୍ଧରେ ନିର୍ମାତା ସୁପ୍ରିମ କୋର୍ଟ ଯାଇଥିବା ବେଳେ ଅନେକ ଅଭିନେତା ନିଜ ପ୍ରତିକ୍ରିୟାରେ ସିନେମାଟି ସେନ୍ସର ବୋର୍ଡ ଅନୁମୋଦନ ପାଇବା ପରେ ଏହାକୁ ବ୍ୟାନ କରିବା ଆଇନର ପରିପନ୍ଥୀ ବୋଲି କହିଛନ୍ତି । କେରଳରେ ମହିଳାଙ୍କୁ ଧର୍ମାନ୍ତରୀକରଣ ପରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗାଯାଉଥିବା କହିଛି କେରଳ ଷ୍ଟୋରି । କିନ୍ତୁ ଆତଙ୍କବାଦୀ ବିରୁଦ୍ଧରେ ନେତା ମାନେ ପାଟି ନ ଖୋଲି ଧର୍ମ ସହିତ ଏହାକୁ ଯୋଡୁଛନ୍ତି ଫଳରେ ସିନେମାଟି ବିବାଦକୁ ଯାଇଛି ବୋଲି କହିଛନ୍ତି ସିନେମାର ନିର୍ମାତା । ବାଦବିବାଦ ଭିତରେ ସିନେମାଟି ଉତ୍ସାହଜନକ ପ୍ରଦର୍ଶନ କରିଚାଲିଛି । ସିନେମାଟି ଆତଙ୍କବାଦର ଘୃଣ୍ୟ ଚରିତ୍ରକୁ ସାମ୍ନାକୁ ଆଣିପାରିଛି ବୋଲି କହିଛନ୍ତି ହଲ ଫେରନ୍ତା ଦର୍ଶକ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.