ରାକ୍ଷୀ ପୂର୍ଣ୍ଣିମା ରକ୍ଷାବନ୍ଧନ ନାଁରେ ପରିଚିତ। ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଉଥିବା ଭାଇ ହାତରେ ଭଉଣୀ ସେଦିନ ବାନ୍ଧି ଥାଏ ରାକ୍ଷୀ। ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ସାକ୍ଷୀ ହୋଇ ରୁହେ ଶ୍ରାବଣ ପୂର୍ଣ୍ଣମୀ।
ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପଡ଼ୁଥିବା ରକ୍ଷା ବନ୍ଧନ ପର୍ବକୁ ଅପେକ୍ଷା କରିଥାଆନ୍ତି ପ୍ରତ୍ୟେକ ଭଉଣୀ। ଭାଈ ହାତରେ ରାକ୍ଷୀ ବାନ୍ଧି ଦେବା ସହିତ ଭାଈର ସୁସ୍ଥ ନିରାମୟ ଜୀବନ କାମନା କରନ୍ତି। ପ୍ରତି ବଦଳରେ ଭାଇ ଭଉଣୀକୁ ଦେଇଥାଏ କିଛି ଉପହାର। ଦେଇଥାନ୍ତି ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି।
ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହେଉଥିବା ଏହି ପର୍ବକୁ ଚଳିତ ବର୍ଷ ମଧ୍ୟାହ୍ନ ପରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି କେତେଜଣ ଜ୍ୟୋତିଷ। ଭୋର୍ ୫.୫୩ ଠାରୁ ଦି ପହର ୧.୩୩ ଯାଏଁ ଭଦ୍ରା ପଡୁଥିବାରୁ ସେ ସମୟରେ ଭାଇ ହାତରେ ରାକ୍ଷୀ ନ ବାନ୍ଧି ୧.୩୩ ପରଠାରୁ ମଧ୍ଯ ରାତ୍ରୀର କିଛି ସମୟ ପୂର୍ବ ପର୍ଯ୍ୟନ୍ତ ରାକ୍ଷୀ ବନ୍ଧାଯାଇ ପାରିବ ବୋଲି ସେମାନେ କହିଛନ୍ତି। ତେବେ ଚନ୍ଦ୍ରମା ମକର ରାଶିରେ ଥିବାରୁ ମର୍ତ୍ତ୍ୟ ଲୋକରେ ଭଦ୍ରା ର ପ୍ରଭାବ ନାହଁ ବୋଲି ଆଉ କେତେକ ଜ୍ୟୋତିଷ ସୂଚାଇଛନ୍ତି।