• Wednesday, June 4, 2025

ପ୍ରତିକୂଳ ପରିବେଶରେ ସଫଳ ହୋଇଛି ଷ୍ଟ୍ରବେରି ଚାଷ

Subhadra Live:Sweet-Success-Of-Strawberry

 ପାରମ୍ପରିକ ଫସଲରୁ ମୁହଁ ଫେରାଇ ଲାଭଦାୟକ ଫସଲ କରୁଛନ୍ତି ମହିଳା ଚାଷୀ । ସରକାରୀ ସହାୟତା ମିଳୁଥିବାରୁ ଚାଷୀଙ୍କ ମନରେ ବଢିଛି ଉତ୍ସାହ । ରାଜ୍ୟର ମହିଳାଚାଷୀ  ଧାନ ,ମାଣ୍ଡିଆ ମୁଗ ବିରି ଭଳି ପାରମ୍ପରିକ ଚାଷ  ବଦଳରେ ଉଦ୍ୟାନକୃଷିରେ ଦେଉଛନ୍ତି ଯୋଗଦାନ  । ଏ କ୍ରମରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ସୁମତି ରାଉଳ ଷ୍ଟ୍ରବେରି ଚାଷକୁ ଜୀବିକା କରି ସଫଳ ହୋଇଛନ୍ତି ।

ଧାଡିକୁ ଧାଡି ଲାଗିଛି ଷ୍ଟ୍ରବେରି । ପ୍ରତିଟି ଗଛରେ ଆସିଛି ଫଳ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସାଜନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ନୂଆକରି କ୍ଷେତରେ ଦେଖିବାକୁ ମିଳିଛି ଏଭଳି ଫଳ । ଦିନେ ବାହାର ରାଜ୍ୟରୁ ଓଡିଶାକୁ ଆସୁଥିଲା ଷ୍ଟ୍ରବେରି । ଓଡ଼ିଶାର ଉଷ୍ମ ଜଳବାୟୁରେ ଏହା ସଫଳ ହେବ ବୋଲି ଚାଷୀଙ୍କ ମନରେ ବିଶ୍ୱାସ ନଥିଲା । ହେଲେ ବିଗତ ଅଳ୍ପ କିଛି ବର୍ଷ ମଧ୍ୟରେ ରାଜ୍ୟର ଉପକୂଳଠୁ ଉପାନ୍ତ ଯାଏଁ ଷ୍ଟ୍ରବେରି ଚାଷରୁ ଦେଖିବାକୁ ମିଳିଛି ସଫଳତା । କମ ସମୟ ମଧ୍ୟରେ ଚାଷୀଙ୍କୁ ବେଶ ଦୁଇପଇସା ରୋଜଗାର କରିବାର ଉପାୟ ମିଳିଛି । ୟୁଟ୍ୟୁବରୁ ପ୍ରେରଣା ପାଇ ମହିଳା ଚାଷୀ ସୁମତି ନିଜର ୫୦ ଡିସିମିଲି ଜମିରେ ଷ୍ଟ୍ରବେରି ଚାଷ କରି ଦୁଇମାସ ମଧ୍ୟରେ ଦୁଇ ଲକ୍ଷ ଆୟ କରିବାରେ ସଫଳ ହୋଇଛନ୍ତି ।

ସୁମତି ମଳଚିଙ୍ଗ ପଦ୍ଧତିରେ କରିଛନ୍ତି ଷ୍ଟ୍ରବେରି । କ୍ଷେତରେ କରିଛନ୍ତି ବୁନ୍ଦା ଜଳସେଚନର ସୁବିଧା । ଏଥିପାଇଁ   ଉଦ୍ୟାନ କୃଷି ବିଭାଗ ପକ୍ଷରୁ ରିଆତି ଦରରେ ବୁନ୍ଦା ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ଦୁଇମାସ ମଧ୍ୟରେ ସେ ୨ଲକ୍ଷ ଟଙ୍କାର ଷ୍ଟ୍ରବେରି ବିକ୍ରି କରିସାରିଛନ୍ତି । ତାଜା ଫଳ ମିଳୁଥିବାରୁ ବଜାରରେ ରହିଛି ଚାହିଦା । ଓଡ଼ିଶାର ଚାଷୀ ଆଗକୁ ଏଥିରୁ ଭଲ ରୋଜଗାର କରିପାରିବ । ଥଣ୍ଡା ଜଳବାୟୁରେ ହେଉଥିବା ଏହି ଚାଷ ବାଲେଶ୍ୱର ଭଳି ଉଷ୍ମ ଜଳବାୟୁରେ ହେଉଥିବା ଚାଷୀଙ୍କୁ ଉତ୍ସାହିତ କରିଛି । ଉତ୍ତାପ ସହଣୀ ଗୁଣ ଥିବା ଷ୍ଟ୍ରବେରି ପ୍ରଜାତି ବିକଶିତ ହେଲାଣି । ଏହା ଚାଷୀଙ୍କୁ ଅଧିକ ଆୟ ଦେବାରେ ସହାୟକ ହେବ ।

 

 

ତାଇୱାନ ତରଭୁଜ ଚାଷରେ ସଫଳ ମହିଳା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.