• Saturday, September 21, 2024

ମହିଳାଙ୍କ ବ୍ୟବସାୟକୁ ଶକ୍ତି ଦେଇଛି ସୋଲାର ପାୱାର

Subhadra Live:Solar-power-has-empowered-womens-businesses-in-Bhadrak

 ଦିନେ ଖୋଲା ଆକାଶ ତଳେ ପ୍ରସ୍ତୁତ ହେଉଥିବା ଶୁଖୁଆ ଏବେ ତିଆରି ହେଉଛି ଘରେ । ଉପଯୁକ୍ତ ଉତ୍ତାପ ପାଇବାରୁ ବେଶ ଭଲ ଭାବେ ହୋଇପାରୁଛି ଏହାର ପ୍ରସ୍ତୁତି । ବାହାର ଧୂଳି ଓ କାଉ ଭଳି ପକ୍ଷୀ ମାନଙ୍କ ଠାରୁ ମୁକ୍ତ ରଖି ସୁ ଅଭ୍ୟାସ ଜରିଆରେ ପ୍ରସ୍ତୁତ ହେଉଥିବାରୁ ରହିଛି ଏହାର ଚାହିଦା । ଏଭଳି ପଦ୍ଧତିରେ ଶୁଖୁଆ ପ୍ରସ୍ତୁତି ଓ ବ୍ୟବସାୟ ପାଇଁ ଅଂଟା ଭିଡିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ଗାଁର ଦଳେ ମହିଳା । ମହିଳା ମାନଙ୍କ ଜୀବିକାକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଢ଼ାଇଛନ୍ତି ସହଯୋଗର ହାତ । ୧୦ ଲକ୍ଷ ଟଙ୍କାର ଆର୍ଥୀକ ଅନୁଦାନ ସହିତ ଶୁଖୁଆ ଉତ୍ପାଦନ ଗୃହ ନିର୍ମାଣରେ ସହାୟତା ମିଳିବା ପରେ ସାମୁହିକ ଶୁଖୁଆ ବ୍ୟବସାୟକୁ ମିଳିଛି ଶକ୍ତି ।

କଞ୍ଚାମାଛକୁ ଜେଟିରୁ କିଣି ଆଣି ମଝି ଅଂଶକୁ ଚିରି ମିଶାଯାଏ ଲୁଣ । ଲୁଣ ମିଶା ମାଛକୁ ସ୍ୱତନ୍ତ୍ର ଟ୍ରେ ରେ ପଲିହାଉସ ଭିତରେ ରଖାଯାଏ । ବାହାର ତାପମାତ୍ରା ଅପେକ୍ଷା ଭିତରର ତାପମାତ୍ରା ୨୦ ଡିଗ୍ରୀ ଅଧିକ ଥିବାରୁ କମ ସମୟ ଭିତରେ ବିନା କେମିକାଲରେ ତିଆରି ହୋଇଯାଏ ଶୁଖୁଆ । ଶୁଖୁଆ ଗୁଡିକୁ ବାଛି ବର୍ଗୀକରଣ କରି ସୁନ୍ଦର ଭାବେ କରାଯାଏ ପ୍ୟାକ । କିଛି ଶୁଖୁଆ ଆଖପାଖ ଗାଁରେ ବିକ୍ରି ହେଉଥିବା ବେଳେ ଆଉ କିଛି ଶୁଖୁଆ ଦୁରକୁ ବିକ୍ରି ପାଇଁ ପଠାଯାଏ । ପଲିହାଉସ ଭିତରେ ସୋଲାର ପାୱାର ସଂଯୋଗରେ କଞ୍ଚା ମାଛରୁ ଉତ୍କୃଷ୍ଟ ମାନର ଶୁଖୁଆ ହେଉଥିବାରୁ ଜୀବିକାରେ ସୁଧାର ଆସିଥିବା କହିଛନ୍ତି ବ୍ୟବସାୟରେ ସମ୍ପୃକ୍ତ ମହିଳା ଓ ସହଯୋଗୀ ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.